ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ନୟାଗଡ଼ର ପାଣିପୋଇଲା ଡ୍ୟାମ ଠାରେ ଏକ ବୈଠକ ଆୟୋଜନ କରାଯାଇ ପାଣିପୋଇଲା ଠାରେ ଚିନି କାରଖାନାର ପୁନରୁତ୍ଥାନ ବିଷୟରେ ଆଲୋଚନା କରାଯାଇଛି। ଆଖୁ ଚାଷୀ, ପୁରାତନ ନୟାଗଡ଼ ଚିନି କାରଖାନାର ପୂର୍ବତନ କର୍ମଚାରୀ ଏବଂ ସ୍ଥାନୀୟ ହିତାଧିକାରୀମାନେ ଏହି ସମାବେଶରେ ଅଂଶଗ୍ରହଣ କରି ଏହି ଅଞ୍ଚଳରେ ନୂତନ ଚିନି କାରଖାନା ଖୋଲିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ […]
ନୟାଗଡ଼,(ଓଡିଶା ଦର୍ପଣ):ଚଳିତ ବର୍ଷ ମାର୍ଚ୍ଚ ୧ରୁ ସପ୍ତାହବ୍ୟାପୀ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧ ରୁ ୭ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଉ […]
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଖଣ୍ଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର ଡ଼ ଦେବାଶିଷ ଦାଶ,ମୁଖ୍ୟ ବକ୍ତା ପ୍ରଶାସନିକ ଅଧିକାରୀ ଜୀବ ବିଜ୍ଞାନ ସଂସ୍ଥାନ ଦୟାନିଧି ପ୍ରଧାନ , ସମ୍ମାନୀତ ଅତିଥି ଭାବେ ପଞ୍ଚସଖା ଶିକ୍ଷାସେତୁ ସଭାପତି ସୁଶାନ୍ତ କୁମାର […]
ରାୟଗଡ ତା ୧୧/୦୧- ରାୟଗଡରେ ଦୀର୍ଘ ୫ଦିନ ବ୍ୟାପି ଜିଲ୍ଲାସ୍ଥରୀୟ କୃଷି ମୋହତ୍ସବ ଆଜି ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଜି.ଆଇ. ଏସ.ସି.ଆର ପଡିଆ ଠାରେ ଆୟୋଜିତ ଜିଲ୍ଲା ସ୍ଥରୀୟ ଉତ୍ସବ ଓ କୃଷୀ ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଡା. ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗଦାନ କରି ନିଜର ବକ୍ତବ୍ୟରେ ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ନିମନ୍ତେ ଵୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା […]
ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବୁଲେଟ ଫାଇଆର ସେଫ୍ଟି ଯାନ। ଏହି ଅତ୍ୟାଧୁନିକ ବୁଲେଟରେ ୨ ଟି ପାଣି ସିଲିଣ୍ଡର ସହ ୨ ଟି ଗ୍ୟାସ ସିଲିଣ୍ଡର ମଧ୍ୟ ରହିଛି। ଯାହା ଦ୍ଵାରା କୌଣସି ଅସୁବିଧାରେ ୩୦ ମିଟର ଲମ୍ବା ପାଇପ ଦ୍ଵାରା ପାଣି ଛଡ଼ା ଯାଇପାରିବ । ଏହି ୩୦ ମିଟର ପାଇପରେ ୱାଟର ଗନ ରହିଛି ଯେଉଁଥିରେ ୨ଟି ଭିନ୍ନ ଭିନ୍ନ ୱାଟର ନଜେଲ ରହିଛି। ଯାହାକି ଭିନ୍ନ ଭିନ୍ନ ନିଆଁକୁ ଆୟତ୍ତ କରିବାରେ […]
୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା SPଙ୍କ ନିକଟରେ ନଅ ଜଣ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣ ମହିଳା ମାଓବାଦୀ ସମେତ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ବୁର୍କାପାଲ ଘଟଣା ସମେତ ଅନେକ ଘଟଣାରେ ସମ୍ପୃକ୍ତ ଥିଲେ । ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଗୀତା ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ରେ ଥିବା ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ତିରୁପତି ବିଶ୍ୱ ବିଦ୍ୟାଳୟ କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ଚିନ୍ମୟ ମିଶନ […]
ଜୟ ଯବାନ ଜୟ କିଶାନ। ଆଜି ହେଉଛି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତର ପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ସେ ୧୯୬୪ ମସିହାରେ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାତ୍ର ୧୮ ମାସ ସେ ଥିଲେ […]
ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ତେବେ ୧୧ ତାରିଖରେ ସରିବାକୁ ଥିବା ଏହି ପ୍ରଦର୍ଶନୀ ଗୋଟିଏ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି। ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାତୀୟ ଯୁବ ଦିବସ ମଡେଲ ଡିଗ୍ରୀ କଲେଜଠାରେ ଯୁବ ରେଡକ୍ରସ୍ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ମଞ୍ଚାସୀନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିବେକାନନ୍ଦଙ୍କର କାର୍ଯ୍ୟାବଳୀ ଓ ନେତୃତ୍ବ ବିଷୟରେ ସୂଚନା ଦେଇଥିଲେ। ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଯୁବପୀଢ଼ିଙ୍କୁ ଦେଶର ପ୍ରଗତି ନିମନ୍ତେ […]
