ଭୋଗ, ମହାପ୍ରସାଦରେ ନିମ୍ନମାନର ଘିଅ ବ୍ୟବହାର ପ୍ରସଙ୍ଗ। ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଅଫିସର। ଏହି ଅଧିକାରୀ ଭୋଗ, ମହାପ୍ରସାଦର ମାନ ଯାଞ୍ଚ କରିବେ। କେବଳ ମାନ ଯାଞ୍ଚ ନୁହେଁ, ଭୋଗରେ ବ୍ୟବହୃତ ସାମଗ୍ରୀର ବି ଯାଞ୍ଚ କରିବେ ଫୁଡ୍ ଅଫିସର । ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯିବ। ଏଥିସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର […]
ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଗୁରୁବାର ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ମଝି ସମୁଦ୍ରରେ ଫସିରହିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ୍ ପୋଲିସର ଉଦ୍ୟମ ଜାରି ରହିଛି । ସୂଚନାମୁତାବକ ଆଜି ସକାଳେ ପ୍ରଥମେ ଏକ ମାଛଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ ସମୁଦ୍ର ମଝିକୁ ଯାଇଥିଲା। ମାତ୍ର ସମୁଦ୍ର […]
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଲୋକନୃତ୍ୟ ର ମହତ୍ତ୍ଵ ଉପରେ କହିଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହିପୁର ସରକାରୀ […]
ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ପୋଲିସର ସନ୍ଦେହ ଘେରରେ ଥିବା ଯୁବକ ଗାଁକୁ ଆସି ଆତ୍ମହତ୍ୟା କରିଛନ୍ତି । ମୁଖ୍ୟ ସନ୍ଦିଗ୍ଧ ମୁକ୍ତିରଞ୍ଜନ ରାୟ ଓଡିଶାରେ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁର ଭାୟାଲିଭାଲରେ ରହୁଥିବା ମହିଳା ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ରୟଙ୍କୁ ବେଙ୍ଗାଲୁରୁ ପୋଲିସ ଚିହ୍ନଟ କରିଥିଲା । ବହୁ ଦିନର ଅନୁସନ୍ଧାନ ପରେ କର୍ତ୍ତୃପକ୍ଷ ତାଙ୍କ ଜିବା ଆସିବା ଉପରେ ନଜର ରଖିଥିଲେ । କେବଳ ଜାଣିବାକୁ ପାଇଲେ ଯେ […]
ଲଘୁଚାପ ଯୋଗୁଁ ସ୍କୁଲ ଛୁଟି ଘୋଷଣା ହୋଇଛି। ଦିନକ ପାଇଁ ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ସୂଚନା ଦେଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଧ୍ୟମଧରଣର ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ […]
ଦୁଇ ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ଏହା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ସୂଚନା ଅନୁଯାୟୀ ଗୁରୁବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଦେଖିବାକୁ ମିଳିଛି । ବର୍ଷା ପାଣିରେ ପଶି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଛନ୍ତି ପର୍ଯ୍ୟଟକ । ସଠିକ ଭାବେ ମନ୍ଦିର ପରିସରରୁ […]
ପ୍ରଥମ ଥର ରାଜ୍ୟରେ ବିରୋଧୀ ଦଳ ଭୁମିକା ନିର୍ବାହ କରୁଥିବା ବିଜୁ ଜନତା ଦଳ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାରେ ଲାଗି ପଡ଼ିଛି। ଏହି କ୍ରମରେ ବିଜେଡି ୩ ନୂଆ କମିଟି ଗଠନ କରିଛି। ଉପଦେଷ୍ଟା କମିଟିରେ ୧୭ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି।ସେହିଭଳି ମେମ୍ବରଶିପ୍ ଡ୍ରାଇଭ କମିଟିରେ ୨୨ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ। ଯେଉଁମାନେ ଦଳର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବେ। ଏହି କମିଟିରେ ଅନେକ ପୁରୁଖାଙ୍କ ସହ ନୂଆ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବୁଧବାର ଭବାନୀପାଟଣାରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶନିବାରଠାରୁ ବର୍ଷା ପ୍ରକୋପ କମିବ । ରବିବାରଠାରୁ କାଁ ଭାଁ […]
ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।* ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ […]
ରାୟଗଡ:- ତା. ୨୫/୦୯-ଗଣଶିକ୍ଷା ସଚିବ, ଓଡିଶା,ଶ୍ରୀମତୀ ଶାଳିନୀ ପାଣ୍ଡିତଙ୍କ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି l ମାନ୍ୟବର ସଚିବଙ୍କ ସହିତ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଗତ ୨୪ତାରିଖରେ ପହଂଚି ରାୟଗଡ ବ୍ଲକର ତାଡମ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଶିକ୍ଷାଦନ ବ୍ୟବସ୍ଥା, ବିଭିନ୍ନ ସମସ୍ୟା ଆଦି ଉପରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରୁ ପିତାମହଲ ଉପାସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି […]
ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ଅସ୍ଥିରତା, ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଏବଂ ବିଶ୍ୱ ବଜାରର ଅନିଶ୍ଚିତତା ମଧ୍ୟରେ ଏହି ଧାତୁ ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହା ୭୬,୦୦୦ ଟଙ୍କା ଉପରେ । ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି। ସୁନାର […]
ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲରୁ କାବୁ ହେଲା ଯୁବକ । ଲୁହା ଓ ଷ୍ଟିଲ କବାଟକୁ ଢାଲ କରି ଧରିଲେ ସୁରକ୍ଷା କର୍ମୀ । ଧନୁତୀର ଧରି ସ୍କୁଲକୁ ୫ ଦିନ ହେଲା ଅକ୍ତିଆରରେ ରଖିଥିଲା ଯୁବକ । ତୀରମାଡ଼ରେ ଆଇଆଇସି ଓ ପ୍ରଧାନ ଶିକ୍ଷକ ଆହତ ହୋଇଥିଲେ । ପାଖାପାଖି ୧୮ଟି ତୀର ପୋଲିସ ଉପରକୁ ଚଳାଇଥିଲା ଯୁବକ । ତୀରକୁ ଜବତ କରିଛି ପୋଲିସ । ଅନ୍ୟପଟେ ଯୁବକ ସ୍କୁଲକୁ କବଜା […]
