ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିକୁ ବେଖାତିର କରିବା। ବନ୍ଦ ହେଲା ୪୮ ଅଧିକାରୀଙ୍କ ଦରମା। କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଥିବା ବେଳେ ସେ ସମସ୍ତ ବିଭାଗର ଅଧିକାରୀଙ୍କ ଫେବୃଆରୀ ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନୋଟିସ କରାଯାଇଛି ।ଏଥିସହିତ ନୋଟିସର ଦରମା ବନ୍ଦ ହୋଇଥିବା ଅଫିସରଙ୍କ ମଧ୍ୟରେ, କଟକ ଜିଲ୍ଲାର ବହୁ ବିଭାଗୀୟ ଅଧିକାରୀ ରହିଥିବା ବେଳେ, […]
ଓଡିଶା ସରକାର ୫୦ ଜଣ ଆଦିବାସୀ ଛାତ୍ର, ଅଧିକାଂଶ ମହିଳାଙ୍କୁ ପ୍ରାରମ୍ଭିକ ପାଇଲଟ୍ ତାଲିମ ପ୍ରଦାନ କରିବେ। ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ସମ୍ପ୍ରତି ତାଲିମ ପ୍ରଦାନ କରିବା ପାଇଁ ଏକ ବୃତ୍ତିଗତ ସଂସ୍ଥା ନିଯୁକ୍ତି କରିବା ପାଇଁ ଏକ ଟେଣ୍ଡର ଜାରି କରିଛି।ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ସରକାର ମନୋନୀତ ଘରୋଇ ସଂସ୍ଥା ମାଧ୍ୟମରେ ଅତି କମରେ ୩୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ପ୍ରସ୍ତୁତିମୂଳକ ତାଲିମ ପ୍ରଦାନ […]
ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଇଛନ୍ତି। ଫଳରେ ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମରେ ଦେଖିବାକୁ ମିଳିଛି।ସୂତନାମୁତାବକ, ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ପୁଅ […]
ମେଷ ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ : ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ ୨ ତାରିଖ ରବିବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଶୁଭକାନ୍ତ ପାଢ଼ୀ, ନାଟ୍ୟ ନିର୍ଦ୍ଦେଶିକା ସୌନିକା ସାହୁ ପ୍ରମୁଖ ଯୋଗଦାନ କରି […]
ଆପ୍ ରାୟଗଡ଼ା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟିର ମହାସମାବେଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟା ଯଥା.. ୬୦ ଵର୍ଷ ରୁ ଉର୍ଦ୍ଧ ବୟସ୍କ , ଭିନ୍ନକ୍ଷମ, ବିଧବା ମା ଓ ଭଉଣୀ , ନିରାଶୟ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା ଦେବା ଏଵଂ ଓଡ଼ିଶାର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ ଏଵଂ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସ୍ଥାନିୟ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦେବା, ଜିଲ୍ଲାର ଗରିବ , ଭୂମିହୀନ […]
ଦଶପଲ୍ଲା,(ଓଡ଼ିଶା ଦର୍ପଣ):ଦଶପଲ୍ଲାର ୧୪ ଗୋଟି ବଣିକସଂଘ lକୁ ନେଇ ଗଠିତ ମହାବୀର ବଣିକ ମହାସଂଘ ଚତୁର୍ଦ୍ଧଶ ତମ ବାର୍ଷିକ ଉତ୍ସଚ ପାରମ୍ପରିକ ରୀତିରେ ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ମହା ସମାରୋହରେ ପାଳନ ହେବ ବୋଲି ମହାସଂଘର ସଭାପତି ଅଲେଖ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଉକ୍ତ ଦିନ ପ୍ରତ୍ୟୁଷରୁ ଦିନ ୩ ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲାର ସମସ୍ଥ ବ୍ୟବସୟୀ ପ୍ରତିଷ୍ଠାନ ଏହି ବାର୍ଷିକ ଉତ୍ସବ ରେ ସାମିଲ ହୋଇ ଦୋକାନ ବଜାର […]
ମାର୍ଚ୍ଚ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ । ୫ଟି ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ, ବ୍ୟାଙ୍କ କାର୍ଯ୍ୟ ୭ ଦିନ ପାଇଁ ବନ୍ଦ ରହିବ । ମାର୍ଚ୍ଚ ମାସରେ ଦୁଇଟି ବଡ଼ ପର୍ବ ହେଉଛି […]
ଦିଲ୍ଲୀ ସରକାରଙ୍କ ଏକ ବଡ଼ ଘୋଷଣା । ପୁରୁଣା ଗାଡ଼ିକୁ ମିଳିବନି ତେଲ। ସରକାର କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଏପରି ଯାନଗୁଡ଼ିକୁ ଆଉ ଇନ୍ଧନ ଦିଆଯିବ ନାହିଁ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି।ପରିବେଶ ମନ୍ତ୍ରୀ ସିର୍ସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ […]
ମାଲକାନଗିରି ସୀମାରେ ଏନକାଉଣ୍ଟର। ଛତିଶଗଡ଼ ସୁକୁମା ଜିଲ୍ଲା କିଷ୍ଟରାମ ଜଂଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫର ଏକ ମିଳିତ ଟିମକୁ ସେହି ଅଞ୍ଚଳକୁ ପଠାଯାଇଥିଲା। ମାଓବାଦୀମାନେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବା ସହ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ। ସୁରକ୍ଷାବାହିନୀ ଏହାର ଜବାବ ଦେଇଥିଲେ। ଘଟଣାସ୍ଥଳରେ […]
ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ । ଓଡିଶା ପ୍ରଶାସନିକ ସେବାରେ ତାଲିମ ନେଉଥିବା ୨୭ବର୍ଷୀୟ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି ମାହାଙ୍ଗା ବିଧାୟକ ସାରଦା । ସିପ୍ରା କଟକ ଜଗତପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧୁକାରୀ ଭାବେ କାର୍ଯ୍ୟ କରୁଥିଲେ । ବିବାହ ଉତ୍ସବ ରାଜସ୍ଥାନର ଜୟପୁର ଠାରେ […]
କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ନୟାଗଡ଼ ଠାରେ ଜବତ ହୋଇ ଗଚ୍ଛିତ ରହିଥିବା ଲୁହାପଥର କୁ ଚୋରା ଚାଲାଣ କରୁଥିବା ବେଳେ ବାମେବାରୀ ପୋଲିସ ୫ଜଣ ଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ରାଉରକେଲା ଅଞ୍ଚଳ ର ରୋହନ ଗୌଡ ,ଝାଡଖଣ୍ଡ ଜାମସେଦପୁର ର ରବୀନ୍ଦ୍ର ସିଂ ଭାଟି,ଦୀପକ ସିଂ,କେନ୍ଦୁଝର ର ସୁରେନ୍ଦ୍ର ସିଂ ,ଚମ୍ପୁଆ ର ଗୋବିନ୍ଦ ମହାନ୍ତ,।ସେହିପରି ଲୁହାପଥର ବୋଝେଇ ହୋଇଥିବା ଦୁଇ ଗୋଟି ଟ୍ରେଲର ଟ୍ରକ୍ ନଂ […]
