author

ଆଜି ମଣ୍ଡପରେ ହେଉଛି ମହାମାୟାଙ୍କ ମହାଷ୍ଟମୀ ପୂଜା |

ଆବିର୍ଭୁତା ହୋଇଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମା’ଙ୍କର ମହା ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ମହା ନବମୀ ପୂଜା । ଆକର୍ଷିତ କରୁଛି ସୁଉଚ୍ଚ ତୋରଣ, ମନ ମୋହୁଛି ସାଜସଜ୍ଜା । ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା […]

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୩ ଓ ୨୪ ଦୁଇ ଦିନ ଧରି ଓଡ଼ିଶାରେ ରହିବେ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୋପବନ୍ଧୁ ଆୟୁର୍ବେଦ କଲେଜ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଦୀର୍ଘ ୭୫ବର୍ଷ ମଧ୍ୟରେ ଏହି କଲେଜରୁ ଆୟୁର୍ବେଦରେ ଡାକ୍ତରୀ ଶିକ୍ଷା ଶେଷ କରି […]

ଦୁର୍ଗା ପୂଜାମଣ୍ଡପ ବୁଲିବେ ମୋହନ ଓ ନବୀନ

ପବିତ୍ର ଦଶହରା ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କଟକ ସହର ଓ ରାଜଧାନୀ ଭୁବନେଶ୍ବର ଦୁର୍ଗା ପୂଜା ପାଇଁ ଖ୍ୟାତି ଅର୍ଜନ କରିଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଉଭୟ କଟକ ଓ ଭୁବନେଶ୍ବର ସହରର ବିଭିନ୍ନ ପୂଜା ମଣ୍ଡମ ବୁଲିବେ ବୋଲି ସୂଚନା ମିଳିଛି।ପବିତ୍ର ମହାଷ୍ଟମୀରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଗାପୂଜା ମଣ୍ଡପ ବୁଲିବା ଆରମ୍ଭ କରିବେ । ୧୧ ତାରିଖରେ […]

ଆଜିର ରାଶିଫଳ(୧୧ ଅକ୍ଟୋବର,୨୦୨୪)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

କଷ୍ଟି ଡାକୁଆଙ୍କ ବଳିଦାନ ଦିବସ ପାଳିତ

ନୂଆଗାଁ: ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କୁଶବିଡା ଗ୍ରାମ ରେ ୮୨ ତମ କଷ୍ଟି ଡାକୁଆଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଷ୍ଟି ଡାକୁଆ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଧିନତା ସଂଗ୍ରାମ ରେ କଷ୍ଟି ଡାକୁଆ ଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୭ ନଂ […]

ଥାନାରେ ପୁଲିସ୍‌କୁ ଦୁର୍ବ୍ୟବହାର କରୁଥିବା ମହିଳାଙ୍କ ବିରୋଧରେ ରୁଜୁ ହେଲା ମାମଲା

ମଦ ନିଶାରେ ଥାନାରେ ଉତ୍ପାତ କରୁଥିବା ମହିଳାଙ୍କ ଅଡୁଆ ବଢ଼ିଲା। ମାମଲା ରୁଜୁ କଲା କମିଶନରେଟ୍‌ ପୁଲିସ୍‌। ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଗୋଲାପି ଡ୍ରେସ୍‌ ପିନ୍ଧିଥିବା ଜଣେ ମହିଳା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ବସିଛନ୍ତି। ସେ କୁଆଡେ ନିଶାରେ ଅଛନ୍ତି। ଆଉ ଅଫିସ୍‌ କାମରେ ବ୍ୟସ୍ତ ଥିବା ପୁଲିସ୍‌ ଅଫିସରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଅଜଥାରେ ଯୁକ୍ତିତର୍କ କରୁଥିବା ଦେଖିବାକୁ […]

ଗୌଡ଼ ଥୁଆବାରୀ ଗ୍ରାମରେ ଶହୀଦ ଶ୍ରାଦ୍ଧଦିବସ ପାଳିତ

ନୂଆଗାଁ: ସ୍ବାଧିନତା ସଂଗ୍ରାମ ର ଅଗ୍ରଗାମୀ ଗୋଡ଼ ଥୁଆବାରୀ ଗ୍ରାମ ର ପ୍ରବାଦ ପୁରୁଷ କଣ୍ଡୁରୀ ପରିଡ଼ା , ବୁଦ୍ଧି ପରିଡ଼ା ,ଦୟା ବେହେରା , ଏନ୍ତୁଡି ଶାଳସାଜିଥିବା ପୂର୍ଣ୍ଣପୀଠ ଗୌଡ଼ ଥୁଆବାରୀ ଗ୍ରାମବାସୀ ଙ୍କ ଆନୁକୂଲ୍ୟରେ ୮୩ ତମ ପ୍ରଜାମଣ୍ଡଳ ଶହୀଦ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି।ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ।ସମାଜସେବୀ ଶଙ୍କର୍ଷଣ ବେହେରା ଙ୍କ […]

ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।ସେ ଆଉ କହିଛନ୍ତି, ଆସନ୍ତୁ ପ୍ରାର୍ଥନା କରିବା ଯେ ମା’ ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମାନ ସମାଜ ଗଠନ ପାଇଁ ଶକ୍ତି, ସାହସ ଏବଂ ସଂକଳ୍ପ ଦିଅନ୍ତୁ। ମହାଶକ୍ତିର ଏହି ପବିତ୍ର ଅବସରରେ ଆସନ୍ତୁ […]

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ୟ

ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି।ଭାରତୀୟ ଶିଳ୍ପଜଗତର ରତ୍ନ ଭାବେ ପରିଚିତ ରତନ ଟାଟା । ବିଭିନ୍ନ ସମୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରିଥିଲେ ଭାରତ ସରକାର । ଏବେ ଭାରତ ରତ୍ନ […]

ନୟାଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ସ୍ବତନ୍ତ୍ରତାର ସହିତ ପାଳନ କରାଯାଉଛି। ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରତ୍ୟେକ ଘରୁ ଚୂଲିଚାନ୍ଦା ଆଦାୟ ଏକ ପରମ୍ପରା ଭାବେ ଚାଲିଥିବା କାରଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ନୟାଗଡ଼ କଚେରୀ ବଜାର ଠାରେ ଥିବା ଦୁର୍ଗା ମଣ୍ଡପରେ ଚାଲିଥିବା ଏହି ଦୁର୍ଗାପୂଜାରେ ପ୍ରତ୍ୟହ ପ୍ରବଳ ଜନ […]

ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ରାଜ୍ୟରେ ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବି ଜୋର ଧରିଛି । କିଛି ଦିନ ତଳେ ଆଶାୟୀ ପ୍ରାର୍ଥୀମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଭୁବନେଶ୍ୱର ଲୋୟର ପିଏମଜିରେ ଜୋରଦାର ଆନେ୍ଦାଳନ କରିଥିବାବେଳେ ଆଜି କଟକରେ ଆଶାୟୀମାନେ ଜୋରଦାର ପ୍ରତିବାଦ କରିଛନ୍ତି ।ଆଶାୟୀମାନେ ଅଭିଯୋଗ କରିଛନ୍ତି ଯେ ପରୀକ୍ଷା କରିବା ପାଇଁ ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ମନୋନୀତ କରାଯାଇଛି ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ। ଏହି ଆନ୍ଦୋଳନ ଓଡିଶା […]

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ନିର୍ବାଚନ ସରିବାର ପ୍ରାୟ ସାଢେ ତିନି ମାସ ପରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ବିଜେପି ରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ବିଜେଡି ତାଙ୍କୁ କଟକ ବାରବାଟୀରୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ସାଲେପୁରରୁ ଜିତିଥିଲେ।ଗୁରୁବାର ଅପ୍ରତ୍ୟାଶିତ ଘଟଣାକ୍ରମେ ବିଜେଡିରୁ […]