ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ ପାଇଁ ଓଏଏସ ସଂଘର ଦୃଢ଼ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଏଏସ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସାଧାରଣ ସେବା ବ୍ୟବସ୍ଥା ଉପରେ ବୋଲି ସଂଘ କହିଛି । ଫିଲ୍ଡରେ କାର୍ଯ୍ୟରତ ଅଫିସରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ସଂଘ ଦାବି କରିଛି ।ମାଷ୍ଟରମାଇଣ୍ଡ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ […]
ଆନ୍ଦୋଳନରୁ ଓହରିଲା ଓଆରଏସ୍ ସଂଘ । ଏହା ପରେ ଜରୁରୀ ସେବାରେ ଯୋଗଦେବେ । ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କାର୍ଯ୍ୟରେ ଯୋଗଦେବେ । ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଆରଏସ୍ ସଂଘ । ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀଙ୍କ ଅନୁରୋଧ କ୍ରମେ କାର୍ଯ୍ୟରେ ଯୋଗଦେବେ ORS ଅଫିସର। ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସର କାର୍ଯ୍ୟରେ ଯୋଗଦେବେ। ହେଲେ ଆନ୍ଦୋଳନରୁ ସିନା ଓହରିଛନ୍ତି, ହେଲେ ଏବେବି OAS ସଂଘର ଦାବିକୁ ସମର୍ଥନ […]
ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । ତେବେ ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୮,୮୯୦ ଟଙ୍କା ରହିଛି । ଗତକାଲି ୯୮,୪୦୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୦,୬୫୦ ଟଙ୍କା ରହିଛି । ଗତକାଲି ୯୦,୨୦୦ ଟଙ୍କା ଥିଲା । […]
ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କ ପାଇଁ ଏହା ଶକ୍ତ ଝଟ୍କା। ତାଙ୍କ ପୂର୍ବ ପତ୍ନୀ ଓ କନ୍ୟାଙ୍କୁ ଭରଣ ପୋଷଣ ପାଇଁ ମାସିକ ମୋଟ ୪ ଲକ୍ଷ ଟଙ୍କା ଦେବା ପାଇଁ ସାମିଙ୍କୁ ମଙ୍ଗଳବାର କଲକାତା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ସାମିଙ୍କ ଠାରୁ ତାଙ୍କ ପତ୍ନୀ ହସିନ ଜହାଁ ଓ ଝିଅ ଅଲଗା ରହୁଛନ୍ତି। ସେମାନେ ଭରଣପୋଷଣ ପାଇବାକୁ ହକଦାର୍। ଏହାଦ୍ଵାରା ତାଙ୍କ ଝିଅର […]
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ହଲିଡେ’ ନେଇ ନୋଟିସ୍ ଜାରି କରିଛି,ନୋଟିସରେ ରବିବାର, ଦ୍ୱିତୀୟ ସପ୍ତାହ ଶନିବାର ଓ ଚତୁର୍ଥ ସପ୍ତାହ ଶନିବାର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।ଜୁଲାଇ ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ୧୮ ଦିନ ବ୍ୟାଙ୍କ ରହିବ ଖୋଲା । ତେବେ ଏହିଦିନରେ ବ୍ୟାଙ୍କ ହଲିଡେ | -୩ ଜୁଲାଇରେ ଖାରଚି ପୂଜା ପାଇଁ ଅଗରତଲା ଓ ତ୍ରିପୁରାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।-୫ ତାରିଖରେ […]
ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି […]
୭୩ ବର୍ଷୀୟା ମହିଳାଙ୍କ ପେଟରୁ ମିଳିଲା ଷ୍ଟୋନ୍ ଶିଶୁ । ସେ ପୁଣି ୩୦ ବର୍ଷୀୟ ଶିଶୁ ।ମହିଳାଙ୍କ ସିଟି ସ୍କାନରେ ଏହା ଜଣାପଡ଼ିଥିଲା । ଡାକ୍ତରଙ୍କ ମତରେ ଯେତେବେଳେ ଏକ ଭ୍ରୁଣ କ୍ୟାଲସିଫାଏଡ୍ ହୁଏ, ସେତେବେଳେ ଏହାକୁ ଲିଥୋପେଡିଅନ୍ କିମ୍ବା ପଥର ଶିଶୁ କୁହାଯାଏ । ଜୁନ୍ ୨୫ ତାରିଖରେ ‘ନନ୍ ଆସେଟିକ୍ ଥିଙ୍ଗସ୍’ ନାମକ ଏକ X ଆକାଉଣ୍ଟରେ ଏହି ଫଟୋ ସେୟାର କରାଯାଇଥିଲା । ଏଥିରେ କ୍ୟାପସନ୍ରେ ଲେଖାଯାଇଥିଲା, ‘‘ଏହି ସିଟି ସ୍କାନ୍ […]
ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, DSS ଶରତ […]
ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅବସର ନେଉଥିବା ଶିକ୍ଷକ ତଥା ବିଭାଗୀୟ କର୍ମଚାରୀଙ୍କୁ ଅବସର ଦିନ ସଂପୂର୍ଣ୍ଣ ପେନସନ ସହ ଗ୍ରାଚ୍ୟୁୟିଟି,କମ୍ୟୁଟେସନ ଆଦି ପ୍ରଦାନ କରାଯିବା ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନିଜେ ଉପସ୍ଥିତ […]
ଯୁବତୀକୁ ଛୁରି ଭୁଶି ହତ୍ୟା କଲା ପୁରୁଷ ବନ୍ଧୁ। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ। ଏଠାରେ ଏକ ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ […]
ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ୍ ସଦର ମହକୁମା ଠାରୁ ମାତ୍ର ୫ କିମି ଦୂର ସାନବଡ଼ଗାଁ ଗ୍ରାମର ୨ ନଂ ୱାର୍ଡରେ। ଗତ ଦୁଇଦିନ ହେବ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି।ଲଗାଣ ବର୍ଷା ଯୋଗୁ ସାନବଡ଼ଗାଁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଶେଷରେ ଲୋକେ ନିଜ କାନ୍ଧରେ କଫିନ୍ ବୋହିବା ଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମଙ୍ଗଳବାର ସାନବଡ଼ଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କର ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା। ଏକ […]
ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ଭାଲୁଖାଇ ଜଙ୍ଗଲରେ ଜଣେ ଆଦିବାସୀ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଖବର ଅନୁଯାୟୀ, ସାମିଆ ପଞ୍ଚାୟତର ଜଣେ ଆଦିବାସୀ ମହିଳା ଛେରି ଚରାଇବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ପାଇଁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ କୌଶଳକ୍ରମେ ମହିଳା ଜଣଙ୍କ ଘଟଣାସ୍ଥଳରୁ ଖସିଯାଇ ଥାନାରେ ଅଭିଯୋଗ […]
