author

୨୬/୧୧ ମୁମ୍ବାଇ ଆକ୍ରମଣ: ମନେ ପଡ଼ିଲେ ଆଜି ବି ଶିହରୀ ଉଠେ ଛାତି

୨୬/୧୧ ଟେରର ଆକ୍ରମଣ । ଦୀର୍ଘ ୧୭ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ରଚିଥିଲେ ତାଣ୍ଡବ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କବାଦୀ । ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ । ଏହି ଆକ୍ରମଣରେ ୧୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ […]

ସୃଷ୍ଟି ହେଲା ବାତ୍ୟା ‘ସେନ୍ୟାର’: ଓଡିଶା ଉପରେ କୌଣସି ପ୍ରଭାବ ନାହିଁ

ମାଲାକ୍କା ସମୁଦ୍ର ଅଞ୍ଚଳ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ଆଜି ବାତ୍ୟା ରୂପ ନେଇଛି । ମାଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି ।ଘୂର୍ଣ୍ଣିଝଡ଼ ସେନ୍ୟାର ଆଜି ଅପରାହ୍ନରେ ଇଣ୍ଡୋନେସିଆ ଉପକୂଳରେ ସ୍ଥଳଭାଗ ଛୁଇଁପାରେ।ଏହା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କି.ମି. ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କି.ମି. […]

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି

ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ସିଂହାସନରେ ଠାକୁରଙ୍କ ପାଗ ଓ ଘୋଡ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ବିଶ୍ୱାସ ରହିଛି, ପଞ୍ଚମୀ ତିଥିରେ ମହାପ୍ରଭୁ ଶୀତ ସହିତ ଯୁଦ୍ଧ କରି ହାରିଯାଇଥାନ୍ତି। ତେଣୁ ପଞ୍ଚମୀ […]

ରାପର ଅଭିନବ ସିଂହ ମୃତ୍ୟୁ ମାମଲା, ପତ୍ନୀ ଦୀପିକା ଗିରଫ

ବହୁଚର୍ଚ୍ଚିତ ରାପର ‘ଜଟର୍ଣ୍ଣଟ’ ବା ଅଭିନବ ସିଂହ ମୃତ୍ୟୁ ମାମଲା । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଅଭିନବଙ୍କ ପତ୍ନୀ ଗିରଫ । ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲ୍‌ବାଗ ଥାନା ପୋଲିସ । ୨୫୮ ଦିନର ତଦନ୍ତ ପରେ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ପ୍ରାରମ୍ଭିକ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରିବାର ଲୋକେ ପୁଅର ମୃତ୍ୟୁ ପାଇଁ ବୋହୂକୁ […]

ଆଜି ହେଉଛି ସମ୍ବିଧାନ ଦିବସ

ସମ୍ବିଧାନ ଦିବସ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ […]

ଆଜି ଜାତୀୟ ଦୁଗ୍ଧ ଦିବସ

ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍‌ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ଭର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ […]

ଆଜିର ରାଶିଫଳ(୨୬ ନଭେମ୍ବର, ୨୦୨୫)

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ […]

କେତେ ବାଂଲାଦେଶୀ ଅଛନ୍ତି ଜଣାଅ: ହାଇକୋର୍ଟ

ହାଇକୋର୍ଟରେ ବାଂଲାଦେଶୀ ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲା । ଜନସ୍ୱାର୍ଥ ମାମଲାକୁ ଗୁରୁତର ସହ ନେଇଛନ୍ତି ହାଇକୋର୍ଟ । ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ ଏବଂ ଦେଶାନ୍ତର ପ୍ରସଙ୍ଗରେ ତଥ୍ୟ ଲୋଡିଲେ ଓଡିଶା ହାଇକୋର୍ଟ । ଏଥିପାଇଁ ଆବଶ୍ୟକୀୟ ଟାସ୍କ ଫୋର୍ସ ଗଠନ ହୋଇଛି ନା ନାହିଁ ସେନେଇ ଜବାବ ଦେବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି […]

ପୁଣି ବଢିଲା ସୁନା ଓ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୦୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୬,୪୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୦୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୬,୪୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୬୭,୦୦୦ ଟଙ୍କା ହୋଇଛି ।

ଟି-୨୦ ବିଶ୍ବକପ୍-୨୦୨୬ର ଚୂଡ଼ାନ୍ତ କ୍ରୀଡ଼ା ସୂଚୀ ଘୋଷଣା

ଟି-୨୦ ବିଶ୍ୱକପ୍ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି । ଫେବୃଆରୀ ୭ରୁ ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି । ତେବେ ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟ ହାଇଭୋଲଟେଜ୍ ମ୍ୟାଚ୍ ହେବ । ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ।ଏହା ସହିତ ଦୁଇଟି ସେମିଫାଇନାଲ ପାଇଁ ମଧ୍ୟ ସ୍ଥାନ ନିରୂପଣ କରାଯାଇଛି । ପ୍ରଥମ ସେମିଫାଇନାଲ୍ ଭାରତ ଓ ଦ୍ବିତୀୟ ସେମିଫାଇନାଲ ଶ୍ରୀଲଙ୍କାର କଲମ୍ବୋରେ ଖେଳା ଯିବ । ମାର୍ଚ୍ଚ ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି […]

ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି: ମମତା ବାନାର୍ଜୀ

ଯଦି ବିଜେପି ବଙ୍ଗଳାରେ ମୋତେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ମୁଁ ସାରା ଭାରତରେ ଏହାର ମୂଳଦୁଆ ହଲାଇ ଦେବି।ତୃଣମୂଳ କଂଗ୍ରେସ(ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ବର୍ଷିଛନ୍ତି। ବନଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନ ଏକ ନିରପେକ୍ଷ ସଂସ୍ଥା ହୋଇ ରହିନାହିଁ। ‌ସେ ଏବେ “ବିଜେପି କମିଶନ” ହୋଇଯାଇଛି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାରେ […]

ଭୁବନେଶ୍ୱରରେ ପହଞ୍ଚିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ୱରରେ ପହଞ୍ଚିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲି ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ । ଭୁବନେଶ୍ୱରରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶୁଭାଂଶୁ କହିଛନ୍ତି ଓଡିଶା ଆସି ମୁଁ ବହୁତ ଖୁସି, ପୂର୍ବରୁ ବି ଓଡିଶା ଆସିଥିଲି ।ଓଡିଶାର ପିଲାମାନେ ପାଠ ପଢି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ । ସେଠାକାର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେହି ଅନୁଭୂତିକୁ ବାଣ୍ଟିବାକୁ ଓଡିଶା ଆସିଛି ବୋଲି ସେ କହିଛନ୍ତି ।ସୂଚନାଥାଉକି, ଆସନ୍ତାକାଲି ସାଇ […]