ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଦୈନିକ ଖବର ବାଣ୍ଟୁଥିବା ସମସ୍ତ ବିତରକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା […]
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇଣ୍ଟରନାଲ୍ ଆସେସ୍ମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଆସେସ୍ମେଣ୍ଟ ୧୦ କିମ୍ବା ୨୦ ମାର୍କ ବିଶିଷ୍ଟ ରହିବ।ଏନେଇ କଲେଜମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।ଆସନ୍ତା ବର୍ଷ ସାରା ରାଜ୍ୟରେ ମୋଟ ୧୨୭୬ଟା ସେଣ୍ଟରରେ ଯୁକ୍ତ ଦୁଇ […]
ରାଜ୍ୟରେ ୩ଟି ନୂଆ ଡପଲାର ରାଡାର୍ ବସାଯିବ। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ଏହାକୁ ବସାଯିବ। ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ। ଦେଶରେ ୨୦୨୬ […]
ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ ।ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି।ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ଆଣ୍ଟି ବିଜେଡି ଓ ନବୀନ […]
ମହିଳା ଯୋଜନାର ହିତାଧିକାରୀ ଅଭିନେତ୍ରୀ ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସୂଚନା ଅନୁଯାୟୀ, ବସ୍ତର ଜିଲ୍ଲାର ମହିଳା ଏବଂ ଶିଶୁ ବିକାଶ ଅଧିକାରୀ କହିଛନ୍ତି, ମହତାରୀ ବନ୍ଧନ ଯୋଜନାରେ ଅର୍ଥ ହଡ଼ପ ହେଇଥିବା ଅଭିଯୋଗ ଆସିଛି । ଏହି ଯୋଜନାରେ ଅଭିନେତ୍ରୀ ସନ୍ନି ଲିଓନ […]
ପାଖେଇ ଆସୁଛି ନୂଆ ବର୍ଷ। ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ରାସନ ମିଳିବାରେ ଆଉ ହେବନି ଅନିୟମିତତା। ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ହିତାଧିକାରୀଙ୍କ ପାଖରେ ପ୍ରତି ମାସରେ ରାସନ ଚାଉଳ ପହଞ୍ଚାଇ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସରୁ ଲାଗୁ ହେବ ଏହି ନୂଆ ନିୟମ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ […]
ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା । ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି । ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର । ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନଥିଲେ । […]
ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ ଅଭାବନୀୟ ଘଟଣା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଲେ ପୁରୁଷ ବନ୍ଧୁ । ଥାନାରେ ଅଭିଯୋଗ କରିଛନ୍ତି, ତାଙ୍କ ପ୍ରେମିକାଙ୍କୁ ଅପହରଣ କରାଯାଇଛି । ପୋଲିସ ଆଗରେ ପୂରା କାହାଣୀ କହିଛନ୍ତି ପୁରୁଷ ବନ୍ଧୁ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ବେଳେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଲୁମ୍ବିନୀ ବିହାର ଅଞ୍ଚଳରେ ଯାଉଥିଲେ। ଯୁବକଙ୍କ ଘର ନିଳାଦ୍ରି ବିହାର ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଜଣକ […]
ଅଦିନିଆ ବର୍ଷା ଦାଉ ସାଜିଲା। ଚାଷୀଙ୍କ ଦୁଃଖ ବଢିଲା।ଧାନ ସବୁ ବର୍ଷାପାଣିରେ ଭିଜି ଥିବାରୁ ଗଜା ହୋଇ ଆଉ ସେଥିରୁ କିଛି ଆଦାୟ ହେବ ନାହିଁ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଚାଷୀ ବର୍ଷକର ଆହାର ହରାଇବା ଭୟରେ ଦୁଃଖରେ ଭାଙ୍ଗି ପଡିଛି। ଅନ୍ୟପଟେ ଚଳିତ ବର୍ଷ ରାଜ୍ୟ ସରକାର କେବଳ ଏଫ୍ଏକ୍ୟୁ ମାନର ଧାନ ହିଁ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି। ଯାହା ଏବେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। […]
ଭରତପୁର ଥାନାରେ ଦୁର୍ବ୍ୟବହାର ମାମଲାରେ ଆଜି ପୁଣି ଜେରା ହେବେ କ୍ୟାପଟେନଙ୍କ ବାନ୍ଧବୀ । ଅପରାହ୍ଣରେ ଜେରା ହେବେ। ବାନ୍ଧବୀଙ୍କ ପରେ କ୍ୟାପଟେନଙ୍କୁ ଜେରା କରାଯିବ । ଏହା ସହ ସେମାନେ ଦେଇଥିବା ସାକ୍ଷୀଙ୍କର ମଧ୍ୟ ଜେରା ହେବ ।ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଗତକାଲି କ୍ୟପଟେନଙ୍କ ବାନ୍ଧବୀଙ୍କୁ ପ୍ରାୟ ୫ ଘଣ୍ଟା ଜେରା ହୋଇଥିଲା । କ୍ୟାପଟେନଙ୍କ ବାନ୍ଧବୀଙ୍କୁ ପୋଲିସ ପକ୍ଷ ଓକିଲ ଜେରା କରିଛନ୍ତି […]
ଅଭିନେତ୍ରୀ ମନୋରମା ଦାଶଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ଆଉ ନ ଫେରାଇବା ମାମଲାରେ ଗିରଫ ହୋଇଛନ୍ତି ‘ଓମ୍ ଶିବଶକ୍ତି’ ଯାତ୍ରାପାର୍ଟିର ମାଲିକ ଅମରେଶ ଚନ୍ଦ୍ର ସାହୁ। ଭୁବନେଶ୍ୱରର ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।ଅଭିଯୋଗ ଅନୁସାରେ, ମନୋରମାଙ୍କୁ ମାସିକ ୮୦ ହଜାର ଟଙ୍କା ଦେବାକୁ ଯାତ୍ରା ପାର୍ଟି ମାଲିକ ଅମରେଶ କହିଥିଲେ। ତେଣୁ ସେ ଅନ୍ୟ ଯାତ୍ରାପାର୍ଟି ଛାଡ଼ି ଅମରେଶଙ୍କ ଯାତ୍ରା ପାର୍ଟିରେ କାମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅମରେଶ […]
ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ।ଉଭୟ ଯମୁନା ଓ ଜିନ୍ନତ ସୁସ୍ଥ ଅଛନ୍ତି ।ଯମୁନା ଏବେବି ଶିମିଳିପାଳ ଲ୍ୟାଣ୍ଡସ୍କେପ୍ ଅର୍ଥାତ କୂଳଡିହା ଓ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରୁଥିବା ବେଳେ ଜୀନ୍ନତ୍ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଳରେ ରହିଛି । ତେଣୁ ଜିନ୍ନତ୍ ଉପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ […]
