ନୟାଗଡ଼ ,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଖଣ୍ଡପଡ଼ା ବ୍ଲକ ଅଡିସନ ଆସନ୍ତା ୧୭ ତାରିଖ ରବିବାର ଦିନ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶିକ୍ଷାକେନ୍ଦ୍ର ପରିସରରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ […]
କାର୍ତ୍ତିକ ମାସ ପଞ୍ଚୁକରେ ବି ଆକାଶଛୁଆଁ ପିଆଜ ଦର। ଗତ ୧୫ ଦିନ ଭିତରେ କିଲୋ ପିଛା ପାଖାପାଖି ୩୦ ଟଙ୍କା ବଢ଼ିଲାଣି | ଗାଁରୁ ସହର ସବୁଠି ପିଆଜ ଦର ୪୦-୫୦ ଟଙ୍କାରୁ ଆସି ୭୦ ଟଙ୍କାରେ ପହଞ୍ଚିଲାଣି। ପଞ୍ଚୁକରେ ପିଆଜ ରସୁଣର ଚାହିଦା ସେତେ ଅଧିକ ନଥିବା ସତ୍ତ୍ୱେ ଏଭଳି ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ପିଆଜ ଦର ବୃଦ୍ଧିକୁ ନେଇ ଗ୍ରାହକ ହନ୍ତସନ୍ତ । ବିଭିନ୍ନ ସ୍ଥାନରେ କିଲୋ ୮୦ ଟଙ୍କାରେ ପିଆଜ […]
ହିତାଧିକାରୀଙ୍କ ପାଇଁ ଖୁସିର ଖବର । ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ। ଇ-କେୱାଇସି ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ […]
ଅସଲି ପୋଲିସ ହାତରେ ନକଲି ପୋଲିସ । ପୋଲିସ ୟୁନିଫର୍ମ ପିନ୍ଧି , ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଲୁଟୁଥିଲା ଟଙ୍କା । ହେଲେ ସନ୍ଦେହ କରି ଜଣକୁ କାବୁ କଲେ ଗ୍ରାମବାସୀ। ୪ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ଗ୍ରାମବାସୀ କାବୁ କରିଥିବା ଲୁଟେରା ଜଣକୁ ବୌଦ୍ଧ ପୁଲିସ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଥାନା ନକୁଆନାଳୀ ଗ୍ରାମର ଶରତ ବେହେରା ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ନିକଟରୁ ନକଲି ୟୁନିଫର୍ମ, […]
ରାଜ୍ୟ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ତ୍ରୁଟି ସୁଧାରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ ରହିଛି । ଗୋଟିଏ ନମ୍ବର ସହ ଗୋଟିଏ ଆକାଉଣ୍ଟ ଲିଙ୍କ କରନ୍ତୁ । ସେହି ଫୋନ ନମ୍ବର ଆଧାର ସହ ଲିଙ୍କ ଥିବା ଦରକାର । ୫ ଲକ୍ଷ ମହିଳାଙ୍କ ଖାତାରେ ଆଧାର ଲିଙ୍କ ହୋଇନି । ଆବେଦନ ଖାରଜ ତାଲିକାରେ […]
ରାଜ୍ୟ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ପଞ୍ଜିକୃତ ଅଥଚ ବ୍ୟାଙ୍କ ଓ ଆଧାର ସଂଯୋଗୀକରଣଜନିତ ସମସ୍ୟା […]
କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ପୂର୍ଣ୍ଣିମା ବଡ଼ି ଭୋରରୁ ଡଙ୍ଗା ଭସାଇଥାନ୍ତି ଆବାଳ ବୃଦ୍ଧ ବନିତା । ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ପ୍ରତୀକ ଏହି ଡଙ୍ଗାଭସା ପୂର୍ଣ୍ଣିମା। କିଏ କିଏ କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାଇଥାନ୍ତି ତ ପୁଣି କିଏ ସୋଲ, କାଗଜ ଡଙ୍ଗା ଭସାଉଥିବା ଦେଖିବାକୁ ମିଳେ। ଆଉ ସେଥିପାଇଁ ଡ଼ଙ୍ଗା ତିଆରି କାମରେ ଲାଗି ପଡ଼ିଛନ୍ତି ଡ଼ଙ୍ଗା କାରିଗର। କିଏ ସୋଲରେ ରଙ୍ଗ ଦେଇ ଡ଼ଙ୍ଗା ତିଆରି କରୁଛି […]
କଟକ ଜିଲ୍ଲା କିଶନନଗର ଥାନା ବାରଦା ପଞ୍ଚାୟତ ମହାନଦୀ କୂଳ ନାନକାର ଗଡାରେ ଥିବା ଏକ ବୁଦା ମୂଳରେ ୧୫ ଫୁଟର ଅଜଗର ସାପ ବୁଲା ବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖି ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ସାପକୁ ଉଦ୍ଧାର କରିଥିଲେ । ଏକ ପଞ୍ଜୁରୀ ସାହାଯ୍ୟରେ ଚୌଦ୍ଵାର ଡମ ଡ଼ମଣି ଜଙ୍ଗଲରେ ଛାଡ ଯାଇଛି | ହୁଏତ ଏହି ଅଜଗର ସାପ ବନ୍ୟା ପାଣିରେ କେଉଁଠୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ତିନି ଦେଶ ଯାତ୍ରାରେ ବିଦେଶ ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ସମ୍ମିଳନୀରେ ବୈଶ୍ଵିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ । ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ […]
ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସୀତ ଜଳରେ ସ୍ନାନ କରାଯାଇ ଆଳତୀ ମଙ୍ଗଳ ଆଳତୀ ଘିଅରେ ଅଭିଶେକ କରାଯାଇଛି। ଏହାପରେ ବାଳଭୋଗ, ଖେଚୁଡ଼ି ଭୋଗ ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି […]
ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ । ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗତ ରାତି ୯ଟା ସମୟରେ ପୂର୍ବ ଯୋଜନା ମୁତାବକ ବିଇଓ କାର୍ୟ୍ୟାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ବାହାରେ ଛକିଥିବା ଭିଜିଲାନ୍ସ ଟିମ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ ସହ […]
ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଥାନାରେ ସିସିଟିଭି ଲଗେଇବା ଓ ପ୍ରତିରକ୍ଷା କର୍ମଚାରୀଙ୍କ ସହ ପୁଲିସ୍ର ବ୍ୟବହାର ପ୍ରସଙ୍ଗରେ SOP ପ୍ରସ୍ତୁତ ହୋଇଥିବା ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର।ଏସଓପି ଅନୁସାରେ, ସେନା ଅଧିକାରୀ ଥାନାକୁ ଆସିଲେ ଭଲ ବ୍ୟବହାର କରିବେ ଥାନାବାବୁ। ସମସ୍ୟା ଓ ଅଭିଯୋଗକୁ ଶୁଣିବା ସହିତ ସହାୟତା ପ୍ରଦାନ କରିବେ। ଲିଖିତ ଅଭିଯୋଗ କଲେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ। ମୌଖିକ […]
