author

ବଦଳିଲେ ରାଜ୍ୟ ନିର୍ବାଚନ କମିଶନର । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀଙ୍କୁ ନୂଆ ଦାୟିତ୍ୱ

ମଧୁ ପାଢୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ପାଢ଼ୀ ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ କନ୍ଧମାଳ ଜିଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ ପ୍ରଥମେ କାର୍ଯ୍ୟ କରିଥିଲେ ଏବଂ ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ।ସେହିପରି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି।ପୂର୍ବତନ ଡିଜିପି […]

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ବ । ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ ।ଏନେଇ ରାଜ୍ୟ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ମନୋଜ ଆହୁଜା । ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବରିଷ୍ଠ ଆଇଏସ୍ ମନୋଜ ଆହୁଜାଙ୍କୁ […]

ସରକାରଙ୍କ ଅବହେଳା ପାଇଁ ଆଜି ଆମେ ବିପଦରେ

ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି । ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ । ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ ସେୟାର କରି ଏମିତି ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ ଲେଖିଛନ୍ତି ଯେ ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଓ ଆମ ସଂପଦ ବିପଦରେ। […]

ଯୁବକଙ୍କୁ ସାପ ଦେଖାଇ ଭୟଭୀତ କରୁଥିଲେ ଅପହର୍ତ୍ତା

ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୩ ଜଣ କଟକ ଅଞ୍ଚଳର ଏଜେଣ୍ଟ ବୋଲି ସୂଚନା ମିଳିଛି। କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି ଧମକ ଚମକ ଦେଉଥିଲେ । ଗୋଳନ୍ଥରା ଥାନା […]

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ରେୱା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା ।ସେ ରହୁଥିବା ଫିଡିଂ ଚାମ୍ବରରେ ସକାଳ ୯ଟା ୩୩ରେ ପ୍ରଥମ ଛୁଆ ଜନ୍ମ କରିଥିଲା। କିନ୍ତୁ, […]

ରାୟଗଡାରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ପାଳିତସମ୍ବିଧାନ ସମସ୍ତ ଭାରତୀୟଙ୍କ ଆସ୍ତାଭାଜନ ହୋଇପାରିଛି : ସ୍ଵାସ୍ତ୍ୟ ଓ ପରିବlର କଲ୍ୟାଣ ମନ୍ତ୍ରୀ

ରାୟଗଡା/୨୬/୧/୨୫: ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢେ ୮ଟା ସମୟରେ ଆନୁଷ୍ପାନିକ ଭାବେ ଜାତୀୟ ପତାକା ଉତ୍ତଳୋନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବIଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଶ୍ରୀମତୀ […]

ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବାକୁ ଯାଉଛି ।

ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବାକୁ ଯାଉଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠିକ୍ ଗସ୍ତ ପୂର୍ବରୁ ଐତିହାସିକ ଆଇନ ଲାଗୁ ହେବ । ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ଉତ୍ତରାଖଣ୍ଡ ବାସିନ୍ଦାଙ୍କ ପାଇଁ ମଧ୍ୟ ଲାଗୁ ହେବ ।ମୁଖ୍ୟମନ୍ତ୍ରୀ ଧାମି ପୂର୍ବରୁ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡରେ ଭକ୍ତ ଏବଂ ପର୍ଯ୍ୟଟକଙ୍କ […]

ଘରେ ପଶି ହାଣିଲେ ମାଓବାଦୀ ।

ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ […]

ବାଂଲାଦେଶକୁ ସହାୟତା ବନ୍ଦ କଲା ଆମେରିକା

ବାଂଲାଦେଶକୁ ମିଳୁଥିବା ସମସ୍ତ ପ୍ରକାରର ଆମେରିକୀୟ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଥିବା ନେଇ ୟୁଏସଏଆଇଡି ଟ ଏକ ଚିଠି ଲେଖି ସୂଚନା ଦେଇଛି। ଏହା ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭଳି।ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି । ଶେଖ୍ ହସିନା କ୍ଷମତାରୁ […]

ଆଜି ଓ କାଲି ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିବ

ରାଜ୍ୟରେ ଦୁଇଦିନ ଘନ କୁହୁଡି । ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି।କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ […]

ରାଜନଗରରେ ଚାଲିଛି ଡଲଫିନ୍‌ ଗଣନା

ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ।ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ, ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି […]

ଆଜିର ରାଶିଫଳ(୨୭ ଜାନୁଆରୀ, ୨୦୨୫)

ମେଷଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, […]