BCCIର ଦୃଢ କାର୍ଯ୍ୟାନୁଷ୍ଠାନ, କୋଚ୍ ସମେତ ୩ ଜଣଙ୍କୁ ଦଳରୁ କଲା ବିଦା

ପୁଣି ଫେରିଲା ବର୍ଡର-ଗାଭାସ୍କର ସିରିଜ ପରାଜୟର ପୋଷ୍ଟମର୍ଟମ । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ୧-୩ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସିରିଜ୍ ସମୟରେ ଡ୍ରେସିଂରୁମ୍‌ର କଥା ବାହାରେ ପ୍ରଘଟ କରାଯାଉଥିବା ଖବର ବି ଆସିଥିଲା । ଏସବୁ ପରେ ବିସିସିଆଇ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୋର୍ଡ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦଳର ସହାୟକ କୋଚ୍ ଅଭିଷେକ ନାୟରଙ୍କୁ ବାହାର କରିଛି। ୮ ମାସ ପୂର୍ବରୁ ଦଳରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହୋଇଥିଲା। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବିସିସିଆଇ ସମୀକ୍ଷା ବୈଠକ କରିଥିଲା। ଏଥିରେ ଦଳ ପ୍ରବନ୍ଧନର ଜଣେ ସଦସ୍ୟ ଡ୍ରେସିଂ ରୁମର କଥା ଲିକ୍ ହେଉଥିବା ଅଭିଯୋଗ କରିଥିଲେ। ସୂଚନା ଅନୁସାରେ ଅଭିଶେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ନାହିଁ । କାରଣ ସୀତାଂଶୁ କୋଟକ ପୂର୍ବରୁ ଭାରତୀୟ ପୁରୁଷ ଦଳ ସହିତ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ଜଡିତ ଅଛନ୍ତି । ଫିଲ୍ଡିଂ କୋଚ୍‌ ଥିବା ଦିଲ୍ଲୀପଙ୍କ କାର୍ଯ୍ୟ ସହାୟକ ପ୍ରଶିକ୍ଷକ ରିଆନ ଟେନ୍‌ଡେସ୍‌କାଟ ବୁଝିବେ ।

ଅଧିକ ପଢନ୍ତୁ

Odisha Darpan Digital