ଡଙ୍ଗା ଚଳାଇ ଗାଁକୁ ଗଲେ ବିଧାୟକ । ନିର୍ବାଚନରେ ଜିତିବା ପରେ ମାଲକାନଗିରି ଜିଲ୍ଲା ଗଜିଆଗୁଡା ଗାଁକୁ ଯାଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି। ବର୍ଷା ବଢ଼ିଲେ ଜଳପଥ ମଧ୍ୟ ଏକପ୍ରକାର ବନ୍ଦ ହୋଇ ବାହ୍ୟଜଗତରୁ ଚ୍ଛିନ୍ନ ହୋଇଯାଉଛି। ତେଣୁ ବିଧାୟକଙ୍କୁ ବି ଏହି ଗାଁକୁ ଦେଶୀ ଡଙ୍ଗାରେ ଯିବାକୁ ପଡ଼ିଛି।ସମସ୍ୟାର ପାହାଡ଼ ତଳେ ଦବି ରହିଥିବା ଏହି ଗାଁ ସଂପର୍କରେ ଚିତ୍ରକୋଣ୍ଡା […]
ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ନାମକ ଝରଣା ଅଛି । ଯେଉଁଠିକି ୧୩ ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ । ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା […]
ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ସତର୍କତା ଜାରି କରାଯାଇଛି। ୨୩ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୪ରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ ୭୦ରୁ ୧୧୦ ମିମି ବର୍ଷା ହୋଇପାରେ । […]
ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’। ରବିବାର ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକ ପରେ ସର୍ବସମ୍ମତିକ୍ରମେ ତାଙ୍କ ଘୋଷଣା କରାଯାଇଛି। ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ ଟଙ୍କାରୁ ବର୍ଦ୍ଧିତ […]
ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏହି ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ […]
*ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* *ବୃଷ : ଆଜି ବାଣିଜ୍ୟ, […]
ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ ପୂରୁଣୁ ସେମାନଙ୍କୁ ଜାମିନ୍ ମିଳିଛି। ଭୁବନେଶ୍ବର JMFC କୋର୍ଟରୁ ସେମାନଙ୍କୁ ମିଳିଛି ଜାମିନ।ପୁଲିସ ୫ଟି ଦଫା ଲଗାଇଥିଲା। କିନ୍ତୁ ସମସ୍ତ ଦଫା କୋହଳ ଥିବାରୁ ଥାନାରୁ ହିଁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା କଥା। ମାତ୍ର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ନିଜେ କୋର୍ଟରେ ଉପସ୍ଥିତ ନ ଥିଲେ। କୋର୍ଟରେ ଉପସ୍ଥିତ ଥିବା […]
ଭରତପୁର ଥାନା ଘଟଣାରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିରୋଧୀ । ସମସ୍ତଙ୍କର ଗୋଟିଏ ସ୍ୱର, ଦୋଷୀ ଦଣ୍ଡ ପାଉ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳୁ । ୨ ପ୍ରମୁଖ ବିରୋଧୀ ବିଜେଡି ଓ କଂଗ୍ରେସ ରାଜଧାନୀରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ।ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ବର୍ବରତା ସବୁ ସୀମା ଟପିଛି।ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ହାଲକା ଭାବେ ନେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ରାଜ୍ୟରେ ଆଇନ ଶୃଙ୍ଖଳା […]
ଅଙ୍ଗନବାଡୀ କର୍ମୀଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଅଙ୍ଗନବାଡି କର୍ମୀ ମାଡରେ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି।ମହାପଦା ଗାଁର […]
ଆଗାମୀ ୪ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା । ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ଅଧିକ । ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ଯାଏ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହିପରି ୨୨ ତାରିଖରେ ୧୭ ଜିଲ୍ଲାକୁ ପଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବିଜୁଳି ଘଡଘଡି ସହ ବର୍ଷା ହେବ। ଜିଲ୍ଲା ଗୁଡ଼ିକ ମଧ୍ୟରେ […]
କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଛାତ୍ରଙ୍କ ବୟାନ । କହିଲେ ଆମ ଭିତରେ କେବଳ ଠେଲାପେଲା ହୋଇଥିଲା । ସେମାନେ ପ୍ରଥମେ ଆମକୁ ଆକ୍ରମଣ କରିଥିଲେ । ଆମର କୌଣସି ଭୁଲ୍ ନାହିଁ। ବିନା ଦୋଷରେ ଆମକୁ ଗିରଫ କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଗଲା ବେଳେ ଆଜି ଏମିତି କହିଛନ୍ତି ୭ ଛାତ୍ର |ଗିରଫ ହୋଇଥିବା ୭ ଛାତ୍ର କହିଛନ୍ତି, ଆମେ […]
ଶୁଖିଗଲାଣି ଶ୍ରୀମନ୍ଦିର ରୋଷଘର ଗଙ୍ଗା ଓ ଯମୁନା କୂଅ। ବୋରିଂ ପାଣିରେ ରୋଷେଇ ହେଉଛି ମହାପ୍ରସାଦ।ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ଶୈଳୀ ଓ ସ୍ବାଦ ସଂପୂର୍ଣ୍ଣ ଭିନ୍ନ। ଏଠାରେ ନିଜେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ବାସ ରହିଛି। ରୋଷଘରର ରନ୍ଧନ ପ୍ରଣାଳୀଠାରୁ ଆରମ୍ଭ କରି ଚୁଲା ଓ ଅନ୍ୟାନ୍ୟ ବ୍ୟବସ୍ଥା ନିଆରା। ମାଟିପାତ୍ରରେ ଏଠାରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଚୁଲିରେ କାଠ ଜାଳି ଏହା ପ୍ରସ୍ତୁତ ହୋଇଥାଏ। ପଦ୍ମପାଖୁଡ଼ା ଭଳି ଚୁଲାରେ […]
