ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମନ୍ତ୍ରୀ ଠିକାଦାରମାନଙ୍କୁ ନିର୍ଦେଶ ଦେବା ସହିତ କଡା ଚେତାବନୀ ମଧ୍ୟ ଦେଇଛନ୍ତି।କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ ବୋଲି କହିଛନ୍ତି। ପେନାଲଟି ହେବା ସହ ସରକାର ଅନ୍ୟ କାର୍ଯ୍ୟାନୁଷ୍ଠାନ […]
ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଇ କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି, ପରେ ଜୁଲାଇ ୨୦୨୪ ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି।ଏହି ନିଯୁକ୍ତି ପ୍ରକ୍ରିୟାରେ ୪୦୫ଟି ପୋଲିସ ଡ୍ରାଇଭର ପଦବୀ ପୁରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏହି ପଦବୀରେ ନିଯୁକ୍ତି […]
ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ଆଗାମୀ ୩ ଦିନରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ତେବେ ଲଘୁଚାପର କୌଣସି ସିଧା ପ୍ରଭାବ ଓଡ଼ିଶା ଉପରେ […]
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ମାଳ ମାହାର୍ଦ, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆପାଟ, ନୀଳଚକ୍ର ବାନା, ଶ୍ରୀଫଳ ଆଦି ନେଇ ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲାର ବଡ଼ ରାଉଳ ଠାକୁରଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।ପରମ୍ପରା ଅନୁସାରେ ଗଣିଆ ବନାଞ୍ଚଳର ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ […]
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆ(୮୨)ଙ୍କ ପରଲୋକ ଘଟିଛି। କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ମଙ୍ଗଳବାର ସକାଳ ୮ଟାରେ ତାଙ୍କର ଦେହାନ୍ତ ଘଟିଛି। ‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ । ଏହା ସହ ସେ କେତେ ଗୁଡିଏ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ତାଙ୍କ ବିୟୋଗରେ […]
ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ଏଏସ୍ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଲୁହା ଭାରା ବନ୍ଧା କାର୍ଯ୍ୟ କରାଯାଉଛି । ଏଥିପାଇଁ ୧୫ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନିୟୋଜିତ କରାଯାଇଛି । ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହେବା […]
ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ ମଜଭୁତ କରିବା ପାଇଁ ଅନେକ ସମୟରେ ଆଲୋଚନା ହୋଇଥାଏ। ବର୍ତ୍ତମାନ ରୁଷିଆ ପୁଣି ଥରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଏକ ଉଦାହରଣ ସୃଷ୍ଟି କରୁଛି ଏବଂ ଭାରତୀୟମାନଙ୍କୁ ଏକ ବଡ଼ ଉପହାର ଦେଉଛି।ଖୁବଶୀଘ୍ର ବିନା ଭିସାରେ ଯାଇ […]
ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ […]
ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଲଗାଯାଇଛି। ହେଲେ ଖୁବ୍ ଶ୍ରୀଘ୍ର ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ ବୋଲି ମନ୍ତ୍ରୀ ଖୁଣ୍ଟିଆ କହିଛନ୍ତି। ଏପରିକି ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ ମଧ୍ୟ ଏଆଇ କ୍ୟାମେରା ଲାଗିବ।ଜଙ୍ଗଲ ଭିତରେ ଅସାମାଜିକ […]
ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ । ଏକ ଘରୋଇ ବସରୁ ବ୍ୟାପକ ଦେଶୀ ମଦ ଜବତ କରିଲା ଉଦଳା ପୋଲିସ । ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ୩ ଜଣ ବେପାରୀ ଧରାପଡ଼ିଛନ୍ତି । ଜେରା ପରେ ଖୋଲିଛି ପୁରା ମଦ ବେପାରର କାରନାମା ।୭୫ଟି ବୋତଲରୁ ୧୮୦ ଲିଟର ମଦ ଜବତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଖୁଣ୍ଟାରୁ ଭୁବନେଶ୍ବର ଯାଉଥିବା ଘରୋଇ ବସ୍ ‘ରାଜାବାବୁ’ରେ […]
ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି। ତେବେ ଯମୁନା ରାଜ୍ୟ ଭିତରେ ଥିବାରୁ ବନ ବିଭାଗକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବାଘୁଣୀ ନଭେମ୍ବର ୧୪ରେ ଆସିଥିବା ଜିନ୍ନତ ଡିସେମ୍ବର ୮ରେ ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡ ରାଜ୍ୟର ଚିଆବାନ୍ଧି, ମଚାପଢ଼ିଆ ଓ ରାଜାବସା ଜଙ୍ଗଲରେ […]
ଭୁବନେଶ୍ବର ଏମସ ହସ୍ପିଟାଲରେ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି ।ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ୭୦ ବର୍ଷୀୟ ଜଣେ ବୃଦ୍ଧ ହୋଇଥିବା ଜଣାପଡିଛି। ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବୃଦ୍ଧ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।ମୃତକଙ୍କ ଘର […]
