ରାଜ୍ୟରେ ଆମିଷ ଚାହିଦା କ୍ରମାଗତ ବୃଦ୍ଧି ପାଇଚାଲିଛି କିନ୍ତୁ ସେହି ଅନୁପାତରେ ଉତ୍ପାଦନ ବଢ଼ୁ ନାହିଁ। ବିଶେଷକରି ମାଛ ଓ ଅଣ୍ଡା ଉପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପରେ ଆଜି ବି ନିର୍ଭରଶୀଳ। ଦୈନିକ ପ୍ରାୟ ୧୧୦ ମେଟ୍ରିକ୍ ଟନ୍ ମାଛ ଓ ୧୫ଲକ୍ଷ ଅଣ୍ଡା ଆମଦାନୀ ହେଉଛି। ଏହାର ଉତ୍ପାଦନେର ସ୍ବୟଂସମ୍ପୂର୍ଣ୍ଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିଲେ ହେଁ ତାହା ପୂରାମାତ୍ରାରେ ସଫଳ ହୋଇପାରୁନି।ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ […]
କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାଙ୍କୁ ଆସିଫ୍ ଅନବର ଖାନ୍ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ବଳାତ୍କାର କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପୀଡ଼ିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସକୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। […]
ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟରରେ ଅଛନ୍ତି ହ୍ୟୁମାନ୍ ସାଗର । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ।। ଡାକ୍ତରୀ ସୂଚନାନୁସାରେ, ହ୍ୟୁମାନ ମସ୍ତିଷ୍କ, ଫୁସ୍ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା […]
ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ। ଏହା ପରେ ୫ ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ। ଷ୍ଟାଡିୟମରେ ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ ।। ଡିସେମ୍ବର ୩ରେ ୪ରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ […]
ପୁଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ରୁ ପୁଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିବ ।ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଚେତାବନୀ ଦେଇଛି । ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ସାରାରାଜ୍ୟରେ ବସ ଚଳାଚଳ ବନ୍ଦ କରାଯିବ ।ଏ ନେଇ ସରକାରଙ୍କୁ ଦାବିପତ୍ର ଦେବ ବସ୍ ମାଲିକ ସଂଘ । ସୂଚନାମୁତାବକ ମୋଟର ଭେହିକଲ […]
କିଛି ଦିନ ହେଲାଣି ରାଜ୍ୟରେ ଶୀତଲହାରୀ ଅନୁଭବ ହେବାରେ ଲାଗିଛି । ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ଶୀତୁଆ ଶୀତୁଆ ଅନୁଭବ ହେଉଛି ।ଏହି ସମୟରେ ଥଣ୍ଡା ଜନିତ ରୋଗ ଅଧିକ ହୋଇଥାଏ । ଛୋଟ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଥଣ୍ଡା ଜ୍ୱର ହେବା ସହିତ କାଶ ମଧ୍ୟ ଅନୁଭବ ହୋଇଥାଏ ।ଯଦି ଏଭଳି କିଛି ଦେଖାଯାଉଛି ତେବେ ତୁଳସୀପତ୍ର, ମହୁ ଆଦି ଛୋଟ ପିଲାଙ୍କୁ ଦେଇପାରିବେ । ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା ମଧ୍ୟ […]
ଆମେରିକା ସହ ଭାରତର ଐତିହାସିକ ଚୁକ୍ତି। ଏହା ଅନୁସାରେ, ଭାରତର ତୈଳ କମ୍ପାନୀ ଆମେରିକାରୁ ଅତି କମରେ ୧୦ ପ୍ରତିଶତ ଏଲପିଜି ଆମଦାନୀ କରିବ। ଏହି ଚୁକ୍ତି ପରେ ଦେଶରେ ରୋଷେଇ ଗ୍ୟାସର ଉପଲବ୍ଧତା ସହଜ ହୋଇଯିବ। ଭବିଷ୍ୟତରେ କୌଣସି ସପ୍ଲାଇରେ ଅଭାବ ରହିବନି। ବହୁ ମାସ ହେବ ଏହି ଡିଲ୍କୁ ନେଇ ଚର୍ଚ୍ଚା ଚାଲିଥିଲା,ଯାହାକୁ ଏବେ ଔପଚାରିକ ରୂପରେ ପୁରା କରି ଦିଆଯାଇଛି। ଭାରତୀୟ PSU ତୈଳ କମ୍ପାନୀଗୁଡ଼ିକ ୨୦୨୬ ଚୁକ୍ତି ବର୍ଷ ପାଇଁ ଆମେରିକା […]
ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ରାଜଧାନୀ ଢାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଆଲର୍ଟରେ ରହିଛି ପୂରା ଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ […]
ହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଆଜି ଠାରୁ ଏସ୍ଆଇ କେଳେଙ୍କାରୀରେ ଘାଣ୍ଟିବ ଜାତୀୟ ତଦନ୍ତକାରୀ ସଂସ୍ଥା । ବ୍ରହ୍ମପୁର ଜେଲ୍ରେ ଅଭିଯୁକ୍ତଙ୍କୁ କରାଯିବ ଜେରା, ରିମାଣ୍ଡରେ ନେଇ କରିପାରେ ଅଧିକ ତନାଘନା । ଅଧିକ ଖୋଲତାଡ଼ ହେବା ପରେ ସବୁ ସତ ସାମ୍ନାକୁ ଆସିବ ।ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ […]
ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ […]
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତାଙ୍କ ଗାଥାକୁ ନେଇ ରାମାୟଣ ନାଟକ ପରିବେଷଣ କରାଯାଉଥିବା ବେଳେ ଏହି ଚରିତ୍ରରେ ଥିବା କଳାକାରଙ୍କୁ ନେଇ ଲୋକଙ୍କ ଭିତରେ ଧର୍ମୀୟ ଭାବନା ରହିଥାଏ । ହେଲେ ରାମାୟଣ ନାଟକ ପରିବେଷଣ ବେଳେ ଦେଖିବାକୁ ମିଳିଛି ଅଶ୍ଲୀଳତା । ତିନିଦିନ ତଳେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ନୂଆ ମୌଳାଭଣଞ୍ଜାରେ ହୋଇଥିବା ଜିଉରା ଏବଂ ଚିକିଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାମାୟଣରେ ରାବଣ ଓ ସୀତାଙ୍କ ମଧ୍ୟରେ ଟଣା […]
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।ସଂଶୋଧିତ ହାର ଅନୁଯାୟୀ, ବିନା ପରମିଟରେ ଯାନ ବ୍ୟବହାର କରିବା ଉପରେ ୧୦,୦୦୦ ଟଙ୍କା ବଦଳରେ ୫,୦୦୦ ଟଙ୍କା […]
