author

ଆଜିର ରାଶିଫଳ(୨୯ ନଭେମ୍ବର, ୨୦୨୫)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ) : ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ବୀ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ […]

ଆଇଇଡି ବିସ୍ଫୋରଣରେ ନାବାଳିକା ମୃତ, ୨ଯୁବତୀ ଗୁରୁତର

ପଡ଼ୋଶୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ନିଜର ଉପସ୍ଥିତି ରଖିଥିବା ପ୍ରମାଣ କରିଛନ୍ତି। ସେମାନଙ୍କର ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଏହି ଘଟଣା ଶୁକ୍ରବାର ଜରାଇକେଲା ଥାନା ଅଧୀନସ୍ଥ କୋଲବୋଙ୍ଗା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, କୋଇଭଙ୍ଗା ଗ୍ରାମର ଫୁଲ ଧନୱାର (୧୦), ସାଲବୀ କାଣ୍ଡୁଲାନା(୧୯) ଏବଂ ବିର୍ସି ଧନୱାର(୧୯) ଘରେ ଚୁଲି ଜଳେଇବା […]

ଅମର୍ ପ୍ରେମ୍’ରେ ନୂଆ ମୋଡ଼ ; ପୂଜାଙ୍କ ବୟଫ୍ରେଣ୍ଡ ଅମରକୁ ଉଠାଇ ନେଲା ପୋଲିସ

ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଆ ଝିଅ ପୂଜା ଓଡ଼ିଶା ଫେରି ଆସିବା ଘଟଣାରେ ନୂଆ ମୋଡ଼। ପୂଜା ଓରଫ୍ ସୈଜଲର ବୟଫ୍ରେଣ୍ଡ ଅମରକୁ ଟେକି ନେଇଛି ବାଲେଶ୍ଵର ପୋଲିସ। ଆମେରିକାରୁ ଫେରିବା ପରେ ପୂଜାଙ୍କୁ ବାଲେଶ୍ଵର ନାରୀଶକ୍ତି ଗୃହରେ ରଖାଯାଇଛି। ଆଜି ପୂଜାଙ୍କ ପୁରୁଷ ବନ୍ଧୁ ଅମରଙ୍କୁ କାଉନସେଲିଂ ପାଇଁ ଡକାଇଥିଲେ ନାରୀ ସଂଘ । ତେବେ ପଚରାଉଚରା ବେଳେ ତାଙ୍କ ପାଖରେ କୌଣସି ପରିଚୟ ପତ୍ର ମିଳିନଥିଲା, କଥାରେ ତାଳମେଳ ରହୁନଥିବାରୁ ସନ୍ଦେହରେ ପୋଲିସକୁ […]

ଭାରତର ଅର୍ଥନୀତି; ଦ୍ବି୍ତୀୟ ତ୍ରୈମାସିକରେ ୮.୨% ବଢ଼ିଛି ଦେଶର ଜିଡିପି

୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ  ବୃଦ୍ଧି ପାଇଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (FY26)ରେ, ଦେଶର ଜିଡିପି ଏକ ଦୃଢ଼ ୮.୨% ଗତିରେ ବୃଦ୍ଧି ପାଇଛି, […]

ଭୁଲିଗଲେ ଓଡ଼ିଆ ଅସ୍ମିତା,ଓଡିଶା ବିଧାନସଭାରେ ବଙ୍ଗାଳୀ ଯୁକ୍ତି

ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି।ରଣେନ୍ଦ୍ରଙ୍କୁ କଡା ଜବାବ ଦେଲେ ସିଦ୍ଧାନ୍ତ।ବଙ୍ଗଳା ଭାଷାରେ ମୁହାଁମୁହିଁ ହେଲେ ବିଧାୟକ।ବଙ୍ଗାଳୀ ଭାଷାରେ ଢଗ ଶୁଣାଇ ସରକାରଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପୁଣି ବଙ୍ଗଳା ଭାଷାରେ କଡା ଜବାବ ରଖିଲେ ଶାସକ […]

ଅତିରିକ୍ତ ବଜେଟ୍ ୨୦୨୫-୨୬ : ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ମହିଳା ଓ ଶିଶୁ ସଶକ୍ତିକରଣ ବିଭାଗ ପାଇଁ ୭୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ […]

୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ। ବଜେଟ ଆଗତ ହେବା ପରେ ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ମୋଟ୍ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ୧୩,୭୧୬ କୋଟି । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧୭୧ କୋଟି ।ଏହି […]

ବିଶିଷ୍ଟ ନାଟ୍ୟ ସଂଗଠକ ମି.କାଳିଆଙ୍କୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ  ‘ଚମତ୍କାର’ର ସଭାପତି ତଥା ‘ନାଟ୍ୟଧାରା’ର ସମ୍ପାଦକ ତଥା ନାଟ୍ୟ ସଂଗଠକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ଭଞ୍ଜକଳା ମଣ୍ଡପ, ଭୁବନେଶ୍ୱର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଅତିଥି ମାନେ ଶ୍ରୀ […]

ବାରବାଟୀରେ ଟି୨୦ ବେଳେ ଫ୍ଲଡ ଲାଇଟକୁ ନେଇ ବ୍ୟାପକ ବ୍ୟବସ୍ଥା

ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚବେଳେ ଫ୍ଲଡ ଲାଇଟ ବାରମ୍ବାର ବନ୍ଦ ହେବା ଯୋଗୁଁ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଡିସେମ୍ବର ୯ରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ବାରବାଟୀରେ ଚାଲିଛି ପ୍ରସ୍ତୁତି । ଦର୍ଶକ ମାନଙ୍କ ସୁରକ୍ଷା ଲାଗି ଏଥର ବାରବାଟୀ ଟି-୨୦ ମ୍ୟାଚ୍‌ ପାଇଁ କମିବ ଗ୍ୟାଲେରୀ ସିଟ୍ ସଂଖ୍ୟା । ୩ ହଜାର ଭଳି ସିଟ୍ କମିବ ବୋଲି […]

ଡିସେମ୍ବର ୪ରେ ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ୍

ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ । ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ହେବ ପ୍ରଥମ ଭାରତ ଗସ୍ତ ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୫ରେ ‘୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୱାନ ଟୁ ୱାନ୍ […]

ମରିଗଲା ମାନବିକତା: ବସ୍‌ରେ ଚାଲିଗଲା ଜୀବନ, ରାସ୍ତାରେ ଶବ ଛାଡ଼ି ପଳାଇଲେ ବସ କର୍ମଚାରୀ

ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ତ୍ରୀ। ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି।ଏମିତି କିଛି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଚଣ୍ଡୀଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଦୁହୁରିଆ ଛକରେ।ସୂଚନା ମୁତାବକ ମହିଳା ଜଣକ ହେଉଛନ୍ତି ଦୂଲାରୀ ମାରଢି। ରବିବାର ସିଏ ଓ ତାଙ୍କ ସ୍ୱାମୀ କାମ କରିବା ପାଇଁ ବାଲେଶ୍ବରୁ କେନ୍ଦ୍ରାପଡ଼ା ଆସିଥିଲେ। ଆଉ ଗୁରୁବାର ଦିନ ବସଯୋଗେ ଘରକୁ ଫେରୁଥିଲେ। ହେଲେ ଦୁହୁରିଆ ଛକ ପାଖରେ ହଠାତ ତାଙ୍କ ସ୍ୱାମୀଙ୍କୁ ହୃଦଘାତ ହୋଇଥିଲା। […]