author

ଏପ୍ରିଲ ୨ ବଦଳରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ହେବ

ଏପ୍ରିଲ ୨ ବଦଳରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରାଯାଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ସ୍କୁଲ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।ଏହାପୂର୍ବରୁ ଆସନ୍ତା ଏପ୍ରିଲ ୨ରୁ ବିଦ୍ୟାଳୟଗୁଡିକରେ ପାଠପଢ଼ା ସକାଳୁ ଆରମ୍ଭ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ଏହି ସମୟରେ ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, […]

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ସମୀକ୍ଷା କଲେ ଜିଲ୍ଲାପାଳ

ରlୟଗଡ଼ :-ତା. ୨୦/୦୩-ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାରେ ପ୍ରସ୍ତୁତିକୁ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସମୀକ୍ଷା କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକlରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଜେନାଙ୍କ ଉପସ୍ଥିତ ରେ ସମୀକ୍ଷା କରିଥିଲେ l ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ଋତୁରେ […]

ବିଧାନସଭାରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ବିଶ୍ଵରେ ଓଡ଼ିଶାର ଲୋକ ଯେଉଁଠି ରହୁଛନ୍ତି, ପଖାଳ ସେଇଠି ପହଞ୍ଚିଛି। ଓଡିଆମାନଙ୍କ ପାଇଁ ପଖାଳ ହେଉଛି ଜୀବନ ଧନ। ପଖାଳ ସହିତ ମା’ ର ସ୍ନେହ ଓ ଭାବ ଯୋଡି ହୋଇ ରହିଛି। ବିଭିନ୍ନ ରୋଗ ଓ ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ପାଇଁ ପଖାଳ ହେଉଛି […]

ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। , ସେ ଅନେକ ନିୟମରେ ପରିବର୍ତ୍ତନ ସହିତ ମଧ୍ୟବିତ୍ତ ବର୍ଗଙ୍କୁ ଆୟକରରେ ବଡ଼ ରିହାତି ଘୋଷଣା କରିଥିଲେ। ଏବେ ଏହି ନିୟମଗୁଡ଼ିକ ଆମର ଆର୍ଥିକ ବର୍ଷ ଆରମ୍ଭ ସହିତ ଅର୍ଥାତ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିଲେ ଯେ ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ କାଟକୁ ଦ୍ୱିଗୁଣିତ କରାଯାଇଛି। […]

ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।ଏହି ଅସୀମିତ କ୍ରିକେଟ୍‌ ଅଫରରେ ଗ୍ରାହକ ଟିଭି କିମ୍ବା ମୋବାଇଲରେ ୯୦ ଦିନର […]

ଡାକ୍ତରଖାନା ଲାଟ୍ରିନରେ ମୃତ ଶିଶୁ ପ୍ରସବ କଲେ ଛାତ୍ରୀ

ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବୋଲି ଜଣାପଡିଛି ।ଗୁରୁବାର ସକାଳୁ ଛାତ୍ରୀଜଣଙ୍କର ପେଟରେ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀଜଣକ ପରିସ୍ରା କରିବାକୁ ଯାଇ ଶୌଚାଳୟ […]

ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବାଣ ରେଡ୍

ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବାଣ ରେଡ୍ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଚାଲିଛି ରେଡ୍। ବିପୁଳ ବାଣ ଜବତ ହୋଇଛି। ବାଣ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା।ଏହି ଘଟଣାରେ […]

ଓଡ଼ିଶାରେ ରହିଛି ଭରପୁର ସୁନା ଖଣି ।

ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ଦେବଗଡ଼ କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ସୂଚନା ମିଳିଛି ।ପୂର୍ବରୁ ରାଜ୍ୟରେ ଦେବଗଡ଼ ଜିଲାର ଆଡ଼ାସ-ରାମପାଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ସ୍ତରରେ ଅନ୍ବେଷଣ କଲାବେଳେ ସୁନାର […]

କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ ।

କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ସର୍ୱାଧିକ ଗଂଜାମରୁ ୧୦, ଖୋଦ୍ଧା ଓ ଭୁବନେଶ୍ୱରରୁ ୮ ଜଣ । ସୁନ୍ଦରଗଡରେ ୪ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ୫୦ରୁ ୪୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ମିଳିଛି ।

ବିଧାନସଭା ଭିତରେ ବାଜିଲା ହୁଇସିଲ୍।

ଆଜି ବିଧାନସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଦୀର୍ଘଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରୁ ନ ଥିଲା। ସେହିପରି ଗୁରୁବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।ତେବେ ଆଜି ବିଧାନ ସଭା ଆରମ୍ଭରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । କିନ୍ତୁ ଏହା ପରେ ପରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ […]

ପିପିଲିକୁ ପୁଣି ବାର୍ଡ ଫ୍ଲୁ ଭୟ ।

କିଛି ଦିନର ବିରତି ପରେ ଏବେ ପୁଣି ଥରେ ପିପିଲିକୁ ଫେରିଲା ବାର୍ଡ ଫ୍ଲୁ! ପିପିଲିରେ ପୁଣି କୁକୁଡ଼ା ମଡ଼କ । ଅଜଣା ରୋଗରେ ଅନେକ ଫାର୍ମରେ ଶହ ଶହ କୁକୁଡ଼ା ମରି ପଡିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି କୁକୁଡା ଚାଷୀ । ବର୍ତ୍ତମାନ ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନିଆଯାଏ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଦେଖାଦେବାର ଆଶଙ୍କା ରହୁଛି। ମରିଥିବା କୁକୁଡ଼ାଙ୍କୁ ଚାଷୀ ପୋତିବ କେମିତି ତାକୁ ନେଇ […]

ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍‌ କ୍ୟାମ୍ପ ଠାବ

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍‌କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା ଏହି ଜଙ୍ଗଲରେ। ତେଣୁ ପୋଲିସ ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି। ଏବେବି ଗୁଳିବିନିମୟ ଜାରି ରହିଛି।ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ପୋରଣ ହୋଇଛି । […]