author

ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ […]

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କ ଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କ ଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କଲେ ମୋହନ ମାଝୀ । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ଅଛନ୍ତି ଓଡ଼ିଶାର ବରିଷ୍ଠ ପୁଲିସ ଅଧିକାରୀ।ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ଆଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାଝୀ ପୁଙ୍ଖାନୁପଙ୍ଖ ସମୀକ୍ଷା କରିଛନ୍ତି। ଏହି ଅବସରରେ ମହିଳା ଓ […]

ମହାପ୍ରଭୁଙ୍କ ଆନନ୍ଦ ବଜାରରେ ମହାପ୍ରସାଦ ଚଢା ଦର

କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଏବେଠାରୁ ମହାପ୍ରସାଦ ଓ ଶୁଖିଲି ଭୋଗର ଦର ଭକ୍ତଙ୍କ ମନରେ ଛନକା ପଶେଇଲାଣି। ୭ ବର୍ଷ ତଳର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ କେବଳ ଗୋଟିଏ ବ୍ରାଣ୍ଡ ଅର୍ଥାତ ଓମଫେଡର ଶୁଦ୍ଧ ଘିଅ ବ୍ୟବହାର କରାଯାଇପାରିବ । ଘିଅର ଦରବୃଦ୍ଧି ଯୋଗୁଁ ଲୋକଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଓ ଅନ୍ୟାନ୍ୟ ଶୁଖୁଲି ଭୋଗ ଯୋଗାଇ ହେଉନାହିଁ। ଚାହିହା ମେଣ୍ଟାଇବାକୁ ଘିଅ ମହଜୁଦ ରଖିପାରୁନି ଓମଫେଡ । ଯାହାର ବିକଳ୍ପ ଭାବରେ […]

ସୁପ୍ରିମକୋର୍ଟରେ ‘ଲେଡି ଅଫ୍ ଜଷ୍ଟିସ’ର ନୂଆ ମୂର୍ତ୍ତି

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଡ୍ଗ ହେଉଛି ହିଂସାର ପ୍ରତୀକ । କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। ବରଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରିଥାନ୍ତି । ସେହିପରି ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ […]

ଆଜିର ରାଶିଫଳ(୧୭ ଅକ୍ଟୋବର,୨୦୨୪)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।  ବୃଷ : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

କାର୍ତ୍ତିକ ମାସ ପାଇଁ ପ୍ରଶାସନର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା

ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । କାର୍ତ୍ତିକ ମାସରେ ପ୍ରବଳ ଭକ୍ତ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାରରେ ପ୍ରବେଶ ଅନୁମତି ଦିଆଯିବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିପାରିବେ । ସିଂହଦ୍ୱାରରେ ଭକ୍ତଙ୍କ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଶ୍ରୀମନ୍ଦିର […]

ପରିବା ବଜାରରେ ଲାଗିଛି ନିଆଁ

ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। ପାଞ୍ଚ ଶହ ଟଙ୍କା ପକେଟରେ ଧରି ଗଲେ ମଧ୍ୟ ଭର୍ତ୍ତି ହେଉ ନାହିଁ ପରିବା ବ୍ୟାଗ। କାରଣ ଯାହାକୁ […]

ପୂରା ପୁରୀ ସହରକୁ ଜଗିବ ସିସିଟିଭି।

ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ସ୍ଥାନରେ ୬୨୦ ସିସିଟିଭି କ୍ୟାମେରା ଲାଗିବ। ଅପ୍‌ଟିକାଲ ଫାଇବର ସହ ସିସିଟିଭି କ୍ୟାମେରାର ସଂଯୋଗ କରାଯିବ। ଏହାର କମାଣ୍ଡ କଣ୍ଟ୍ରୋଲ ସେଟ୍‌ଅପ୍‌ ରହିବ। ଯାହା ଦ୍ୱାରା ସବୁ ବିଭାଗ […]

ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୁଲିସ।

କିଛିଦିନ ପୂର୍ବେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ଏବେ ପୁଣି ଅଡ଼ୁଆରେ। ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଚୋରି ମାମଲାରେ ଗିରଫ ହୋଇଛି ଟୁଙ୍ଗୁରୁ।ତା ନିକଟରୁ ପୋଲିସ ଗୋଟିଏ ଓ୍ଵେଲଡିଂ ମେସିନ, ଗୋଟିଏ କଟର ଏବଂ କପର କେବୁଲ ଜବତ କରିଛି। ଭରତପୁର ଥାନା ପୁଲିସ ଅଭିଯୋଗକାରୀ ମଣ୍ଟୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଟୁଙ୍ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି […]

ପୁଲିସ୍‌ ଗାଡ଼ି ଭାଙ୍ଗିଲେ, ଦୁଇ ASIଙ୍କୁ ନିର୍ଦ୍ଧୁମ ପିଟିଲେ

ତାତିଲେ ଗାଁ ଲୋକେ। ୩ ଡକାୟତଙ୍କ ସମେତ ପୁଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପୁଲିସ୍‌ ଗାଡ଼ିକୁ ଭାଙ୍ଗିଲେ। ଯେଉଁଥିପାଇଁ ରଣକ୍ଷେତ୍ର ପାଲଟିଲା ସୂଚନା ମୁତାବକ ସବୁର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଲୁଟ୍‌ ଉଦ୍ୟମକୁ କେନ୍ଦ୍ର କରି ବୁଧବାର ତୁମୁଳକାଣ୍ଡ ହୋଇଛି। ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ୩ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଚାଷଜମିକୁ ପାଣିର ବ୍ୟବସ୍ଥା କରିବାକୁ ଯାଇଥିବା ଜଣେ ଚାଷୀଙ୍କ […]

 କୃଷକମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୋଦି ସରକାର।

କେନ୍ଦ୍ର ସରକାର ବୁଧବାର ଦିନ ୬ଟି ରବି ଫସଲ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ସରକାର ଗହମର ମୂଲ୍ୟ ଉପରେ କୁଇଣ୍ଟାଲ ପ୍ରତି ୧୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଗହମର ସରକାରୀ ମୂଲ୍ୟ ୨୪୨୫ ଟଙ୍କାରେ ପହଞ୍ଚିଛି । ଜ, ଚଣା, ମସୁର, ସୋରିଶ, କୁସୁମ ଆଦି ଫସଲ ଉପରେ ମଧ୍ୟ ସରକାର ଦରବୃଦ୍ଧି କରିଛନ୍ତି ।ରିପୋର୍ଟ ଅନୁସାରେ ୨୦୨୫-୨୬ ସିଜିନ୍ ପାଇଁ ଏହି ନୁନ୍ୟତମ ସହାୟତା ମୂଲ୍ୟ […]

ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି ।

ପାର୍ବଣ ଋତୁରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ସୂତ୍ର ସୂଚନା ମୁତାବକ ଚଳିତ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା କେନ୍ଦ୍ର ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି । ଏହିପରି ଭାବରେ ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ଏବଂ ଡିଆରକୁ ୩ […]