କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା l ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନଏମ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ ମହିଳା ଦଶରୁ ଉର୍ଦ୍ଧ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏଏନଏମ ଙ୍କୁ ଘରୁ […]
ଲୋକସେବା ଭବନରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିଟେ୍ରେ ଗୋପାଳକ ଓ ଦୁଗ୍ଧଚାଷୀଙ୍କ ବୃହତ୍ ସ୍ବାର୍ଥ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଦ୍ବାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ। କାମଧେନୁ ଯୋଜନା ସହିତ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗୋପାଳନ ପାଇଁ ନୂଆ ଯୋଜନା ଆରମ୍ଭ ହେବ। ଗାଈ ଓ ମଇଁଷି ଚାଷୀଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ। ଓମଫେଡକୁ ସଶକ୍ତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। […]
ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଛନ୍ତି । ସରକାର ପ୍ରଥମ ଦଫାରେ ୧୦୨୨ ଜଣ ନର୍ସଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ଆଲୋଚନା […]
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ସୀମାନ୍ତ କତେଇବିରା ନିକଟ ଇବ୍ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଗତ ୫ ଦିନ ହେଲା ଜଣେ ମହିଳା ସମେତ ୫ ଜଣ ଗ୍ରାମବାସୀ ଫସିରହିଥିଲେ ।ନିଜର ଗୋରୁ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ଟାପୁରେ ଫସି ରହିଥିଲେ । ଏହି ଘଟଣା ଜିଲ୍ଲାର ବାବୁସଜବାହର ଗ୍ରାମରେ ଘଟିଛି । ହଠାତ ନଦୀରେ ପାଣି ଆସିବାରୁ ସେମାନେ ଆସିପରିନଥିଲେ । ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ […]
ଆସନ୍ତା ସୋମବାର ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହିଦିନ ଜନଶୁଣାଣି ବନ୍ଦ ରହିବ । ଉଲ୍ଲେଖ ଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ ଯାତ୍ରାରେ […]
ପିସି ନଦେବାରୁ ବିଲ କରୁ ନାହାଁନ୍ତି ସରକାରୀ ଯନ୍ତ୍ରୀ। ଶେଷରେ ବିଲ୍ କରାଇବା ପାଇଁ ଯନ୍ତ୍ରୀଙ୍କ ପାଦ ଧରି ମୁଣ୍ଡିଆ ମାରିଛନ୍ତି ସରପଞ୍ଚ। ଏଭଳି ଏକ ଦୃଶ୍ୟ ଆସିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ।ପଞ୍ଚାୟତର ବହୁ ଉନ୍ନୟନମୂଳକ କାମର ବିଲ୍ ହୋଇନି । ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନ୍ଆରଜିଏସ୍ ଅଟକଳ ହୋଇଥିଲା । ପ୍ରାୟ ଦେଢ ଲକ୍ଷ ଟଙ୍କାର କାମ ଶ୍ରମିକ କରିଥିବାବେଳେ ୬୫ ହଜାର […]
ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ […]
କାର୍ଯ୍ୟକୁ ସରଳ ଓ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସଙ୍କୁ ମିଳିବ ବାଇକ୍। ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍ ଥିବାରୁ କାମ ଶୀଘ୍ର ହୋଇପାରୁନି। ପ୍ରତି ପୁଲିସଙ୍କୁ ବାଇକ୍ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ। ଏଥବପାଇଁ ପାଖାପାଖି ୯ହଜାର ବାଇକ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |ନୂଆ ନିଯୁକ୍ତି ମଧ୍ୟ ଦିଆଯିବ। ରାଜ୍ୟରେ […]
ସେପ୍ଟମ୍ବର ୧୪ ତାରିଖ ଦିନ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୁଲିସ ଅଧିକାରୀଙ୍କର ବି ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍।ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କର ନାର୍କୋ ଟେଷ୍ଟ, ବ୍ରେନମ୍ୟାପିଂ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଭୁବନେଶ୍ବର SDJM କୋର୍ଟ ଅନୁମତି ପ୍ରଦାନ କରିସାରିଛନ୍ତି । ଶୁକ୍ରବାର ଅନ୍ୟ ୪ ଜଣଙ୍କର ପଲିଗ୍ରାଫ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୪ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ପ୍ରତି ଅଧିକ ଦାୟିତ୍ୱବାନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୬୪ ଜଣ କୃତି ଛାତ୍ରଛାତ୍ରୀମାନେ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ […]
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବା କନିଷ୍ଠ ମହାବିଦ୍ୟାଳୟରେ ୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ। ଅବଶିଷ୍ଟ ୮୦ ନମ୍ବର ପରୀକ୍ଷା ସିଏଚଏସଇ ପକ୍ଷରୁ ହେବ। ଉଭୟ ପରୀକ୍ଷା ନମ୍ବରକୁ ଏକତ୍ର […]
ଜନତାଙ୍କ ବନ୍ଧୁ ହେଉ ପୋଲିସ । ମହିଳାଙ୍କ ପ୍ରତି ହିଂସାକୁ ବରଦାସ୍ତ କରାଯିବନି । ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ । ଶନିବାର ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ।ରାତିରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାସ କରି ଥାନାରେ ମହିଳାଙ୍କ ପ୍ରତି ଉଚିତ ବ୍ୟବହାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି, ଅନିୟମିତା, କ୍ଷମତା ଦୂରୁପଯୋଗକୁ ବରଦାସ୍ତ […]
