୨୮ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାଣି | ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ ରେ ଭୁବନେଶ୍ବର ୟୁନିଟ୍ -୫ ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଦ ରହିବ | ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ ଯୋଗେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର […]
ବାତ୍ୟା ଭୟରେ, ୨ଦିନରେ ୩ହଜାର କୋଟିର ବେପାର ହୋଇଛି । ଖାଦ୍ୟ ପଦାର୍ଥ ସହ ଅତ୍ୟାବଶକୀୟ ସାମଗ୍ରୀ ବୋହିନେଲେ ଖାଉଟି। ତେବେ ପରିସ୍ଥିତିର ଫାଇଦା ଉଠାଇ ମାଲାମାଲ ହେଲେ ବ୍ୟବସାୟୀ। ବାତ୍ୟା ପାଇଁ ଲୋକେ ଦୁଇ ତିନି ଦିନ ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିନେଇଛନ୍ତି। ଚାଉଳ, ଡାଲି, ଅଟା, ଆଳୁ, ପିଆଜ, ଚୁଡ଼ା, ଚିନି ସମେତ ପନପରିବା ବହୁମାତ୍ରାରେ କିଣିନେଇଛନ୍ତି ଲୋକେ। ଏପରିକି ପେଟ୍ରୋଲ, ଡିଜେଲ ପମ୍ପ ଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କେତେକ […]
ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ। ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ସମୟରେ ପିଲା ଭଲରେ ଭଲରେ ଜନ୍ମ ହୋଇଥିବାରୁ ବେଶ ଖୁସି ଅଛନ୍ତି ପରିବାର ଲୋକେ। ଏନେଇ ସରକାରଙ୍କୁ ବିଭିନ୍ନ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ […]
ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟାରୁ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ଥିବାରୁ ବିମାନ ଚଳାଚଳ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ବାତ୍ୟା ‘ଦାନା’ର ପ୍ରଭାବକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ସମସ୍ତ ବିମାନସେବା ବନ୍ଦ କରାଯାଇଥିଲା । ଗତକଶଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି […]
ମେଷ ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷ ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି […]
ରାୟଗଡ଼- ରାୟଗଡ଼ ସଦର ମହକୁମାସ୍ଥିତ ଜିସିଡି ଖେଳ ପଡିଆ ଠାରେ ଅଶୋକ କୁମାର ସାହୁ ମେମୋରିଆଲ ନକଆଉଟ୍ଫୁଟ୍ବୋଲ ମ୍ୟାଚ୍ ଉଦଘାଟିତ ହୋଇ ଯାଇଛି। ଏହି ଟୁର୍ଣାମେଣ୍ଟରେ ପ୍ରାୟ ୮ଗୋଟି ଟିମ୍ ଭାଗ ନେଇଛନ୍ତି।ଟିମ୍ ଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶର ବିଜୟ ନଗର, ବିଶ୍ଵନାଥ ପୁର (କଳାହାଣ୍ଡି ଜିଲ୍ଲା), କୋରାପୁଟ ଜିଲ୍ଲାର NYS ତୋୟାପୁଟ, ଲକ୍ଷ୍ମୀପୁର, ରାୟଗଡ଼ ଜିଲ୍ଳାର ଜେକେପୁର୍ ଏଵଂ ରାୟଗଡ଼ ରେଳବାଇ ଟିମ୍ ଓ ରାୟଗଡ଼ ଟାଉନ୍ ଟିମ୍ , ଏଵଂ କୋରାପୁଟ ଜିଲ୍ଲା ଟିମ୍ […]
ମେଷ ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷ ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି […]
ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍ ଖୋଲିବା ନିମନ୍ତେ ପ୍ଲଟ୍ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାରବାଟୀ ପ୍ୟାଲେସଠାରେ ଚାଲିଥିବା ଏହି ଅଫ୍ ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ। ତେବେ ଅନ୍ଲାଇନ୍ ମାଧ୍ୟମରେ baliyatra.netରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ଅଫ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା […]
ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଧୀନ ସିନ୍ଦୁରପୁର ରେଭିନ୍ୟୁ ସର୍କଲରେ ଆରଆଇ ବା ରାଜସ୍ୱ ନିରୀକ୍ଷକ ଦାୟିତ୍ୱରେ ଥିବା ସହକାରୀ ରାଜସ୍ୱ ନିରୀକ୍ଷକ (ଆସିଷ୍ଟାଣ୍ଟ ଆରଆଇ) ବିବେକାନନ୍ଦ ତ୍ରିପାଠୀ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି |ସୂଚନା ଅନୁସାରେ ସୂର୍ଯ୍ୟ କୁମାର ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାରିରେ ପରିଣତ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ। ତେବେ ସିନ୍ଦୂରପୁର […]
ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି ବେହେରା ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ । ଆସନ୍ତା ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିଲା । ଜାରି ସୂଚନାନୁଯାୟୀ, […]
ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ ହେବ। ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ ।ପଞ୍ଜିକୃତ କରିଥିବା ଚାଷୀଙ୍କଠାରୁ ସର୍ବନିମ୍ନ ରାଶି ପ୍ରଦାନ କରି ଧାନ ସଂଗ୍ରହ କରାଯିବ । ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନକୁ ମିଲିଂ କରାଯାଇ […]
କଟକ ଶିଶୁଭବନ ଅନ୍ଧାର। ଶିଶୁଭବନ ପୁରୁଣା କୋଠାରେ ଲାଇନ୍ ନ ଥିବାରୁ ଅନ୍ଧାରରେ ରୋଗୀ। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ।ସେପଟେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଏହି ସମସ୍ୟା ଦେଖାଦେଉଛି। ଟ୍ରାନ୍ସଫର୍ମର ମରାମତି ହେଉଛି ଓ ଖୁବ୍ଶୀଘ୍ର ଜେନେରେଟର ସଂଯୋଗ କରାଯିବ ବୋଲି କହିଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ପ୍ରଭାକର ମିଶ୍ର।ତେବେ ଡିଜିରେ ତେଲ ଅଭାବରୁ ଏହି ସମସ୍ୟା ଦେଖାଦେଇଛି।
