B.Ed, B.H.Ed ଓ M.Ed ନାମଲେଖା ପ୍ରକ୍ରିୟା ସ୍ଥଗିତ ହେଲା

ଉଚ୍ଚ ଶିକ୍ଷା ବିଭାଗର ଚିଠି । ୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ ଅସ୍ଥାୟୀ ଭାବେ ଆଡ଼ମିଶନ ପ୍ରକ୍ରିୟାକରଣ ଏବେ ବନ୍ଦ କରାଯାଇଛି । ମୁଖ୍ୟତଃ B.ED, M.ED, ଏବଂ B.H. ED । ୨ ବର୍ଷିଆ ଏହି କୋର୍ସ ଗୁଡିକ ପାଇଁ ହୋଇଥିବା ଏଣ୍ଟ୍ରାସ ସ୍କୋରରେ ଅନେକ ଅଭିଯୋଗ ହୋଇଥିବା କାରଣରୁ ପୁନଶ୍ଚ ବିଷୟ ଭିତ୍ତିକ ଅଭିଜ୍ଞ ଏକ୍ସପର୍ଟ ମାନେ ଆଉ ଥରେ ଭେରିଫାଏ କରିବେ । ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଘୋଷଣା ହେବା ପରେ ସାମସ୍‍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ଅଧିକ ପଢନ୍ତୁ

kc ads