author

ଏନଏସି ହାଇସ୍କୁଲ ପକ୍ଷରୁ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଅଧାରୁ ପାଠ ଛାଡ଼ିଥିବା,ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇ ଏକ ସଚେତନ ଶୋଭାଯାତ୍ରାରେ ବାହାରି ରାମେଶ୍ୱର ସାହି, ମଙ୍ଗଳା ସାହି, ଆଖଣ୍ଡଳମଣି ସାହି ଆଦି ପରିକ୍ରମା କରିବା ସହିତ ଅଧାରୁ […]

ସ୍ବାମୀଙ୍କୁ ସର୍ପାଘାତ ପରେ ବିଷ ପିଇଦେଲେ ସ୍ତ୍ରୀ

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଲେ ସ୍ତ୍ରୀ । ନିଆଳି ଏକବେରୁଆଁ ପଞ୍ଚାୟତ ଅଞ୍ଚଳରେ ଅଭାବନୀୟ ଘଟଣା । ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ନିଆଳି ବ୍ଲକ ଏକବାରୁଆ ଗାଁର ସୁରେନ୍ଦ୍ର ସ୍ୱାଇଁ ବିଲରୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ସାପ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା […]

ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ୍‌କାର୍ଯ୍ୟକ୍ରମ ଓ ମଶାଲ ଶୋଭାଯାତ୍ରା

ନୟାଗଡ଼,(ଓଡ଼ିଶା ଦର୍ପଣ):ଅଖିଳ ଭାରତ କଂଗ୍ରେସ କମିଟି ସଭାପତି,ମାଲିକାର୍କୁନ ଖଡଗେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନୟକଙ୍କ ନେତୃତ୍ଵରେ ଭୋଟ ଚୋର ଗାଦି ଛୋଡ୍‌ ଦାବୀରେ ନୟାଗଡ଼ ସିନ୍ଦୁରିଆ ଠାରୁ ଦକ୍ଷୀଣକାଳୀ ମନ୍ଦିର ପର୍ଯ୍ୟନ୍ତ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟକର୍ତା ଯୋଗଦେଇ ଭୋଟ ଚୋରି କରି  ଶାସନ କରୁଥିବା ମୋଦି ସରକାରଙ୍କ ବିରୋଧରେ  ସ୍ଳୋଗାନ […]

ତାରାପ୍ରସାଦ ବାହିନୀ ପତିଙ୍କୁ ଶକ୍ତ ଚାପୁଡ଼ା

କୋରାପୁଟ ବସଷ୍ଟାଣ୍ଡରେ ଗତ ୧୪ ତାରିଖ ରାତିରେ କଂଗ୍ରେସର ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ବୈଠକ ପରେ କୃଷ୍ଣ କୁଲଦୀପ ନାମକ ଯୁବକ ହଠାତ ପହଞ୍ଚି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।ଏହାପରେ ଯୁବକକୁ କାବୁ କରି ପୋଲିସରେ ଜିମା ଦିଆଯାଇଥିଲା ।ଅନ୍ୟପକ୍ଷରେ କୃଷ୍ଣ କୁଲଦୀପ ମଧ୍ୟ ଥାନାରେ ତାରା ପ୍ରସାଦ ବାହିନୀପତି ଓ ତାଙ୍କ ଦୁଇ ଭାଇ ଟୁନା ବାହିନୀପତି ଏବଂ ଭଗବାନ ବାହିନୀପତିଙ୍କ ନାମରେ ପାଲଟା ଏତଲା ଦେଇଛନ୍ତି । […]

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପାସ ହାର ୫୬.୨୩ ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ପାସ୍ କରିଥିଲେ । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ […]

ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ !ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନବୀନ ନିବାସରେ ବଡ଼ ହଲଚଲ। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କିଛି ମାସ ତଳେ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିଲେ ନବୀନ ।ସେଠାରେ ସୁସ୍ଥ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ତେବେ ଓଡ଼ିଶା ଫେରିବା ପରେ ନବୀନ ନିବାସରେ ବସିଛି ବଡ଼ ବୈଠକ । ଯେଉଁଥିରେ ବିଜେଡି ନେତା ପ୍ରଫୁଲ ସାମଲ, […]

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ। ଭାରତୀୟ ରାଜନୀତିର ସେ ଅଟଳ ରାଜନେତା । ଏମିତି ବ୍ୟକ୍ତିତ୍ୱ ନା ଶୁଣିଲେ ବି ଥରିଉଠନ୍ତି ଶତ୍ରୁ ରାଷ୍ଟ୍ର । ଉଚ୍ଚ ସ୍ୱରରେ କଥା ନହେଲେ ବି ପଦିଏ କଥାରେ ବିରୋଧୀ ଚିତ୍ । ତେବେ ସାରା ଦେଶ ତାଙ୍କୁ ଜଣାଉଛି ଶ୍ରଦ୍ଧାଞ୍ଜଳୀ । ତାଙ୍କର ଗୋଟିଏ କବିତା ଆଜି ମନରେ ଗୁଞ୍ଜରିତ ହେଉଛି । ହାର ନେହିଁ ମାନୁଙ୍ଗା, ରାରୁ ନେହିଁ ଠାନୁଙ୍ଗା…କାଲ କେ […]

ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା । ପୁଣି ଜଣେ ବିହାରୀ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଲେ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ […]

ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ

ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ । ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍ ଆଜି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମଣ୍ଡଳୀ ସଭା ଆୟୋଜନ କରାଯାଏ। ଏବଂ ସେଠାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା ସମଲେଇଙ୍କ ମନ୍ଦିର ଯାଇ ମାଙ୍କ ନିକଟରେ ଲଗ୍ନପତ୍ର […]

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତି

ନନ୍ଦୋତ୍ସବ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ଶୁକ୍ରବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର […]

ପଦାରେ ପଡ଼ିଲା ଭଣ୍ଡ ବାବାଙ୍କ କଳାକାରନାମା

ବାବା କେଳେଙ୍କାରୀ ଘଟଣା ଆସିଛି ସାମ୍ନାକୁ । ଜଣେ ମହିଳା ଆଣିଛି ସଙ୍ଘାତିକ ଅଭିଯୋଗ। ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେରେ ଥିବା ଏକ ଆଶ୍ରମରେ ବାବା ଜଣେ ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନାଲି କପଡ଼ା ପିନ୍ଧା ବାବାଜୀଙ୍କ ବେଶରେ ସେ ଜଣେ ଦୁଷ୍କର୍ମକାରୀ ବୋଲି କହିଛନ୍ତି ମହିଳା। ମଠରେ ଠାକୁରଙ୍କ ସେବା କରିବା ଆଳରେ […]

ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା: ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଚିକିତ୍ସାଧିନ ଯୁବକ ଜ୍ୟୋତି କୁମାର ମାଠିଆଙ୍କର ମୃତ୍ୟୁ ହୋଇଛି। ଶନିବାର ଭୋର ୪ଟାରେ ଜ୍ୟୋତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ନିଆଁ ଲାଗି ପୂରା ଶରୀର ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା । ରାତି ପ୍ରାୟ ୪ଟାରେ ମୃତ୍ୟ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ମୃତ୍ୟୁ ପୂର୍ବରୁ […]