author

ଆଜିର ରାଶିଫଳ(୨୦ ଜୁଲାଇ, ୨୦୨୫)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ମେରା ରାସନ ୨.୦: ଏବେ ନିଜ ଫୋନରେ ମିଳିବ ରାସନ କାର୍ଡ ସୁବିଧା

ଡିଜିଟାଲ ଇଣ୍ଡିଆ ଅଭିଯାନରେ ଆଉ ଏକ ପାଦ ଆଗକୁ ବଢ଼ାଇ ଭାରତ ସରକାର ‘ମେରା ରାସନ ୨.୦’ ମୋବାଇଲ୍ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ଜରିଆରେ ରାସନ କାର୍ଡଧାରୀମାନେ ନିଜ ମୋବାଇଲ୍ ଫୋନ୍‌କୁ ହିଁ ରାସନ କାର୍ଡ ଭାବରେ ବ୍ୟବହାର କରିପାରିବେ ଏବଂ ଅନେକ ସୁବିଧାର ଲାଭ ଉଠାଇପାରିବେ । ଯେମିତି ଏହି ଆପ୍ ମାଧ୍ୟମରେ ନିଜର ଡିଜିଟାଲ ରାସନ କାର୍ଡ ଡାଉନଲୋଡ୍ କରିପାରିବେ । ଏହାଦ୍ୱାରା କାର୍ଡ ହଜିଯିବାର ଭୟ ରହିବ ନାହିଁ […]

ଗୁଜରାଟ ଓ ଉତ୍ତର ପ୍ରଦେଶ ମଡେଲ ଭଳି ହେବ ଓମଫେଡ ପ୍ଲାଣ୍ଟ୍

ବଢିବ ଦୁଗ୍ଧ ଚାଷୀଙ୍କ ଆୟ। ଗୁଜରାଟ ଓ ଉତ୍ତର ପ୍ରଦେଶ ମଡେଲ ଭଳି ହେବ ଓମଫେଡ ପ୍ଲାଣ୍ଟ। କାମଧେନୁ ଯୋଜନା ଅଧୀନରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗୋପାଳନର ବିକାଶ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ପ୍ରୟାସ । କଟକ ଅରିଲୋ ଗୋବିନ୍ଦପୁର ସ୍ଥିତ ଓମଫେଡ ପ୍ଲାଣ୍ଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର […]

ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଶକ୍ତିଶ୍ରୀ’ ଯୋଜନା

ଭୁବନେଶ୍ବର(ଓଡ଼ିଶା ଦର୍ପଣ): ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ  ରାଜ୍ୟ ସରକାର ଖୁବ ଶୀଘ୍ର ‘ଶକ୍ତିଶ୍ରୀ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର  ନାଗରିକର ଅଧିକାର ଓ କର୍ତ୍ତବ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଆମ ସରକାର ଏକ ନୂଆ ପଲିସି ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଉଚ୍ଚ […]

ରାଜ୍ୟରେ ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବ ‘ଶକ୍ତିଶ୍ରୀ’

ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପାଇଁ ଆସିଲା ନୂଆ ସ୍କିମ୍ । ଶକ୍ତି ଶ୍ରୀ ଯୋଜନା ଆଣିବେ ସରକାର । ଏହାଦ୍ବାରା ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ହାତକୁ ନିଆଯିବ। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ। ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଶକ୍ତିଶ୍ରୀ ମୋବାଇଲ ଆପ୍ ମଧ୍ୟ କାର୍ଯ୍ୟ କରିବ। ଯଦି […]

ହଜାରି ବରାଡ ମରି ବି ଅମର

ନୟାଗଡ଼,(ଓଡ଼ିଶା ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ! ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ […]

ଡ୍ରାଗନ ଫଳ ଚାଷ “ମା ନନ୍ଦ ଗଣ୍ଡl ” ସ୍ୱୟଂ ସହାୟକ ଗୋଷ୍ଠୀ ହେବାର ସ୍ୱବାଲମ୍ବି ଆଶା ଉଜ୍ଜଳ

ରାୟଗଡ:-ତା. ୧୯/୦୭/୨୫-ରମାନାଗୁଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ , ଏଠାକାର ଚାଷୀ ମାନଙ୍କର ଆୟ ବହୁତ ସ୍ୱଳ୍ପ ଅଟେ। ଏଥିପାଇଁ ଏହି ଅଞ୍ଚଳରେ ଉଚ୍ଚ ଆୟ ସମ୍ପନ୍ନ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ (OLM) ତରଫରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିଲା । ତାମଧ୍ୟରୁ ଗୋଗୁପlଡୁ ଗ୍ରାମ ପାଞ୍ଚାୟତର ଗୋଟା ଗ୍ରାମରେ ଥିବା ‘ମା ନନ୍ଦ ଗଣ୍ଡା’ ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟାମାନେ (ଓଡିଶା ଜୀବିକା ମିଶନ) ର ଅଧିକ ମୂଲ୍ୟ […]

ବଳଙ୍ଗା ଅଞ୍ଚଳ ଘଟଣା: ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି

ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ । ଅପରାଧୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ଆମେ ଚେଷ୍ଟା କରିବୁ । ଏମ୍ସରେ ଚିକିତ୍ସିତ ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରୁଛି […]

ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ- AIIMS ନିର୍ଦ୍ଦେଶକ

ବଳଙ୍ଗା ପୀଡ଼ିତାଙ୍କ ସ୍ଥିତିକୁ ନେଇ ଭୁବନେଶ୍ବର ଏମ୍ସ ମୁଖ୍ୟ ଡାକ୍ତର ଆଶୁତୋଷ ବିଶ୍ବାସ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ତଥ୍ୟ । କହିଛନ୍ତି, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ତା ଶରୀରର ୭୫ ଭାଗ ପୋଡ଼ିଯାଇଛି । ତେବେ ଶ୍ବାସନଳୀ ଏବଂ ଅନ୍ୟ ଅର୍ଗାନ ଗୁଡ଼ିକ କାର୍ଯ୍ୟ କରୁଛି କି ନା ତା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି । ତେବେ ଆସନ୍ତା ୪୮ରୁ ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ।ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି […]

ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ କରି ଭୁବନେଶ୍ବରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ ମଧ୍ୟ କରାଯାଇଛି । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ହେଲେ […]

ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ଅଯଥା ଗହଳି କରିବାକୁ ମନା

ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ପୀଡ଼ିତାଙ୍କ ଶରୀର 70% ଜଳିଯାଇଥିବା ଏମ୍‌ସର ସୂଚନା । ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।। ବର୍ଣ୍ଣ […]

ଅପରାଧୀମାନେ ସାହସୀ ହୋଇଛନ୍ତି। ଦଣ୍ଡର ଭୟ ନାହିଁ-ବିରୋଧୀ ଦଳ ନେତା

ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । FM କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ […]