author

+୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି।କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ।ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।ଜାନୁଆରୀ ୨ରୁ ୧୫ ତାରିଖ […]

ନୂଆପଡାରେ ବିଜୟ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍‌ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ଜୟ ‌ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍‌ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ‘ଲୋଗୋ’ ଉନ୍ମୋଚନ

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ, ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା […]

ବିଗିଡ଼ିଲା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା

ଅଭିଜିତ ମଜୁମଦାର ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କଣ୍ଠଶିଳୀ ହ୍ୟୁମାନ ସାଗରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା। ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି ।

ଲୋକେ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ ସାମଲ

ନୂଆପଡା ଉପନିର୍ବାଚଳ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ। ସେ କହିଛନ୍ତି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି। ନୂଆପଡା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । କହିଲେ ଆମେ ବହୁବାର ହାରିଛୁ, ମାତ୍ର ଏପରି […]

ବିଜେପି ପଇସା ଦେଇ ଭୋଟ୍ କିଣିଛି: ଘାସିରାମ ମାଝୀ

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ମାଟି ପୁଅକୁ ଚିହ୍ନିଲେନି । ଭୋଟରମାନେ ଟଙ୍କାରେ କିଣି ହୋଇଗଲେ,କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ।ଆବ୍ରାହମ ଲିଙ୍‌ନ ୯ ଥର ହାରିଥିଲେ । ମୁଁ ୬ ଥର ହାରିଛି । ଆହୁରି ୩ ଥର ନିର୍ବାଚନ ଲଢିବି ।ଆଜି ନୂଆପଡା ଉପନିର୍ବାଚନ […]

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ । ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି […]

ବିଜେପି ଏକକ ସର୍ବବୃହତ ଦଳ, ବହୁମତ ଅତିକ୍ରମ କଲା ଏନଡ଼ିଏ

ବିହାରରେ ପୁଣି ଚାଲିଲା ମୋଦୀ ମ୍ୟାଜିକ୍ । ଏନଡିଏ ଉପରେ ଭରସା କଲେ ଭୋଟର । କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ବିହାର ବିଧାନସଭା ନିର୍ବାଚନରେ । ବିଜେପି-ଜେଡିୟୁ ମେଣ୍ଟ ବଡ ବିଜୟ ଅଭିମୁଖେ ମୁହାଁଉଛନ୍ତି । ଅନ୍ୟ ଦିଗରେ ଆରଜେଡି ଏବଂ କଂଗ୍ରେସ ମାଟି କାମୁଡିଥିବା ଦେଖିବାକୁ ମିଳିଛି ।ସରକାରୀ ସୂଚନା ଅନୁଯାୟୀ ଏନଡିଏ କ୍ଷମତା ବଜାୟ ରଖିବାକୁ ଯାଉଛି, ବର୍ତ୍ତମାନ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରୁ ୮୪ଟି ଆସନରେ ବିଜେପି, ୭୬ଟି […]

ଆଜି ବିଶ୍ଵ ମଧୁମେହ ଦିବସ

ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।। ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, […]

ଦେଶର ସବୁ ପ୍ରମୁଖ ବ୍ୟାଙ୍କମାନଙ୍କୁ ମିଳିଲା ନୂଆ ଡୋମେନ୍ ‘.bank.in’

ଦେଶର ସବୁ ପ୍ରମୁଖ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ନିଜ ଅଫିସିଆଲ୍ ୱେବସାଇଟକୁ ପୁରୁଣା ‘.com’ କିମ୍ୱା ‘.co.in’ ଡୋମେନରୁ ବଦଳାଇ ଏବେ ‘.bank.in’କୁ ସ୍ଥାନାନ୍ତରିତ କରାଯାଇଛି । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପରେ ନିଆଯାଇଛି |ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ ଅକ୍ଟୋବର ୩୧ ସୁଦ୍ଧା ନିଜ ଇଣ୍ଟରନେଟ୍ ବ୍ୟାଙ୍କିଂ ପୋର୍ଟାଲ୍ସକୁ ବିଶେଷ ‘.bank.in’ ଡୋମେନକୁ ସ୍ଥାନାନ୍ତରିତ କରିବା ପାଇଁ […]

ସରିଲା ଐତିହାସିକ କଟକ ବାଲିଯାତ୍ରା: ବାଲିଯାତ୍ରା ପ୍ରଶଂସାରେ ଶ୍ରେୟା ଘୋଷାଲ

ସରିଲା ଐତିହାସିକ ବାଲିଯାତ୍ରା 2025 । ପ୍ରତିବର୍ଷ ପରି ଏଥର ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାଲିଯାତ୍ରା ମହୋତ୍ସବ । ଏହି ଅବସରରେ ବଲିଉଡରୁ ଓଲିଉଡ ଗାୟିକା ଓ ତାରକା ନିଜ ପରଫର୍ମରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ […]

ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ

ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ […]