author

ଦୁଇ ଦଶନ୍ଧି ଧରି ଥିଲେ ଫେରାର୍; ଗିରଫ ହେଲେ ପଳାତକ ମୋନିକା କପୁର

CBIକୁ ମିଳିଛି ବଡ଼ ସଫଳତା। ଗିରଫ ହେଲେ ଦୁଇ ଦଶନ୍ଧି ଧରି ଫେରାର୍ ଥିବା ମୋନିକା କପୁର । ଆର୍ଥିକ ହେରଫେର୍ ମାମଲାରେ ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରେ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ପ୍ରତ୍ୟପର୍ଣ କରାଯାଇଛି । ସୂଚନା ଅନୁସାରେ, ୧୯୯୯ ମସିହାରେ ମୋନିକା ଓ ତାଙ୍କ ଦୁଇ ଭାଇଙ୍କ ସହ ମିଳିତ ଭାବେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ତିଆରି କରି ଭାରତ ସରକାରଙ୍କଠାରୁ ଡ୍ୟୁଟି ମୁକ୍ତ କଞ୍ଚାମାଲ ଆମଦାନୀ କରିଥିଲେ, […]

ଆସିବ କି ୫୦ ଟଙ୍କିଆ କଏନ୍‌?ଦିଲ୍ଲୀ ହାଇ କୋର୍ଟରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟରେ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନହିତକର ଆବେଦନର ଶୁଣାଣିର ରାୟ ସାମ୍ନାକୁ ଆସିଛି। ଆବେଦନରେ ଦୃଷ୍ଟିହୀନ ନାଗରିକଙ୍କ ପାଇଁ ୫୦ ଟଙ୍କିଆ ଏବଂ ତା’ଠାରୁ କମ ମୂଲ୍ୟର ନୋଟ୍‌ ଏବଂ ମୁଦ୍ରାକୁ ଅଧିକ ଚିହ୍ନଟ କରିବା ପାଇଁ ଆବେଦନ କରାଯାଇଥିଲା।ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ବଜାରରେ ୫୦ ଟଙ୍କା କଏନ୍ ଆଣିବାର କୌଣସି ଯୋଜନା ନାହିଁ । ୨୦୨୨ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା […]

ଜୁଲାଇ ୧୪ ଓ ୧୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି l ଜୁଲାଇ ୧୪ ତାରିଖ ସଂଧ୍ୟାରେ ମାନ୍ୟବର ରାଷ୍ଟ୍ରପତି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ ଏବଂ ଜୁଲାଇ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ପରେ ପରେ ସେ କଟକ ରେଭେନ୍ସା ବାଳିକା […]

ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬ତମ ବନ ମହୋତ୍ସବ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବର ମିଳିତ ଆନୁକୂଲ୍ୟରେ ୭୬ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ। ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା […]

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା ଆରସିଏମ୍‌ଏସ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମବାୟ ସମିତି ମହାମଞ୍ଚ ସଭାପତି ଗୋଲଖ ପ୍ରସାଦ ମହାପାତ୍ର, ଅନ୍ୟତମ ଅତିଥି ଭାବେ ସଂଘର ଉପଦେଷ୍ଟା ପବିତ୍ର ମୋହନ ଦାସ, ଉପଦେଷ୍ଟା ସୈାଭାଗ୍ୟ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ୨୦୨୫ ମେ […]

ନୟାଗଡ଼ରେ ଟ୍ରେଡୟୁନିଅନ ଧର୍ମଘଟ

ନୟାଗଡ଼(ଓଡିଶା ଦର୍ପଣ): ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୦୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର […]

ରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼,(ଓଡିଶା ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତ ର କେନ୍ଦୁପଲ୍ଲୀ ଗାଁ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଟି ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ […]

ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର ।

ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୈତ୍ରା ଝାରସୁଗୁଡ଼ାରେ ୪୨୧ ଜଣ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରି ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର, ଯେଉଁମାନେ ଆଧାର କାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ପୋଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି।ଏହାସହ ଆହୁରି କହିଛନ୍ତି […]

ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ ଝଟ୍‌କା ଲାଗିଛି। ଉଭୟଙ୍କ ପିଟିଶନ ଖାରଜ ହୋଇଯାଇଥିବାବେଳେ ହତ୍ୟା ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ବି ଚାଲିବ ମାମଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ରହିଛି । ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରୁ ବିଦ୍ୟାଭାରତୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଟ୍ରାଏଲ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ […]

ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬  ତମ ବନ ମହୋତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବଙ୍କ ମିଳିତ ଆନୁକୂଲ୍ୟରେ ୭୬ ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ l ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁଶର୍ମା, ଅତିରିକ୍ତ ଜିଲ୍ଲାଜଜ […]

ପଞ୍ଚମ,ଅଷ୍ଟମ ପିଲା ପରୀକ୍ଷାରେ ଫେଲ ହେଲେ ପୁନଃ ପରୀକ୍ଷା ଦେବେ ।

ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା । ବଦଳିଲା ସ୍କୁଲ ପରୀକ୍ଷା ନିୟମ । ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। ସ୍କୁଲ କର୍ତ୍ତୃପକ୍ଷ ଏହି ପୁନଃ ପରୀକ୍ଷା ୨ ମାସ ମଧ୍ୟରେ ଆୟୋଜନ କରିବେ। ଯଦି ଛାତ୍ରଛାତ୍ରୀ ପୁନଃ ପରୀକ୍ଷାରେ ପାସ୍‌ କରନ୍ତି, ତେବେ ସେମାନେ ଉତ୍ତୀର୍ଣ୍ଣ ହେବେ ଏବଂ ପରବର୍ତ୍ତୀ ଶ୍ରେଣୀକୁ ପ୍ରୋତ୍ସାହିତ ହେବେ। କିନ୍ତୁ ପୁନଃ ପରୀକ୍ଷାରେ […]

ସ୍କୁଟି ଆରୋହୀଙ୍କୁ ଚାପିଦେଲା ପଶ୍ଚିମବଙ୍ଗ ବିଧାୟକଙ୍କ କାର୍

ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫ କି.ମି. ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ କାର୍‌(WB 12BK 8988) ଧକ୍କାରେ ରାଧାକାନ୍ତ ଲେଙ୍କା(୫୬)ନାମକ ଜଣେ ସ୍କୁଟି(OD 22H 1442) ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ସ୍ଥାନୀୟ ସୋର ଥାନା ସାଜନପୁର ଅଞ୍ଚଳରେ।ସୂଚନା ଅନୁସାରେ, ବିଧାୟକ ଗୌତମ ଚୌଧୁରୀ ତାଙ୍କ ସାନ ଭାଇ ଅପୂର୍ବ ସିହ୍ନାଙ୍କ କାର୍ ନେଇ ପୁରୀ ଯାଇଥିଲେ । ସେଠାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି […]