ବେଙ୍ଗାଲୁରୁରେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା ନର୍ଦ୍ଧାରିତ କରିଛନ୍ତି ସୁପ୍ରିମକୋର୍ଟ । ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।ସାଧାରଣରେ ଦେଖାଯାଇଛି ଯେ, ବୈବାହିକ ଜୀବନରେ କଳହ ଦେଖାଦେଲେ ଘରୋଇ ବିବାଦ ଅଭିଯୋଗରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସଦର ମହକୁମାରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ୨୧ନଂ ରାଜ୍ୟ ରାଜପଥର କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ଏହି ରାଜ୍ୟ ରାଜପଥର ଅବସ୍ଥା ଏମିତି ହୋଇଛି ଯେ ବର୍ଷା ଦିନେ ପାଣିକାଦୁଅରେ ସହରବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ଧୂଳିବାଲିରେ ଅତିଷ୍ଠ ହେଉଛନ୍ତି। ବର୍ଷା ଦିନେ ରାସ୍ତାରେ ୨ ଫୁଟ ଗାତ ହୋଇ ପାଣି ଜମିଥିବା […]
ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା । ଏନେଇ ଗୁରୁବାର ୧୦୮ କର୍ମଚାରୀ ମହାସଂଘ ସୂଚନା ଦେଇଛି । । କିଛିଦିନ ହେବ ରାଜରାସ୍ତାକୁ ଓହ୍ଲାଇଥିଲେ ଆମ୍ୱୁଲାନ୍ସ କର୍ମଚାରୀ । ଏନେଇ ରୋଗୀ ସେବା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା କମ୍ପାନୀ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଦରମା ଦେଉଥିବା କର୍ମଚାରୀ ଅଭିଯୋଗ କରିଥିଲେ । ଏହାସହ ବିନା କାରଣରେ ଛଟେଇ କରାଯାଇଥିବା ୯୪ କର୍ମଚାରୀଙ୍କୁ ପୁନର୍ନିଯୁକ୍ତି, ଗ୍ରାଚୁଇଟି ସହ […]
କମିଶନରେଟ୍ ପୁଲିସ୍ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା। ଆଜି ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ୍) ଗାଡି ଉଦଘାଟନ କରିଛନ୍ତି।କଟକ ଓ ଭୁବନେଶ୍ବର କମିଶନରେଟ୍ ଅଞ୍ଚଳରେ ମିଳିବ ସୁବିଧା ।ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ପୋଲିସ । ଏହି ଅବସରରେ ଗୃହରକ୍ଷୀ ପଦବୀ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ […]
ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ। ୧୨ ଡିସେମ୍ବରର ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ସେ ତାଙ୍କର ଚମତ୍କାର ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କୁ ପାଗଳ କରନ୍ତି। ତାଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରେ। ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ଶିବାଜୀ ରାଓ ପରବର୍ତ୍ତି ସମୟରେ ରଜନୀ ଭାବେ ପ୍ରତିଟି ସିନେ ପ୍ରେମୀଙ୍କ ହୃଦୟରେ ସ୍ଥାନ ବନାଇପାରିଛନ୍ତି୧୯୭୫ରେ ତାମିଲ ଫିଲ୍ମ ଅପୂର୍ବା ରଙ୍ଗାଲ୍ରେ […]
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। […]
ମ୍ୟାଲେରିଆର ଏକ ନୂଆ ଭାକ୍ସିନ ଆଶାର କିରଣ ହୋଇ ଦେଖାଦେଇଛି । ଆଫ୍ରିକୀୟ ପିଲାଙ୍କ ଉପରେ ଏହି ଟିକାର ଫେଜ-୨(ବି)ର କ୍ଲିନିକାଲ ଟ୍ରାୟଲ କରାଯାଇଛି। ଅନ୍ତରୀଣ ପରିଣାମରୁ ଯାହା ଜଣାପଡିଛି ଭାକ୍ସିନ ସୁରକ୍ଷିତ ହୋଇଥିବା ବେଳେ ମଜଭୁତ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହିତ ଆଶାଜନକ ପ୍ରଭାବକାରୀ। ଆରଏସ୍ ୫.୧ ମ୍ୟାଟ୍ରିକ୍ସ-ଏମ ନାମକ ଏହି ଭାକ୍ସିନର ପରୀକ୍ଷଣ ଫଳାଫଳ ‘ଦି ଲେସେଣ୍ଟ ଇନଫେକ୍ସସ ଡିଜିଜ’ରେ ପ୍ରକାଶିତ ହୋଇଛି।ସୂଚାନମୂତାବକ ସଂକ୍ରମିତ ମାଈ ଆନୋଫିଲିସ୍ ମଶା କାମୁଡ଼ଲେ ପ୍ଲାସ୍ମୋଡିଅମ୍ […]
ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ ,୨୦୧୭ରେ ୬୧୧ ପ୍ରକାର ,୨୦୧୮ରେ ୬୩୫ ପ୍ରକାର ଓ ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରି ରେକର୍ଡ କରାଯାଇଥିଲା […]
ଦୁଇ ସପ୍ତାହ ପରେ ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଦିନକରେ ୧୩ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଆସିଛି । କେନ୍ଦୁଝର ଓ ଅନୁଗୁଳରେ ରାତି ତାପମାତ୍ରା ଦିନକରେ ସର୍ବାଧିକ ୫ ଡିଗ୍ରୀ କମିଛି । ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । କୋରାପୁଟରେ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଛି । ଭବାନୀପାଟଣାରେ ୧୩.୧ ଡିଗ୍ରୀ ରେକର୍ଡ ହୋଇଛି । ୨୪ ଘଣ୍ଟା ତଳେ ଏଠାରେ ରାତି […]
ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ । ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର […]
ଗୁରୁବାର ବନକଲାଗି ନୀତି । ବଡ଼ଦେଉଳରେ ବଡ଼ଠାକୁରଙ୍କ ହେବ ଶ୍ରୀମୁଖ ସୁଙ୍ଗାର । ଏଥିଲାଗି ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିପାରିବେ ଭକ୍ତ । ବନକଲାଗି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ସେବକମାନେ […]
ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
