ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ।ଶ୍ରୀଯୁକ୍ତ ଦାସବର୍ମା କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର […]
ତା: ୧୭.୫.୨୦୨୪ ରାୟଗଡା ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନାର ଶୁଭ ଉଦଘାଟନ ସ୍ଥାନୀୟ ଜି ସି ଡି ଉଚ୍ଚବିଦ୍ୟାଳୟ ପଡିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ, ରାୟଗଡ଼ା ର ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହ୍ନର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ରାୟଗଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ସମେତ ସମ୍ମାନିତ ଅତିଥି ରୂପେ ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ରାୟଗଡା ତହସିଲଦାର […]
ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ଅନୁଷ୍ଠିତ ହେବ। ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ। ଏନେଇ ଅପରାହ୍ନ ୨ଟା ପରଠାରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି […]
ଝାରସୁଗୁଡ଼ା ଜିଲା ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କାରଖାନାରେ ଷ୍ଟ୍ରକ୍ଚର ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ କାରଖାନାରେ ଭର୍ତ୍ତି କରାଯାଇଛି।ଅନ୍ୟପଟେ ୨ ଜଣକ ମୃତ୍ୟ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅଲେଖ ଦେବା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।ସୋମବାର କାରଖାନାରେ ଧୁମ୍ଧାମ୍ରେ ଦେବଶିଳ୍ପୀ […]
ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ନଦୀରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ ବାଦାମପାହାଡ଼ ଅଞ୍ଚଳର ଭଣ୍ଡନ ଗ୍ରାମର ଠାକୁର ସୋରେନ ଓ ଟାଟୋ ଅଞ୍ଚଳର ବଡ଼ଗାଁ ଗ୍ରାମର ଭାଗ୍ୟ ପ୍ରକାଶ […]
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ମୋଦି |ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ପଞ୍ଜୀକୃତ ମହିଳାଙ୍କ ଆକାଉଣ୍ଟକୁ ଯାଇଛି । ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇଛି ।ଏହାସହ ଆଜି ଭୁବନେଶ୍ୱର ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା -୨.୦ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣାରେ ପହଞ୍ଚିଛନ୍ତି। ସେଠାରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି। ରାଜଧାନୀ ନିକଟ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖାଇଛନ୍ତି କ୍ଷୀରି। ସୂଚନାଯୋଗ୍ୟ, ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ କ୍ଷିରୀ ପ୍ରସ୍ତୁତି ହୋଇଥିଲା। ଅନ୍ତର୍ଯ୍ୟାମୀଙ୍କ ବୋହୂ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଥିଲେ। ଏ ନେଇ ସେ ବେଶ ଖୁସି ଥିଲେ। ତାଙ୍କ ହାତର କ୍ଷିରୀ […]
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୨୫୦୦ ଦୀପ ବ୍ୟବହାର କରି ସେ ଏହି ବାଲୁକା କଳା କରିଛନ୍ତି । ଏହି ଆକର୍ଷଣୀୟ କଳାକୃତିରେ ସେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନ୍ୟାସନାଲ ଗ୍ୟାଲେରି ଅଫ ମର୍ଡନ ଆର୍ଟରେ ଏହି ବାଲୁକା କଳା କରାଯାଇଛି ।ତେବେ ଆଜି ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ […]
ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୪ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦୀ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି । ମୋଦୀଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟି ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭେଡନଗରରେ ଜନ୍ମ ଗ୍ରହଣ କରିଥିଲେ ମୋଦି। ଲଗାତାର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ […]
ମୟୁରଭଞ୍ଜ , ବାଲେଶ୍ବର ପରେ ଏବେ ସୁନ୍ଦରଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷିବ। ସମ୍ଭାବନ୍ୟ ବର୍ଷାକୁ ଦେଖି ଆଜି ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ତେବେ ଅଧିକାଂଶ ଜିଲା ରେ ପାଗ ସାମାନ୍ୟ ଶୁଖିଲା ରହିବ |୧୭ ଓ ୧୮ ତାରିଖରେ ବିଶେଷ ବର୍ଷା ନାହିଁ ଓ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସୋଆ ଜଳବାୟୁ […]
ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ ଜନସମାଗମ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ଯାତାୟାତ କଟକଣା ଜାରି ହୋଇଛି। ପିଏମ୍ଙ୍କ କାରକେଡ୍ ଯେଉଁବାଟେ ଯିବ ସବୁଠି ବ୍ୟାରିକେଡ୍ ଲାଗିଛି, ପୋଲିସ୍ ସଜାଗ। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଜାରି […]
ଫୁଲୁଛି ନଦୀ , ବଢୁଛି ଜଳସ୍ତର । ଅବପାତ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବୈତରଣୀ ନଦୀ ଆଖୁଆପଦା ଆନିକଟ୍ ଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ବିଳମ୍ବିତ ରାତିରେ ସତର୍କ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୭ଟା ସୁଦ୍ଧା ୧୮.୧୪ […]
