author

ଜଳନ୍ତା ଟ୍ରକ୍‌ରେ ନିଆଁ: ଜଳିଗଲା ୩୦ ଟନ୍ ଡାଲି

ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଅଘଟଣ ଘଟିଛି। ଆଜି ଭୋର ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା। ରାସ୍ତାକଡରେ ଅଗ୍ନିକାଣ୍ଡ ଘଟିଥିବାରୁ ଯାଆ […]

ଆଜିର ରାଶିଫଳ(୨୪ ସେପ୍ଟେମ୍ବର,୨୦୨୪)

*ମେଷ* *ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।  ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।*  *ବୃଷ*  *ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି […]

ଲୋକଙ୍କୁ ସଚେତନ କରୁଛି ଡେଙ୍ଗୁ ସଚେତନତା ରଥ

ନୂଆଗାଁ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ,ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ନୂଆଗାଁ ବ୍ଲକ୍ ର ଲୋକମାନଙ୍କୁ ସଚେତନ କରିବା ପାଇଁ ବୁଲୁଛି ଡେଙ୍ଗୁ ସଚେତନତା ରଥ। ଡେଙ୍ଗୁ ସଚେତନତା ରଥ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ବାହାରି ନୂଆଗାଁ ବ୍ଲକ୍ ମହିପୁର, ବାହାଡ଼ା ଝୋଲା, କାପ୍ତାପଲ୍ଲୀ, ସିଙ୍ଗାର ପଲ୍ଲୀ, ଜାକେଡା,ନୂଆଗାଁ ଆଦି ପଞ୍ଚାୟତ ବୁଲି ଦେଙ୍ଗୁ ଏକ ଋତୁ କାଳୀନ ଭୂତାଣୁ ଜନିତ ରୋଗ, ଏଡିସ ମଶା […]

କ୍ରୀଡା ଓ ଯୋଗ ର ମହତ୍ତ୍ଵ ଅତୁଳନୀୟ:ଦଶପଲ୍ଲା ବିଧାୟକ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ,ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ସଭାପତି ରାଜଶ୍ରୀ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର […]

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ସମସ୍ୟା

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ।ଏହାବ୍ୟତୀତ ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କ ପାଇଁ ୩ଟି ଅଣପଞ୍ଜିକୃତ କେନ୍ଦ୍ର କରାଯାଇଛି। ସେଠାରେ ପଞ୍ଜିକରଣ ପରେ ସେମାନଙ୍କୁ ଏସଏମଏସ ଯିବ। ଯଦି ଏସଏମଏସ ନଯିବ, ତାହେଲେ ପୁଣିଥରେ ଅନଲାଇନରେ ପଞ୍ଜୀକରଣ କରି ଅଭିଯୋଗ ପ୍ରକୋଷ୍ଠକୁ ଆସିପାରିବେ।ଜୁଲାଇ ୧ ତରିଖରୁ […]

ରାଜ୍ୟରେ ନିୟନ୍ତ୍ରଣରେ ଅଛି ବାର୍ଡ ଫ୍ଲୁ ।

ରାଜ୍ୟରେ ନିୟନ୍ତ୍ରଣରେ ଅଛି ବାର୍ଡ ଫ୍ଲୁ । ପୁରୀ ଓ କେନ୍ଦ୍ରାପଡାକୁ ଛାଡି ଅନ୍ୟ କେଉଁ ଜିଲ୍ଲାରେ ନାହିଁ ପ୍ରତିବନ୍ଧକ ।ବ୍ୟବସାୟୀମାନେ ମଧ୍ୟ ବେପାର କରିପାରିବେ । କେହି ଭୟଭୀତ ନହେବାକୁ ଅପିଲ କରିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ଅନ୍ୟ ଜିଲ୍ଲାର ଲୋକେ କୁକୁଡା ଓ ଅଣ୍ଡା ଖାଇପାରିବେ । ପୂର୍ବରୁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଲୋକଙ୍କୁ ଚିକେନ ନଖାଇବା ଲାଗି ପରାମର୍ଶ ଦେଇଥିଲେ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର […]

କୋଣାର୍କ ମନ୍ଦିରର ହେଲା GPRS ଲେଜର ସ୍କାନିଂ ସର୍ଭେ

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହର ଜିପିଆରଏସ ଲେଜର ସ୍କାନିଂ ସର୍ଭେ କରାଯାଇଛି। । ଏଥିସହ ଏଏସଆଇ ପକ୍ଷରୁ ତିନି ଜଣିଆ ବୈଷେୟିକ ଦଳ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ୧୦ ଫୁଟ ତଳୁ ଜିପିଆରଏସ ଲେଜର ସ୍କାନିଂ ସର୍ବେକ୍ଷେଣ କରିଛନ୍ତି।ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧୀକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍ ଏହି ସର୍ଭେ କାର୍ଯ୍ୟ କରିଛନ୍ତି। ହାଇଦ୍ରାବାଦର ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନଜିଆରଆଇର ତିନି […]

କଟକରେ ନକଲି କ୍ଷୀର କମ୍ପାନୀରେ ଚଢାଉ

କଟକରେ ନକଲି ସସ୍‌, ହଳଦୀ ଗୁଣ୍ଡ, ଜର୍ଦା, ଘିଅ ଆଦି ଠାବ ହେବା ପରେ ବର୍ତ୍ତମାନ ତାଲିକାରେ ସାମିଲ ହୋଇଛି ନକଲି କ୍ଷୀର । ବେ କିଛି ଖଳ ପ୍ରକୃତିର ଲୋକେ ଏକ ଘରୋଇ କମ୍ପାନୀର ନାଁ’ରେ କଳାବଜାରୀ କରୁଥିବା କାରଖାନାକୁ ସିଲ୍ କରିଛି ପୋଲିସ। କଟକ ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ ସୋମବାର ଚଢାଉ ହୋଇଛି ।ଏହି ଚଢ଼ାଉ ସମୟରେ ଜଣାପଡିଛି ଯେ ‘ରୋହିଣୀ’ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା […]

ରାଯଗଡଶ୍ରମ କୋର୍ଡ଼କୁ ବାତିଲ କରିବା ଦାବିରେ 23 ସେପ୍ଟେମ୍ବର କୁ କଳା ଦିବସ ରୂପେ ପାଳନ

ରାଯଗଡଶ୍ରମ କୋର୍ଡ଼କୁ ବାତିଲ କରିବା ଦାବିରେ 23 ସେପ୍ଟେମ୍ବର କୁ କଳା ଦିବସ ରୂପେ ପାଳନ ଅବସରରେ ରାଯଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ 23 09 2024 ତାରିଖ ଦିନ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ରାୟଗଡା ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି DLO କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମ ବୋଡ ଓ ଘରୋଇ କରଣ କୁ ବାତିଲ କରିବା ଦାବୀରେ କଳା ଦିବସ ପାଳନ କରାଯାଇଛି l କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ […]

ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ! ରାଜି ନହେଲେ ମାଡ଼ ମାରୁଥିଲେ କନ୍‌ଷ୍ଟେବଳ।

ରଙ୍ଗୀଲା କନ୍‌ଷ୍ଟେବଳ। ଏକ ତରଫା ପ୍ରେମ କରୁଥିଲେ। ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନହେଲେ ମାଡ଼ ମାରୁଥିଲେ। ଯାଜପୁର ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ବାଳଙ୍କ ରାତିଅଧରେ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ।ମେରଦା ଉପସ୍ବାସ୍ଥ୍ୟକେନ୍ଦ୍ରର ଷ୍ଟାଫ ନର୍ସଙ୍କୁ ଦୀର୍ଘ ଦିନ ଧରି ପ୍ରେମ ନିବେଦନ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା […]

ପୀଡ଼ିତାଙ୍କୁ ଠିକ୍ ସମୟରେ ମିଳିବ ନ୍ୟାୟ

ଭରତପୁର ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ଯେଉଁମାନେ ବି ଦୋଷୀ, କାହାରିକୁ ଛଡ଼ାଯିବ ନାହିଁ। ମହିଳାଙ୍କ ନିର୍ଯାତନା ରୋକିବାକୁ ସରକାର ସଚେତନ ଅଛନ୍ତି ଏବଂ ପଦକ୍ଷେପ ନେଉଥିବା ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକସେବା ଭବନରେ ମେଜର ଏବଂ ତାଙ୍କ ବାନ୍ଧବୀ ଭେଟିଛନ୍ତି ।ସେମାନଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ବାପା ଓ କିଛି ଅବସରପ୍ରାପ୍ତ ସେନା […]

ଭରତପୁର ଥାନାରେ ହୋମଯଜ୍ଞ : ଗେଟ୍‌ରେ ଝୁଲିଲା ଲେମ୍ବୁ

ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ଆଉ ଏକ ଫର୍ଦ୍ଦ ଚର୍ଚ୍ଚାରେ ଜୋଡି ହୋଇଯାଇଛି। ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି । କାର୍ଯ୍ୟରେ ଯୋଗଦେଇ ଯଜ୍ଞରେ କର୍ତ୍ତା ହୋଇବସିଛନ୍ତି ଆଇଆଇସି ଦୀପକ ଖଣ୍ଡାୟତ ରାୟ। ନୂଆ ଥାନା ଅଧିକାରୀ ଥାନା ଗେଟ୍‌ରେ ଲଙ୍କା ଲେମ୍ବୁ ଝୁଲାଇଛନ୍ତି । ଏହାସହ ଚାମ୍ବରରେ ହୋମ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଛି। ଯାହାଫଳରେ ମନ୍ତ୍ରପାଠରେ ଗୁଞ୍ଜରିତ ପୁର ଅଞ୍ଚଳ। ହୋମଯଜ୍ଞ ବେଳେ ହାତରେ ରକ୍ଷାସୂତ୍ର ବାନ୍ଧିଛନ୍ତି ଥାନା ଅଧିକାରୀ […]