author

ଜାନୁଆରୀ ମାସରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ୱରର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାରା ବିଶ୍ୱରୁ ୧୦ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଥିସହିତ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆସିବେ।ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବରରେ ସମାରୋହ ଆୟୋଜନ ପାଇଁ ବୈଦେଶିକ ବ୍ୟାପାର […]

ଆଜିର ରାଶିଫଳ(୧୭, ଡିସେମ୍ବର, ୨୦୨୪)

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ […]

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା ।

୬୯ତମ ପୁଲିସ୍ ଡ୍ୟୁଟି ମିଟର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଯେ ପ୍ରତି ଥାନାକୁ ୯ଟି ବାଇକ୍‌ ଦିଆଯିବ। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବ। ୨୦୨୬ ସୁଦ୍ଧା ଓଡ଼ିଶା ମାଓ ମୁକ୍ତ ହେବା ନେଇ ସେ ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି। କଟକ ପୋଲିସ ଡ୍ୟୁଟି ମିଟରେ ଯୋଗ ଦେବା ଅବସରରେ ଭର୍ଚୁଆଲ ମୋଡ୍‌ରେ ଉଦଘାଟନ କରିଛନ୍ତି। […]

ଭୁବନେଶ୍ଵରରେ ଅଳିଆରୁ ବାହାରିବ ବାୟୋ ଗ୍ୟାସ୍।

ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ । ଭୁବନେଶ୍ଵରରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍ ।ଏନେଇ ଭୁବନେଶ୍ଵର ମହାନଗର ନିଗମ ଅଏଲ ଇଣ୍ଡିଆ ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି। ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ ଟିପିଡି(Ton Per Day) ବିଶିଷ୍ଟ କମ୍ପ୍ରେସ୍‌ଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗୀୟ ସଚିବ ଉଷା […]

ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ରାତି ପାହିଲେ ଆରମ୍ଭ ହେବ ବହୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟିବ। ଦ୍ୱିପହର ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଦିନ ପ୍ରାୟ ୧୨ଟା ୩୦ ବା ୧ଟାରୁ ଆରମ୍ଭ ହେବ ମରାମତି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍‌ ସର୍ଭେ ରିପୋର୍ଟ ଆଧାରରେ ଓ ରାଜ୍ୟ ସରକାରଙ୍କ […]

ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶାଙ୍କ ରୟାଗଡ଼ ଗସ୍ତ”ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା”

ରାୟଗଡ:-ତା.୧୬/୧୨-ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ଦିନିକିଆ ରୟାଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରlୟଗଡ଼ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା, ମାନ୍ୟବର ଵିଷମ କଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ […]

ଗିରଫ ହେଲା ସ୍ମାର୍ଟ ଶିକାରୀ, ମାରିଦେଲେ ୨୯ ବିଦେଶାଗତ ପକ୍ଷୀ

ଚିଲିକାରେ ୨୯ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର ସହ ଶିକାରୀକୁ ଗିରଫ କରାଯାଇଛି । ଚିଲିକା ବାଲିନାସୀ କୂଳରୁ ବିଦେଶାଗତ ପକ୍ଷୀ ଶିକାରୀ ଗିରଫ ହୋଇଛି। ସେ ବ୍ୟବହାର କରୁଥିବା ବାଇକ, ମୋବାଇଲ ସହ ବାଇନାକୁଲାର ମଧ୍ୟ ପୁଲିସ ଜବତ କରିଛି। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ଦଳ ଉପରେ ନଜର ରଖୁଥିଲା ଶିକାରୀ। ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ମାରୁଥିଲା ଶହ ଶହ […]

ମହୁମାଛି ଆକ୍ରମଣରେ ହଟହଟା କଂଗ୍ରେସ କର୍ମୀ ଓ ପୋଲିସ

ଆଇଏଏସ୍‌ ବିଷ୍ଣୁପଦଙ୍କ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ସୋମବାର ମହୁମାଛି ଆକ୍ରମଣ କରିଛନ୍ତି। ବିଚ୍‌ ରାସ୍ତାରେ ମହୁମାଛି ଆକ୍ରମଣ କରିବାରୁ କଂଗ୍ରେସ କର୍ମୀ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ।ମହୁମାଛି ପାଇଁ ନାକେଦମ୍ ହେଲେ ପୋଲିସ୍ ଏବଂ କଂଗ୍ରେସ କର୍ମୀ। ଏଥିସହ ହଟହଟା ହୋଇଛନ୍ତି ଖବର ସଂଗ୍ରହ କରୁଥିବା ସାମ୍ବାଦିକ। ତେବେ ୧୦ ଲକ୍ଷ ଲାଞ୍ଚ ଅଭିଯୋଗରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି […]

ରାଜ୍ୟସ୍ତରକୁ ମନୋନୀତ ହେଲା ବାଲ୍ ବିଜ୍ଞାନୀ ଆଶୁତୋଷଙ୍କ ସ୍ୱତନ୍ତ୍ର ପ୍ରକଳ୍ପ

ନୟାଗଡ଼,(ଓଡିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ ରାଜ୍ୟସ୍ତରକୁ ସାତୋଟି ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରେ ରହିଛି ବାମନ ଅବକାଶ ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଆଶୁତୋଷ ମହାରଣାଙ୍କ ଗବେଷଣାଧର୍ମୀ ପ୍ରକଳ୍ପ ” ହାଇଡ୍ରୋପୋନିକ୍ କୃଷି”।ଏହି ପଦ୍ଧତି ଦ୍ୱାରା ବିନା ମାଟିରେ କୃଷି କାର୍ଯ୍ୟ ହୋଇପାରିବ।ଏହା ମୁଖ୍ୟତଃ ଏକ ପୋଷଣୀୟ ଦ୍ରବଣର ସହାୟତାରେ ସମ୍ପାଦିତ ହୋଇଥାଏ। ବର୍ତ୍ତମାନ ସମୟରେ ଆଶାତୀତ […]

ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ପିଟାପିଟି ।

ରାଜ୍ୟ ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ସୁଧୁରୁନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ପୁଣି ଲାଗିଛନ୍ତି ପିଟାପିଟି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି |ଏହା ପରେ ସିଂହଦ୍ଵାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।। ଉଭୟଙ୍କ ମଧ୍ୟରୁ କେହି ବି ଥାନାରେ କାହା ନାଁରେ ଏତଲା ଦେଇନାହାନ୍ତି ।ଅଭିଯୋଗ ହେଉଛି ଶ୍ରଦ୍ଧାଳୁଙ୍କୁ ପାଦୁକା ବଣ୍ଟନ ବେଳେ ପାଉଣା […]

ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ରାହୁଲ ଗାନ୍ଧିଙ୍କୁ ଲେଖିଲା ପତ୍ର, ନେହେରୁଙ୍କ ଚିଠି ଯଥାଶୀଘ୍ର ଫେରସ୍ତ କର

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।୧୯୭୧ ମସିହାରେ ଚିଠିକୁ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଏବଂ ଲାଇବ୍ରେରୀରେ ଜମା କରାଯାଇଥିଲା […]

ଲୋକଙ୍କ ପାଖକୁ ଆସି ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ

ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଅଭିଯୋଗ ଜଣାଇବା ପାଇଁ ବାଲେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି ଜଣକ । ଘରେ ଭାଇ […]