author

କାଶୀପୁର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ବହୁତ୍ ଆଡ଼ମ୍ବରରେ ଶୁଭାରମ୍ଭ ହେଲା ଚଇତି-୨୦୨୫

କାଶୀପୁର /ରାୟଗଡ଼ :-ରାୟଗଡ଼ା ଜିଲ୍ଲା ସ୍ଥାନୀୟ କାଶିପୁର ବ୍ଲକର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଆଜ ତା ୦୨-୧୨-୨୦୨୫ ରିଖ, ମଙ୍ଗଳବାର ଦିନ ପୂର୍ବାହ୍ନ ୯.୦୦ ଘଟିକା ସମୟରେ ରାୟଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି – ୨୦୨୫ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଭା.ପ୍ର.ସେ. ଅଧ୍ୟକ୍ଷତାରେ ମହା ଆଡ଼ମ୍ବରରେ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବୈଦ୍ୟନାଥ ସାଗର ( ହାଟ ପଦା)ରେ ଉପଜିଲ୍ଲାପାଳ, […]

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

ଆସନ୍ତା ୩ ତାରିଖ ତଥା ବୁଧବାର ମାର୍ଗଶିର ଶୁକଳ୍ପ ତ୍ରୟୋଦଶୀ ତିଥୀ। ଏହି ତିଥିରେ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ।ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।ସେଥିପାଇଁ ପ୍ରାୟ ୫ ଘଣ୍ଟା ସର୍ବସାଧାରଣଙ୍କ […]

ଏବେ ବି ରାଜସ୍ୱ ଓ ପଡା ଗାଁକୁ ନାହିଁ ରାସ୍ତା: ମନ୍ତ୍ରୀ ରବି ନାଏକ

ରାଜ୍ୟର ୫୦୦୮ ରାଜସ୍ୱ ଓ ପଡା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । କମ ସମୟ ଭିତରେ ରାଜସ୍ୱ ଗ୍ରାମକୁ ସବୁ ଦିନିଆ ରାସ୍ତା ହେବ ନିର୍ମାଣ । ଚଳିତ ଆର୍ଥିକ ବର୍ଷରେ ୨୬୪୩ କି.ମି ରାସ୍ତା ନିର୍ମାଣ କରିଛନ୍ତି ସରକାର । ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ ସାହୁ ପ୍ରଶ୍ନ ପଚାରିଥିଲେ ଯେ, ବର୍ତ୍ତମାନ ଗ୍ରାମ ପଞ୍ଚାୟତ ରାସ୍ତା ଓ ପଞ୍ଚାୟତ ସମିତି ରାସ୍ତା ସମଗ୍ର ରାଜ୍ୟରେ କେତେ କି.ମି. ଚଳିତ ଆର୍ଥିକ […]

ଶ୍ରୀଲଙ୍କା ବନ୍ୟା ପୀଡିତଙ୍କୁ ଏକ୍ସପାୟାର ରିଲିଫ ସାମଗ୍ରୀ ପଠାଇଲା ପାକିସ୍ତାନ

ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ‘ଦିଟୱା’ ବ୍ୟାପକ କ୍ଷୟ କ୍ଷତି କରିଛି। ଭାରତ ସମେତ ଅନେକ ଦେଶ ସେଠାକୁ ରିଲିଫ୍ ସାମଗ୍ରୀ ପଠାଉଛନ୍ତି। ପାକିସ୍ତାନ ମଧ୍ୟ ନିଜକୁ ଦାନୀ ଦେଖାଇ ରିଲିଫ୍ ପଠାଇଛି। ତେବେ ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ ପାକିସ୍ତାନ ପଠାଇଥିବା ଖାଦ୍ୟ ସାମଗ୍ରୀର ବର୍ଷକରୁ ଅଧିକ ଦିନ ହେବ ଏକ୍ସପାଏରୀ ଡେଟ୍ ଯାଇ ସାରିଛି। । ପାକିସ୍ତାନ ସୋସିଆଲ ମିଡିଆରେ ଏହି ସାମଗ୍ରୀର ଫଟୋ ପୋଷ୍ଟ କରି ପ୍ରଶଂସା ପାଇବାକୁ ଚେଷ୍ଟା କରୁଥିବା ବେଳେ […]

ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ ।ମାତା ମଠରେ ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ

ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ । ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଉଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ବିଶେଷକରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ। ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା […]

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ନୀତି ଏବଂ ଜନସେବା ପ୍ରତି ସମର୍ପଣକୁ ସ୍ବୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର ନାମକୁ କିଛି ଦିନ ଭିତରେ ପରିବର୍ତ୍ତନ କରାଯିବ । ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି […]

କାରରେ କଳା ରଙ୍ଗର ଫିଲ୍ମ ଲଗା ଇଲେ ହେଉଛି କାର୍ଯ୍ୟାନୁଷ୍ଠାନ

କାରରେ କଳା ରଙ୍ଗର ଫିଲ୍ମ ଲଗା ଇଲେ ହେଉଛି କାର୍ଯ୍ୟାନୁଷ୍ଠାନ । ୨୧୪ ଜଣ କାର ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ- ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୬୨ଟି ଗାଡି । ୨୦ଟି ଗାଡି ମାଲିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ଏନେଇ ଗୃହରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅବଶିଷ୍ଟ ୧୯୪ଟି ଗାଡ଼ି ମାଲିକଙ୍କ ବିରୁଦ୍ଧରେ ପ୍ରୋସିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ […]

ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଆଗକୁ ନୂଆବର୍ଷ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ ।ନନ୍ଦନକାନନରେ ଦୌଡ଼ିବ ଚିତା ।  ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ ।  ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ।  ନନ୍ଦନକାନନକୁ ଚିତା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିତା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି ।ସେଥିପାଇଁ ନୂଆ ଖୁଆଡ଼ […]

କଟକରେ ଭଙ୍ଗା ହେବ ସମସ୍ତ ବିପଦ ଶଂକୁଳ କୋଠା

କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏନେଇ ଏବେ ବିଭାଗୀୟମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ କମିଟି ଗଠନ କରାଯାଇଛି । କମିଟିର ସଦସ୍ୟମାନେ ସମସ୍ତ ୱାର୍ଡରେ ସର୍ଭେ କାର୍ଯ୍ୟ ଚଳାଉଛନ୍ତି । ସର୍ଭେ କାମ ସରିଲେ ଚିହ୍ନଟ କୋଠା ମାନଙ୍କୁ ନୋଟିସ ହେବ । ନିୟମାନୁସାରେ ଭାଙ୍ଗିବା […]

କ୍ଷତିରେ ଚାଲିଛି ୪୧ ଇକୋ ଟୁରିଜିମ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ରାଜ୍ୟରେ ୫୧ଟି ଡିଭିଜନରେ ଅଛି ୫୧ଟି ଇକୋ ଟୁରିଜିମ୍। ମାତ୍ର ୧୦ଟି ଇକୋ ଟୁରିଜିମ୍‌କୁ ଛାଡ଼ିଦେଲେ ବାକି ସବୁ କ୍ଷତିରେ ଚାଲିଛି। ଗୃହରେ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୧୦ ବର୍ଷ ମଧ୍ୟରେ ମଣିଷ ଓ ପଶୁ ଲଢେଇରେ ଯାଇଛି ୫,୬୦୯ ବନ୍ୟପ୍ରାଣୀଙ୍କ ଜୀବନ। ସେହିପରି ଗତ ୧୦ ବର୍ଷରେ ୧ ହଜାର ୩୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥି ନିମନ୍ତେ ସରକାର ୬୧୭୪.୬୮ ଲକ୍ଷ […]

ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ନୟାଗଡ଼ର ୨ଯୁବକଙ୍କ ଜୀବନ

ଭୁବନେଶ୍ୱର ବଡ଼ଗଡ଼ ଥାନା ବିଜେବିନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ନୟାଗଡ଼ର, ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ ।ଖବର ମୁତାବକ , ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ। ଜଣଙ୍କ ନାଁ ଶୁଭମ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁ ପ୍ରୀତିରଞ୍ଜନ ନାୟକ। ଦୁହିଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ। ମଙ୍ଗଳବାର ସକାଳୁ […]

ଆଜି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ

ପ୍ରତିବର୍ଷ ଡିସେମ୍ବର ୨ରେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଏ। ପ୍ରତିଟି ବ୍ୟକ୍ତିଙ୍କର କମ୍ପୁଟର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଏ। ବିଶେଷ କରି ଭାରତର ଶିଶୁ ଏବଂ ମହିଳାମାନଙ୍କ ମଧ୍ୟରେ ବୈଷୟିକ କୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳିତ ହୁଏ। ସାମ୍ପ୍ରତିକ ଯୁଗରେ କାଗଜ କଲମର ବ୍ୟବହାର କମିଚାଲିଛି । ଦିନେ ଯେଉଁ ନଥିପତ୍ର ଠାରୁ ଆରମ୍ଭ କରି ସ୍କୁଲ କଲେଜରେ ଶିକ୍ଷାଦାନ ଯାଏଁ […]