ଭରତପୁର ଥାନା ହାଜତ ନିର୍ଯାତନା ମାମଲାରେ ତଦନ୍ତ କମିଶନଙ୍କ ଶୁଣାଣି । ଘଟଣାସ୍ଥଳ ପରିଦର୍ଶନ କରିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ । ୧୯ ତାରିଖରେ ଘଟଣାସ୍ଥଳକୁ ଯିବେ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାରେ କମିଶନଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ। ମୋଟ ୧୬ […]
ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ତ୍ରିଷ୍ଣା ରାୟ ହେଲେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ଛାତ୍ରୀ । ତ୍ରିଷ୍ଣା ହେଉଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ଓ ରାଜଶ୍ରୀ ରାୟଙ୍କ ଝିଅ । ଝିଅର ସଫଳତାରେ ବେଶ୍ ଖୁସି […]
ଆଜି ପବିତ୍ର କାର୍ତ୍ତିକମାସ ପଞ୍ଚକ ବ୍ରତର ତୃତୀୟ ଦିନ । ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରାଯାଇଛି । ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଥାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି । ତେବେ ଶୁକ୍ରବାର ପବିତ୍ର କାର୍ତ୍ତିକ […]
ଫାୟାରମ୍ୟାନ୍ ପଦରେ ନିଯୁକ୍ତି ପ୍ରସଙ୍ଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ।ସରକାରଙ୍କ ପକ୍ଷରୁ ଏହି ଅନୁସାରେ ପ୍ରସ୍ତୁତ ଏକ ସାନି ଚୟନ ତାଲିକାକୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମୁଦା ଲଫାଫାରେ ଦାଖଲ କରିଥିଲେ । ଓଡ଼ିଶା ଫାୟାର ସର୍ଭିସ (ମେଥଡ ଅଫ୍ ରିକ୍ରୁଟମେ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ ଦି ଗ୍ରୁପ୍-ସି ଅଫିସର୍ସ) ନିୟମାବଳୀ, ୨୦୨୧ର ନିୟମ ୪ ଓ ୫ […]
ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ। ଲୁଟର ଶିକାର ହୋଇଥିବା ମହିଳାଙ୍କ ଓଉଟ ରେ ମୃତ୍ୟୁ । ହତ୍ୟା ମାମଲା ରୁଜୁ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି। ସ୍ୱାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପଛରେ ବସିଥିଲେ। ହଠାତ୍ ବାଟରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା […]
କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍ରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ସୁନିୟନ୍ତ୍ରିତ ଗାଡ଼ି ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଡ୍ୟୁଟିରେ ତିନି ଶହରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ଏଥି ସହ ଉଭୟ ତଳ ଓ ଉପର […]
କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚ ରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡେ । ଥରେ କଂସ ଭୂମିକାରେ ଚୟନ ହେଲେ ତିନି ବର୍ଷ ଅଭିନୟ କରିବା ପାଇଁ ସୁଯୋଗ ମିଳେ । ଏହାରି ଭିତରେ ଦୀର୍ଘ ୨୩ ବର୍ଷ ଧରି ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିଆସିଛନ୍ତି । କିନ୍ତୁ ଅନେକ […]
ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟସ୍ତରୀୟ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । ଡିସେମ୍ବର ୮ ତାରିଖ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ […]
ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ଚଳିତ କାର୍ଷିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି ବୁଧବାର, ରେବତୀ ନକ୍ଷତ୍ରେ, ମୀନଚନ୍ଦ୍ର ବସାନେ ତା.୧୩.୧୧.୨୦୨୪ ରିଖ ଦିନ ରାୟଗଡା ନଗର ପି.ଏଚ୍.ଡି କୋଲନୀ ସ୍ଥିତ ରାଜାଧି ରାଜେଶ୍ବର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ନବ ନିର୍ମିତ ମନ୍ଦିର ତଥା (ପ୍ରାସାଦ)ର ରତ୍ନ ମୂଦାଦୀ କର୍ମ ଚତୁର୍ଦିନ ବ୍ୟାପି କାର୍ଯ୍ୟସୂଚୀ ମୁତାବକ ସଂପନ୍ନ କରାଯିବ ।ମନ୍ଦିର କମିଟି ରାୟଗଡ଼ ସହର ସମସ୍ତ ଜନ ସାଧାରଣଙ୍କୁ ଉକ୍ତ ପବିତ୍ର କାର୍ଯ୍ୟରେ ଯୋଗ ଦେବା ସହ ଉପସ୍ଥିତ ରହିବା ପାଇଁ […]
ଅନ୍ଲାଇନ୍ରେ ଆସୁଥିବା ନିମନ୍ତ୍ରଣ କାର୍ଡ ଖୋଲନ୍ତୁ ନାହିଁ! ସିଏ ବାହାଘର ବା ଜନ୍ମଦିନର ନିମନ୍ତ୍ରଣ କାର୍ଡ ହେଉ। ଯଦି ଖୋଲିବେ, ତାହାହେଲେ ଠକାମୀରେ ଶିକାର ହେବାର ଜଥେଷ୍ଟ ସମ୍ଭାବନା ରହିଛି। ଅଚିହ୍ନା ଲୋକଙ୍କଠାରୁ ହ୍ୱାଟ୍ସଆପ୍ ବା ଅନ୍ୟ କୌଣସି ସୋଶାଲ୍ ମିଡ଼ିଆରେ ଆସୁଥିବା ନିମନ୍ତ୍ରଣ କାର୍ଡକୁ ଖୋଲନ୍ତୁ ନାହିଁ। ଏନେଇ ସତର୍କ କରାଇଛି ସାଇବର ପୋଲିସ। APK ଫାଇଲ ମାଧ୍ୟମରେ ସମସ୍ତ ଆକ୍ସସେସ ନେଇଯାଉଛନ୍ତି ସ୍କାମର। ହିମାଚଳପ୍ରଦେଶରେ ଅନେକ ସାଇବର ଠକେଇର ଶିକାର ହେବା ପରେ ଲୋକଙ୍କୁ […]
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ୍ ବୈଠକରେ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଏଥିରେ କୌଣସି ସରକାରୀ ନିଯୁକ୍ତି ଏବଂ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା, ଜାଲିଆତି କିମ୍ବା ଚଞ୍ଚକତା କ୍ଷେତ୍ରରେ ଦଣ୍ଡ ବିଧାନ ପ୍ରବଧାନ କରାଯାଇଛି । ଦୋଷୀଙ୍କୁ ୩ରୁ ୫ ବର୍ଷ ଜେଲ୍ ଦଣ୍ଡ […]
