author

ଶିଶୁକୁ ଚାପି ଦେଲା ହାଇୱା । ସ୍ପିଡ ବ୍ରେକର ହେଲା କାଳ ।

ଶିଶୁକୁ ଚାପି ଦେଲା ହାଇୱା । ସ୍ପିଡ ବ୍ରେକର ହେଲା କାଳ । ଘଟଣାସ୍ଥଳରେ ଦେଢ଼ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ଥ ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବାପା ମା ଅଳ୍ପକେ ବଞ୍ଚିଗଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଗୋଟିଏ ବାଇକରେ ସ୍ୱାମୀ ସ୍ତ୍ରୀ […]

ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ ।

ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ନାଲି ଆଖି ଦେଖାଇଲେ ମେୟର । ଏହା ସହ ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍‌ […]

ଜାନୁଆରୀରୁ ପ୍ଲାଟ ପ୍ଳଟ ବିକ୍ରି: ମନ୍ତ୍ରୀ

ରେରା ଆଇନ ଆବଶ୍ୟକ ପଡିଲେ ସଂଶୋଧନ ହେବ । ବେଆଇନ ଭାବେ ପ୍ଲାଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି । ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି । ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଥିଲା । ଡିସେମ୍ବର ୩୧ ବୈଠକରେ ସମାଧାନର ବାଟ ବାହାରିବ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରେରା ଆଇନ ଆବଶ୍ୟକ ପଡିଲେ ସଂଶୋଧନ ହେବ ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଥିଲା । […]

ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

କୁକୁର ଆତଙ୍କରେ ରାଜଧାନିରେ ବାସୀ ଭୟ ଓ ଆତଙ୍କରେ ଥିବା ବେଳେ ଏବେ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର । ଅତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲା ହେଲେ ବନ୍ଧ୍ୟାକରଣ ବନ୍ଦ ଥିଲା। ବର୍ତ୍ତମାନ କେସ୍‌ଟି ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ […]

ଟାରିଫ୍ ନିୟମରେ ସଂଶୋଧନ,ସ୍ପେଶାଲ୍ ରିଚାର୍ଜ କୁପନ୍ ଅବଧିକୁ ୯୦ ଦିନରୁ ବର୍ଷେ ପାଇଁ ବୃଦ୍ଧି

ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ଭଏସ୍ କଲ୍ ଏବଂ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ SMS ପାଇଁ ରିଚାର୍ଜ କୁପନ୍ ପ୍ରଦାନ କରିବାକୁ ପଡିବ। ଏଥିପାଇଁ ସ୍ପେଶାଲ ଟାରିଫ ଭାଉଚର ରହିବ । ଏହାଦ୍ବାରା ଡାଟା ବ୍ୟବହାର କରୁନଥିବା ଗ୍ରାହକ ଉପକୃତ ହୋଇପାରିବେ । ସେହିପରି ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି […]

ନିଶା ଦେଇ ବୃଦ୍ଧଙ୍କ ଆଖି ତାଡିନେଲେ !

ବଲାଙ୍ଗିର ଲୋଇସିଂହାରୁ ଆସିଛି ବର୍ବର କାଣ୍ଡ । ଏଠାରେ ଜଣେ ବୃଦ୍ଧଙ୍କୁ ନିଶା ଦେଇ ତାଙ୍କର ଆଖି ତାଡି ନେବାକୁ ଉଦ୍ୟମ ହୋଇଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୃଦ୍ଧ ଜଣଙ୍କ ହେଉଛନ୍ତି ବୁଦେଲ ବାହାଲର ଇନସାନ ଝଙ୍କାର |ସୂଚନା ଆଧାରରେ, ଲୋଇସିଂହା ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି । କିଏ ଏବଂ କାହିଁକି ଏଭଳି କଲେ […]

ବାଘୁଣୀ ଜିନ୍ନତ ପାଇଁ ବନ ବିଭାଗ ନାକେଦମ |ବାଂଲାଦେଶ ଚାଲି ଯିବା ସମ୍ଭାବନା

ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ପଳାଇଥିବା ବାଘୁଣୀ ଜିନତକୁ ଓଡ଼ିଶା ଫେରାଇ ଆଣିବା ପାଇଁ ନାକେଦମ ହେଲେଣି ଶିମିଳପାଳ କର୍ତ୍ତୃପକ୍ଷ । ନେକ୍ କଲାରରୁ ତାକୁ ଟ୍ରାକ କରିହେଉନି । ଏପରିସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ବଦୱାନ ନିକଟବର୍ତ୍ତୀ ଆଠୋଟି ଗାଁରେ ସ୍କୁଲ କଲେଜ ଓ ହୋଟେଲ ବନ୍ଦ ରଖାଯାଇଛି । ପ୍ରତିଦିନ ୨୫ରୁ ୩୦ କିଲୋମିଟର ଆଗକୁ ଯାଉଛି ଜିନତ । ଏବେ ପଡୋଶୀ ପଶ୍ଚିମବଙ୍ଗରେ ବୁଲୁଛି ବାଘୁଣୀ ଜିନତ୍ । […]

ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ବର୍ଷା

ଦୁଇ ଦିନ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବୁଧବାର ଗଞ୍ଜାମ ଓ ଗଜପତିରେ ବର୍ଷା ହେବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ବୌଦ୍ଧ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର […]

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସୋମବାର ତ୍ରିପାକ୍ଷିକ ବୁଝାମଣାପତ୍ର ଚୁକ୍ତି ସ୍ବାକ୍ଷର ହୋଇଛି। ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ଗୃହ ଓ ନଗର ମନ୍ତ୍ରୀ ଉପସ୍ଥିତ ଥିଲେ। ଆସନ୍ତା ୫ ବର୍ଷ ପାଇଁ […]

ମେଧାବୃତ୍ତି ପରୀକ୍ଷାରେ ଆଶୁତୋଷ ବେହେରା ଓ ଆଶୁତୋଷ ସ୍ବାଇଁ ପ୍ରଥମ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ୨୮ ଜଣ ଛାତ୍ର ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି। ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ମହିପୁର ଶ୍ରୀ ଅରବିନ୍ଦର ଛାତ୍ର ଆଶୁତୋଷ ବେହେରା ୯୩ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ଭିରୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆଶୁତୋଷ ସ୍ବାଇଁ ୭୪ ମାର୍କ ରଖି […]

ଆଜିର ରାଶିଫଳ(୨୪ ଡିସେମ୍ବର, ୨୦୨୪)

ମେଷଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ […]

ନୂଆଗାଁ ବ୍ଲକ୍ ରେ ତୃତୀୟ ଓ ପଞ୍ଚମଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ୨୮ ଜଣ ଛାତ୍ର ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି। ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ମହିପୁର ଶ୍ରୀ ଅରବିନ୍ଦର ଛାତ୍ର ଆଶୁତୋଷ ବେହେରା ୯୩ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ଭିରୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆଶୁତୋଷ ସ୍ବାଇଁ ୭୪ ମାର୍କ […]