author

ଏଣିକି ଭିକ ମାଗିଲେ ଓ ଦେଲେ FIR

ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ ।ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି […]

ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।

ରାଜ୍ୟରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଗ୍ରାମାଂଚଳରେ ଧିମେଇ ଯାଇଥିବା ଭିଭିତ୍ତିମି ବିକାଶ କାର୍ଯ୍ୟକୁ ପୁଣିଥରେ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେଇଛନ୍ତି । ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ସାଂସଦ ପ୍ରମୁଖ ଯୋଗ ଦେବେ। ଏଣିକି ଗ୍ରାମସଭା ନିଷ୍ପତ୍ତି […]

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି,୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। 

ବୁଧବାର ମାଘ ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି […]

ଫେବୃଆରୀ ୧୩ରେ ହୋଇପାରେ ମୋଦୀ-ଟ୍ରମ୍ପ ଭେଟ୍‌ଘାଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ […]

ଚନ୍ଦ୍ରଭାଗାରେ ସାଧୂସନ୍ଥଙ୍କ ସହ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ ।ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ଵାସ ରହିଛି। […]

ରାଜ୍ୟରେ ବଢୁଛି କୁହୁଡ଼ି ସହିତ ଗରମ 

ରାଜ୍ୟରେ ଫେବୃଆରୀ ତାତି ବଢ଼ିବାରେ ଲାଗିଛି। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ବଢିଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବରଗଡ଼, […]

ଭାଇ ଚାରାର ପର୍ବ , ଜନ ସାଧାରଣଙ୍କ ମହୋତ୍ସବ ପଞ୍ଚୁପାଣ୍ଡବ ମହୋତ୍ସବ

ନୂଆଗାଁ:(ପୁଷ୍ପଲତା ପ୍ରଧାନ):ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର ଦ୍ଵିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଦଶପଲ୍ଲା ବିଧାୟକ ଙ୍କ ପାଇଁ ଆଜି ଏହି ମହୋତ୍ସବ ଯାହା ଦ୍ଵାରା ଭାଇ ଚାରା ସୃଷ୍ଟି ହୋଇପାରିଛି । ସମ୍ମାନିତ ଅତିଥି ଭାବେ ନୟାଗଡ ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ […]

ଆଜିର ରାଶିଫଳ(୪ ଫେବୃଆରୀ, ୨୦୨୫)

ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]

ରାଜସ୍ବ ସେବାର ବହୁ ନିୟମର ପରିବର୍ତ୍ତନ ଆଣିବେ ସରକାର

ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ବ ନିୟମ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍‌ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି।ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍‌ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ । ଯାହାର […]

ଶୁଆ ଚୋରା ଚାଲାଣ ବେଳେ ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି ।ବୌଦ୍ଧରେ ଶୁଆ ଚାଲାଣ ସମ୍ପର୍କିତ ସୂଚନା ବନ ବିଭାଗର ୱାଇଲ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଭୋପାଳ ପକ୍ଷରୁ ଦିଆଯିବା ପରେ ଖୋର୍ଦ୍ଧା ୱାଇଲ୍ଡ ଲାଇଫ ବିଭାଗ ପକ୍ଷରୁ ବୌଦ୍ଧ ବନ ବିଭାଗକୁ ଏନେଇ ଶନିବାର ସୂଚନା ଦିଆଯାଇଥିଲା। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ ବୌଦ୍ଧରେ ଅଧିକାରୀ ଅର୍ଚ୍ଚନା ଗମାଙ୍ଗ ଓ ଫରେଷ୍ଟର ଗୋବର୍ଦ୍ଧନ ମେହେରଙ୍କ ନେତୃତ୍ୱରେ […]

୨ ଦିନିଆ ରିମାଣ୍ଡରେ ଗଲା ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ

ସମ୍ବଲପୁର ମଣ୍ଡଳ କାରାଗାରରୁ ୨ ଦିନିଆ ରିମାଣ୍ଡରେ ଗଲା ସମର୍ଥ ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ଦାସ । ପ୍ରଥମେ ମେଡିକ‍ାଲ ଯାଂଚ କରାଯିବ । ଯେହେତୁ ଅଭିଯୁକ୍ତ ହରିଶ ନାରେ ଦୁଷ୍କର୍ମ ମାମଲା ରହିଛି । ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ୍‌ । ୩ ଦିନିଆ ରିମାଣ୍ଡ ମାଗିଥିବା ପୁଲିସ୍‌କୁ କୋର୍ଟ ଅନୁମତି ଦେଇଛନ୍ତି । ୯ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା ଓ ନିର୍ଯାତନା ଘଟଣା ସମ୍ପର୍କରେ ଅଧିକ ତଥ୍ୟ […]

ମାଲକାନଗିରି ପିଏ ମୃତ୍ୟୁ ମାମଲା

ମାଲକାନଗିରି ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବଢିଲା ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି କରିବା ପାଇଁ ନିର୍ଦ୍ଦେଶ ରହିଛି । ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନଡବ୍ଲୁ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ବାର ନୋଟିସ ସତ୍ତ୍ୱେ ହଜାର ହୋଇ ନଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ୍ । ତେବେ ବର୍ତ୍ତମାନ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଅଛନ୍ତି […]