ନୟାଗଡ଼,(ଲକ୍ଷ୍ମୀଧର ସାହୁ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ […]
ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ […]
ବଜାରରେ ଏବେ ଦୁଇ ପ୍ରକାରର ୧୦ ଟଙ୍କା ମୁଦ୍ରା ଚାଲୁଥିବାର ଜଣାପଡିଛି। ଏଥିରେ ଗୋଟିଏ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରିତ ୧୦ ଟଙ୍କା ମୁଦ୍ରା ହୋଇଥିବା ବେଳେ ଅନ୍ୟଟି ନକଲୀ। ଆରବିଆଇ ପ୍ରାୟତଃ ୧୦ ଟଙ୍କିଆ ମୁଦ୍ରା ସମ୍ପର୍କିତ ସୂଚନା ଦେଇ ଆସୁଛନ୍ତି। ଏହା ସତ୍ତ୍ୱେ ଲୋକଙ୍କ ମନରେ ୧୦ ଟଙ୍କା କଏନକୁ ନେଇ ଦ୍ୱନ୍ଦ୍ୱ ରହୁଛି। ଲୋକେ ୧୦ ଟଙ୍କା ମୁଦ୍ରା ଉପରେ ପଡିଥିବା ଗାରକୁ ନେଇ ପ୍ରାୟ ଦ୍ୱନ୍ଦ୍ୱରେ ରୁହନ୍ତି। ଏ ନେଇ […]
ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିର୍ବାଚନ କମିଶନ ନିଯୁକ୍ତ କରିଛନ୍ତି।ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କେ.ରବି କୁମାର ଏନେଇ ସୂଚନା ଦେଇ କହିଛନ୍ତି, ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନର ଅଂଶ ହେବେ। ନିର୍ବାଚନ ଆୟୋଗଙ୍କ […]
ବେଆଇନ ବାଣ କାରବାର ଚାଲିଥିବା ବେଳେ ସାଲେପୁର ପୋଲିସ ଚଢ଼ାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରେ ଏଭଳି ଚଢାଉ କରିଛି । କୌଣସି ସୂତ୍ରରୁ ଖବର ପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ […]
ସାହସୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ୍ ଆବାସ ଘର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିବାନୀଙ୍କ ଘର କାର୍ଯ୍ୟାଦେଶ ଦେଇଛି ଜିଲ୍ଲା ପ୍ରଶାସନ |ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀଙ୍କର ଥିଲା ବଡ଼ ଭୂମିକା । ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇଥିଲେ ଶିବାନୀ । ଅସହାୟଙ୍କ ପାଇଁ […]
ଅନୁଗୋଳ ଜିଲ୍ଲାରେ।ପରାଚାଟ ଗାଁର ପ୍ରତାପ ସାହୁଙ୍କ ପତ୍ନୀ ରୀତା ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସିଏ ଗର୍ଭ ଯନ୍ତ୍ରଣା ପାଇଥିଲେ। ତେଣୁ ପ୍ରତାପ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମେଡ଼ିକାଲ୍ରେ ପ୍ରସବ କରିଥିଲେ ରୀତା। ପିଲା ଜନ୍ମ ପରେ ମେଡିକାଲ୍ରେ କାର୍ଯ୍ୟରତ ନର୍ସମାନେ ତାଙ୍କୁ ହାତ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ମାଗିଥିଲେ। ମାତ୍ର ଦାରିଦ୍ର୍ୟ ଯନ୍ତ୍ରଣାରେ ଜର୍ଜରୀତ ପ୍ରତାପ ଏତେ ଟଙ୍କା ଦେବା ପାଇଁ ଅସହାୟତା ପ୍ରକାଶ […]
ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ଏହାର ଆଉ ବିଶେଷ ପ୍ରଭାବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।ରବିବାର ଠାରୁ ପାଗ ଶୁଖିଲା ରହିବ । କାଁ ଭାଁ ଜଳୀୟବାଷ୍ପ ରହିଛି । ସେ ନେଇ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।। ରବିବାର ଠାରୁ ଦିନ ତାପମାତ୍ରା ମଧ୍ୟ ସାମାନ୍ୟ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ […]
ଧରାପଡିଲେ ପୁଣି ଜଣେ ବିବାଦୀୟ ବାବା । ଏଥର ବି ସେହି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଆସିଛି ଖବର । ବାରହା ମାଂସ ରୋଷେଇ କରୁଥିବା ସମୟରେ ବନ ବିଭାଗ ଚଢାଉ କରିଥିଲା । ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରି ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କୁ ନିଜ ଘରୁ ଗିରଫ କରିଛି । ଏଠି ସହିତ ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡା ଜବତ ହୋଇଛି ।କିଛି ଦିନ ତଳେ […]
ଦିଲ୍ଲୀର ଜଣେ ଯୁବକ ତାଙ୍କର ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କର ଦୁଇ ସାହାଯ୍ୟକାରୀଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୦ ବର୍ଷୀୟ ସୋନିଙ୍କୁ ହତ୍ୟା କରିଥିବା ଯୁବକର ନାଁ ସଲିମ ଓରଫ ସଞ୍ଜୁ। ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଚତୁରତାର ସହ କାର୍ଯ୍ୟକାରୀ କରାଯାଇଥିଲା। ସଲିମ ପ୍ରଥମେ ଯୋଜନା ଅନୁସାରେ ଦୁଇ ବନ୍ଧୁ ହ୍ରିତିକ ଓ ପଙ୍କଜକୁ ଡାକିଥିଲା। ସମସ୍ତେ ଏକାଠି ହୋଇ ହତ୍ୟାକାଣ୍ଡ ଘଟାଇବାକୁ କରୱା ଚୌଥର ଦିନ ଠିକ କରିଥିଲେ।ସୋନି ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇର ବାସିନ୍ଦା […]
ବାତ୍ୟା ଛଡାଇନେଲା ବର୍ଷକର ଦାନା ପାଣି । ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ , ଯାଜପୁରରେ ୨୭୦୯ ହେକ୍ଟର ଓ ଜଗତସିଂହପୁରରେ ୨୪୯୮ ଜମିରେ ଫସଲ ନଷ୍ଟ ହୋଇଛି ।ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି। ବାସୁଦେବପୁର, ଚାନ୍ଦବାଲି ଓ ଭଣ୍ଡାରିପୋଖରିରେ ମଧ୍ୟ […]
ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଡମ୍ପିୟାର୍ଡ ଭିତରେ ଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି । ସକାଳ ୯ଟା ୨୯ ମିନିଟ୍ରେ ଜଣେ ମହିଳା ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳି ଯାଇଛି । ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର […]
