author

ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ।ଏଥିପାଇଁ ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ। ଏଥିସହ ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ଭରତପୁର ଥାନା ହାଇଡ୍ରାମା ଘଟଣାରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହିକ୍ରମରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । କୋର୍ଟରେ […]

ମହିଳା ଦିବସରେ ଏକକାଳୀନ ମିଳିବ ଦ୍ବିତୀୟ କିସ୍ତି

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ପ୍ରଥମ କିସ୍ତି । କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସ ଦିନ କୋଟିଏ ମହିଳାଙ୍କୁ ପ୍ରଦାନ କରାଯିବ । ୯୨ ଲକ୍ଷ ଆବେଦନ କରିସାରିଲେଣି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇସାରିଛୁ । ଆଉ ସପ୍ତାହେ ମଧ୍ୟରେ କୋଟିଏ ଆବେଦନ ଆସିଯିବ […]

ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ

ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ । ଏହି ମିଳିତ ସମରାଭ୍ୟାସର ନାଁ ରଖାଯାଇଛି ‘ସାଗର କବଚ-୨’ । ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭିର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ […]

ରାଉରକେଲାରେ ପୁଣି ଲଜ୍ଜା, ୪ ଦିନ ମଧ୍ୟରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା

ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ଅଞ୍ଚଳ ଏକ ରେଷ୍ଟୁରାଣ୍ଟରେ ଜଣେ ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଛନ୍ତି । ଯାହାର ଅଭିଯୋଗ ରଘୁନାଥପାଲି ଥାନାରେ ହୋଇଛି । ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।ଗତ ୨୧ ତାରିଖରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ […]

ଲଘୁଚାପ ସୃଷ୍ଟି : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ମଙ୍ଗଳବାର ପଶ୍ଚିମ-କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।୨୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ […]

ଭରତପୁର ଥାନାରେ କ୍ରାଇମ୍‌ବ୍ରାଞ୍ଚ, କୋର୍ଟରେ ହାଜର ହେବେ ନିଲମ୍ବିତ IIC

ଭରତପୁର ଥାନା ମାମଲାରେ ତଦନ୍ତକୁ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢୁଛି। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିବ କ୍ରାଇମବ୍ରାଞ୍ଚ ଟିମ୍।ଏହାପରେ ପଥରଗାଡିଆ ଯିବ ଟିମ୍‌ । ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ। ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ ସ୍ଥାନରେ ସେଦିନ କ’ଣ ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହୋଇଥିଲା ? […]

ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେବ ଏକକ ପରିଚୟ ପତ୍ର।

ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଯୌନ ନିର୍ଯାତନା ଘଟଣାରେ ଅଭିଯୋଗ ଦେବା ପାଇଁ ନାହିଁ କୌଣସି ବ୍ୟବସ୍ଥା। ୭ ଦିନ ମଧ୍ୟରେ ଗଠନ କର ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଚଳିତ ମାସ ୩୦ ସୁଧା କମିଟି ଗଠନକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟରେ ଛାତ୍ରୀଛାତ୍ରଙ୍କ ପାଇଁ ଅଟୋମେଟେଡ୍‌ ପରମାନେଟ୍‌ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି (ଏପିଏଏଆର୍‌) ରହିବ ଓ ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବରରେ […]

ଆଜିଠୁ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ: ୨୭ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆଜିଠୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ |ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ […]

୪୯୫୪ କୋଟି ଟଙ୍କାର ୩୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୧ତମ ଏସ୍ଏଲ୍ଏସଡବ୍ଲୁସିଏ ବୈଠକରେ ୩୧ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାହାର ମୋଟ ମୂଲ୍ୟ ୪ ହଜାର ୯୫୪.୨୬ କୋଟି ଟଙ୍କା। ୧୪ଟି ଜିଲ୍ଲାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୨୪୧୬୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ପ୍ରକଳ୍ପ ଗୁଡିକ ହେଲା ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡସ୍‌, ଫୁଡ୍ ପ୍ରୋସେସିଂ,ପ୍ୟାକେଜିଂ, ଟେକ୍ସଟାଇଲ, ବାୟୋଫୁଏଲ, ଗ୍ରୀନ୍ ଏନର୍ଜି ଉପକରଣ,ଷ୍ଟିଲ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଫୁଡ୍‌, ମୃଦୁପାନୀୟ, […]

ଆଜିର ରାଶିଫଳ(୨୫ ସେପ୍ଟେମ୍ବର,୨୦୨୪)

ମେଷ: ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।* ବୃଷ: ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । […]

ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ।

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ […]

ନର୍ସିଂ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସରକାର। 

ଓଡ଼ିଶା ନର୍ସିଙ୍ଗ କର୍ମଚାରୀ ସଂଘଙ୍କ ଦ୍ୱାରା ଆସନ୍ତକାଲି ଆନ୍ଦୋଳନ ପାଇଁ ଡକରା ହୋଇଥିଲା। ଯାହାର ଗୋଟିଏ ଦିନ ପୂର୍ବରୁ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛନ୍ତି ସରକାର।। ଆନ୍ଦେଳନ ଉପରେ ରୋକ୍‌ ଲଗାଇବା ସହ କୌଣସି ନର୍ସିଂ କର୍ମଚାରୀ ଷ୍ଟ୍ରାଇକ୍‌ କରୁଥିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ। ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଥିଲା ନର୍ସିଂ […]