ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପାଖାପାଖି ୨୫୦ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ ପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷଭାବେ ଏହା ଗ୍ରହଣ କରି ସମସ୍ୟାର ସମାଧାନ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ,ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଡ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୩ତମ ଜନ୍ମବାର୍ଷିକୀ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ […]
ଯଦି ତୁମେ ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛ… ତେବେ ପ୍ରଥମେ ସୂର୍ଯ୍ୟଙ୍କ ଭଳି ଜଳିବାକୁ ଚେଷ୍ଟା କର… ଏହି କଥା ଥିଲେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର । ୧୯୩୧ରେ ତାମିଲନାଡୁ ରାମେଶ୍ୱରମର ମୁସଲମାନ ପରିବାରରେ ଜନ୍ମ । ମାଟ୍ରିକ ସରିବା ପରେ ତିରୁଚିରାପଲ୍ଲୀ ସେଣ୍ଟ ଯୋଶେଫ୍ କଲେଜରେ ପାଠପଢା । ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ, ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢା ପାଇଁ ମାଡ୍ରାସ୍ ଚାଲିଗଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ ରେ ସ୍ନାତକଡିଗ୍ରୀ […]
ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଅଘଟଣ । ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମାଡ । ସଂଘବଦ୍ଧ ଆକ୍ରମଣରେ ଜଣେ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପରେ କର୍ମଚାରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସଂଧ୍ୟାରେ କନଷ୍ଟେବଲ ସବ୍ୟସାଚୀ ସୂଚନା ପାଇ ମଦ ଦୋକାନ ନିକଟକୁ ଯାଇଥିଲେ । ସେହି ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୃତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ଭିଡିଓ […]
ରାୟଗଡ ତା ୧୪/୧୦ ଭାରତବର୍ଷ ଏକ ବହୁ ପୁରାତନ ଦେଶ ଯେଉଁଠି ଅନେକ ସାମ୍ପ୍ରଦାୟିକ ପରମ୍ପରା ଓ ସଂସ୍କୃତି ଦେଖିବାକୁ ମିଳିଥାଏ। ଏହିଭଳି ଏକ ଅନନ୍ୟ ପରମ୍ପରା ହେଉଛି ରାୟଗଡ ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଏହି ଲାଖବିନ୍ଧା । ସାଧାରଣତଃ ରାଜାରାଜୁଡ଼ାଙ୍କ ଅମଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ଆଜି ଆମେ ସାଧାରଣତଃ ବିଶ୍ୱସ୍ତରରେ ଏକ କ୍ରୀଡା ରୂପେ ମଧ୍ୟ ଦେଖି ଆସୁଛୁ। ଏହି ଲଖମରା ବିଜୟଦଶମୀ ତଥା ଦଶହରା ଦିନ ଅତି ନୀତି ନିୟମର […]
ଜଣେ ଯୁବ ଇଞ୍ଜିନିୟର ୮ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ତାଙ୍କ ନାମ ରୋନିତ ଜେନା(୨୩) । ସେ ଖାରବେଳନଗର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ୍ରେ ସପରିବାର ରହୁଥିଲେ । ପୁଅର ମୃତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଖରାବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବର ଘଟଣା ସିସିଟିଭିରେ କଏଦ ହୋଇଛି ।ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ […]
ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା ସର୍ବାଧିକ ରହିଛି। ତେବେ ବ୍ରାଜିଲ, ରୁଷ,ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି |ଆଗାମୀ ଦିନରେ ଦେଶରେ ନୂତନ କର୍କଟ ରୋଗ ଏବଂ କର୍କଟ ଜନିତ […]
ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି |ଶନିବାର ରାତି ପ୍ରାୟ ୮ଟାରେ ଅଭିଯୁକ୍ତ ଯୁବକ ମୋଟୁ ଥାନା ଅଞ୍ଚଳର ଏକ ଗାଁ ମୁଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ମାଛ ଧରିବାକୁ ବାହାରକୁ ଯାଇଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ନାବାଳିକା ଝିଅ ଏକାକୀ ଥିବା ସମୟରେ ଘରେ ପଶି ତାଙ୍କୁ ଏକ ଛୁରି ଦେଖାଇ ଭୟଭୀତ କରିଥିଲେ। ପାଟି କଲେ ହତ୍ୟା ଧମକ ଦେଇଥିଲେ। ଏହାପରେ ସାରା ରାତି ନାବାଳିକାଙ୍କୁ ବଳାତ୍କାର କରିବା […]
ଗିରଫ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍ ସରଣ । ଭୁବନେଶ୍ୱର କମିଶନରେଟ୍ ପୁଲିସର ସାଇବର ଥାନା ପୁଲିସ ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ଶଙ୍କର ଓମ୍ ନିଜ YouTube ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ। ଏଥିସହ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ […]
ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ସୋମବାର ବିସ୍ଫୋରଣ ଘଟିଛି। ବ୍ଲାକ ଫରନେସ ଫାଟିବା ସହ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଛି। ଘଟଣାରେ କେହି ମୃତାହତ ହୋଇ ନଥିବା ଜିନ୍ଦଲ ପକ୍ଷରୁ ସୂଚନା। କିନ୍ତୁ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।ଜରୁରୀକାଳୀନ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣରେ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନିଶା […]
ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]
ପୁଲିସ୍ ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ ତଦନ୍ତ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ଏହି ଦୁଇ ମୋ ସେବାର କର୍ମଚାରୀଙ୍କୁ ଜେରା ବେଳେ ସେମାନେ ସବୁ ସତକଥା କହିପକାଇଥିଲେ।ଗତ ୪ ତାରିଖରେ ତେଲକୋଇ ଥାନା ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରରେ ସୁଭଦ୍ରା ହିତାଧିକାରୀମାନେ ଆଧାର ସହିତ ମୋବାଇଲ ନମ୍ୱର ଲିଙ୍କ କରୁଥିବା ବେଳେ ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ୍ ହୋଇଯାଇଥିଲା। ପ୍ରାୟ ୨୦ରୁ ୨୫ ମହିଳା ଏହି ଠକାମୀରେ […]
