ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗଣମାଧ୍ୟମରେ ସବୁ ସତ କହିଛନ୍ତି ଜଗନ୍ନାଥ । । ଆଉ ଆକ୍ରମଣର କାରଣ ମଧ୍ୟ କହିଛନ୍ତି । ଜଗା ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି, 34 ନମ୍ୱର ଓ୍ବାର୍ଡର ଏସଏଚଜି ମହିଳାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିଆଯାଉଛି । ଏହି କଥାକୁ ନେଇ ସେହି ଓ୍ୱାର୍ଡର କର୍ପୋରେଟର ସ୍ୱଚ୍ଛ ସାଥୀଙ୍କୁ ତାଗିଦ କରିଥିଲେ । କଣ ପାଇଁ ସରକାରୀ କାର୍ଯ୍ୟକ୍ରମରେ ଆମ ଲୋକଙ୍କୁ ନେଉଛ ବୋଲି କହିଥିଲେ । ଆମେ ବିଜେଡି କର୍ପୋରେଟର ଅଛୁ, ବିଜେପି କାର୍ଯ୍ୟକ୍ରମରେ ଏସଏଚଜି ମହିଳା ଯିବେନି ବୋଲି କର୍ପୋରେଟର କହିଥିଲେ । ଏକଥା କୁ ବିଏମସିରେ ମେୟରଙ୍କୁ ମଧ୍ୟ କହିଛନ୍ତି ସେହି କର୍ପୋରେଟର । ମେୟର ଏହାର ତଦାରଖ ଦାୟିତ୍ୱ ଅତିରିକ୍ତ କମିସନରଙ୍କୁ ଦେଇଛନ୍ତି । ଆଉ ଅତିରିକ୍ତ କମିସନର ତଦାରଖ କରି ରିପୋର୍ଟ ଦେବା ବଦଳରେ ସ୍ବଚ୍ଛ ସାଥୀ ମହିଳାଙ୍କୁ ଡାକି ଦୁର୍ବ୍ୟବହାର କରିଥିଲେ । BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ସ୍ବଚ୍ଛ ସାଥୀଙ୍କ ଅଭିଯୋଗ କରିଛନ୍ତି । ସେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିବା ନେଇ ସେ କହିଛନ୍ତି ।
ମୋଦିଙ୍କ ରାଲିକୁ କାହିଁକି ଲୋକ ନେଉଛ ଚାକିରି ଚାଲିଯିବ କହୁଥିଲେ । ୩୪ ନଂ କର୍ପୋରେଟର ଓ ତାଙ୍କ ସ୍ବାମୀଙ୍କ ଜରିଆରେ ଧମକାଉଥିଲେ ।ମୁଁ ବିଜେପି ରାଲିକୁ ୬୦/୭୦ ଲୋକ ନେଇ ଯିବାରୁ ରାଗୁଥିଲେ । ମୁଁ ଏବାବଦରେ ଜଗା ଭାଇଙ୍କୁ ଦେଖା କରି ଫେରାଦ ହୋଇଥିଲି ।ଜଗା ଭାଇ ଫୋନ୍ କରିବାରୁ ରତ୍ନାକର ସାର୍ ତାଙ୍କୁ ବ୍ୟବହାର ଖରାପ କଲେ । ଆମକୁ ନ୍ୟାୟ ନମିଳିଲେ ଧାରଣା ଦେବୁ ସାଥି କହିଛନ୍ତି ।ଅଭିଯୁକ୍ତମାନଙ୍କୁ ‘ତାଙ୍କ ପିଲା’ ବୋଲି ପଚରା ଯିବାରୁ ପ୍ରଧାନ କହିଛନ୍ତି, ଭାଜପା ସରକାର ଜନତାର ସରକାର। ଅତିରିକ୍ତ କମିଶନର ମଧ୍ୟ ଆମର। କାହାକୁ ‘ମୋ ପିଲା’ କୁହାଯିବ ନାହିଁ, ସେମାନଙ୍କୁ ଦୋଷୀ ମାନିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଭାଜପା ଆମର ପରିବାର, ଏହା ଜନତାର ସରକାର। ମୁଁ ପୁଲିସ ସହ କଥା ହୋଇଛି, ସେମାନେ କାର୍ଯ୍ୟାନୁଷ୍ଠାନ ନେବେ।