author

ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ- ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବ ପ୍ରଶାସନ

ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଛି । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । ନମୁନା ପରୀକ୍ଷଣ ପରେ ସାମ୍ନାକୁ ଆସିଛି ରିପୋର୍ଟ । ଭୋପାଳ ସ୍ଥିତ NIHSADରୁ ରିପୋର୍ଟ ଆସିଥିବା ସୂଚନା ।ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ କଡ଼ା ନଜର ରଖାଯିବ । ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର […]

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ ଅର୍ଚ୍ଚନା ନାଗ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଥିଲେ ଅର୍ଚ୍ଚନା ନାଗ। ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ, ପୂର୍ବତନ ସରକାର ଓ ପୋଲିସ ମିଳିତ ଭାବେ ତାଙ୍କ ନାଁରେ ମିଛ ଅଭିଯୋଗ ରୁଜୁ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ। ୨୦୨୨ରେ ଅର୍ଚ୍ଚନା ନାଗଙ୍କୁ ବ୍ଲାକମେଲିଂ ଓ ସେକ୍ସ ରାକେଟ୍ ଚଳାଇବା ଅଭିଯୋଗରେ […]

ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । । ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାରେ ଥିଲେ । ସୁସ୍ଥ ହେବା ପରେ […]

ଆଜିର ରାଶିଫଳ(୧୨ ଜୁଲାଇ, ୨୦୨୫)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌

ଘରୋଇ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର । ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍‌ ଚଳାଚଳ କରିବ। ଘରୋଇ ବସ୍‌ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ।କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ। ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେତୁ ମାଲିକ କ୍ଷତି ସହୁଛନ୍ତି। […]

ମହୁଆଙ୍କୁ କଡା କଥା କହିଦେଲେ ସୁରେଶ ପୂଜାରୀ

ତୃଣମୂଳ କଂଗ୍ରେସ (TMC) ଏମପି ମହୁଆ ମୋଇତ୍ରାଙ୍କ ଏକ ମନ୍ତବ୍ୟକୁ ନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତୀବ୍ର ସମାଲୋଚନା କରିଛନ୍ତି। ପୂଜାରୀ କହିଛନ୍ତି ଯେ, ମହୁଆ ତାଙ୍କ ମନ୍ତବ୍ୟରେ କ’ଣ କହୁଛନ୍ତି ତାହା ନିଜେ ବୁଝି ପାରୁନାହାନ୍ତି। “ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି।”ଶାଶୂ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ । ପିନାକୀ ବାବୁ କ’ଣ କରୁଥିବେ ମୁଁ ବୁଝିପାରୁନାହିଁ […]

କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମନମୋହନ ସାମଲ

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍‌ କରିଛନ୍ତି । ଏହାକୁ ନେଇ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଓଡିଶାର କଂଗ୍ରେସର କୌଣସି ସ୍ଥାନ ନାହିଁ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି । ଭୁବନେଶ୍ୱର ଏମସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ […]

ମହିଳାଙ୍କ ଭୋଟର ପରିଚୟପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ

ସର୍ବଦା ବିହାରରେ କୌଣସି ଏକ କାର୍ଯ୍ୟ କଳାପକୁ ନେଇ ବିହାର ଚର୍ଚାରେ ରୁହେ ତେବେ ମାଧେପୁରା ପୌର ପରିଷଦ ଅଞ୍ଚଳର ଜୟପାଲପଟ୍ଟି ଅଞ୍ଚଳର ଜଣେ ମହିଳାଙ୍କ ଭୋଟର ପରିଚୟପତ୍ରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଛପାଯାଇଥିଲା। ଏହି ଗୁରୁତର ଅବହେଳା ପାଇଁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାନ୍ୟା କୁମାରୀ ପୂର୍ବତନ BLO ପାର୍ବତୀ କୁମାରୀଙ୍କ ବିରୋଧରେ ଏତଲା ଦିଆଯାଇଛି।ଆବେଦନରେ କୁହାଯାଇଛି ଯେ ପୂର୍ବତନ BLO ପାର୍ବତୀ କୁମାରୀ ଭୋଟରଙ୍କ ନାମ ଅନୁସାରେ ଫଟୋ ଯୋଡ଼ି ନଥିଲେ, […]

ଆଗାମୀ ୩ ମାସ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତି ହେବ

ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇସାରିଛି । କିନ୍ତୁ ଗଣତି ମଣତି ଲାଗି ଟିକିଏ ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଗୁରୁବାର ଆଇନ ମନ୍ତ୍ରୀ କହିଥିଲେ, ରତ୍ନଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ । ଏଥିପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।ସେଠାରୁ ସମ୍ମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ | […]

ମିକ୍ସଚର ଫ୍ୟାକ୍ଟ୍ରିରୁ ବ୍ରାଉନସୁଗର ଜବତ।

ବେଗୁନିଆ ବ୍ଲକ ଭାଟପଡ଼ାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଖବର ମିଳିବା ପରେ ଅବକାରୀ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ମିକ୍ସଚର ଫ୍ୟାକ୍ଟ୍ରିରୁ ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ବ୍ୟବସାୟୀ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଷଡ଼ଯନ୍ତ୍ର କରି ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର ରଖାଯାଇଥିବା […]

ମାସେ ହେଲା ଅଚଳ ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।

ମାସେ ହୋଇଗଲା । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ସେପଟେ ଯାନ୍ତ୍ରିକ ତ୍ରୁଟି ଓ ପଙ୍ଖା ନଷ୍ଟ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଆଗକୁ ସେଠାରେ ସ୍ବାଧୀନତା ଦିବସ ପରେଡ୍ କାର୍ଯ୍ୟକ୍ରମ କିପରି ଆୟୋଜିତ ହେବ, ତାକୁ ନେଇ ଚିନ୍ତା ବଢ଼ିଛି। ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରାପଡା ଗସ୍ତରେ ଆସି କଲେଜ […]

ସୁଭଦ୍ରା ୩ୟ କିସ୍ତି !ଏହି ଦିନ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, […]