ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ରଥପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରଥ ନିର୍ମାଣ ପାଇଁ ବ୍ଯବହୃତ ହେଉଥିବା ଫାସି, ଅସନ, ଧଉରା ଗଛର ଅଭାବକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ବାଦବିବାଦରୁ ଦୂରେଇ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନେ ନିଜ ନିଜ ଜମିବାଡିରେ ଫାସି ଗଛ ଲଗାଇ ତାକୁ ଯତ୍ନ ସହକାରେ ବଡକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ଥାନୀୟ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁଢିପି ଗ୍ରାମ ପଞ୍ଚାୟତରେ ସୋମବାର ଅପରାହ୍ନ ୫ଟାରେ ଅନୁଷ୍ଠିତ “ବିରାଟ ମିଶ୍ରଣ ପର୍ବ” ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଢିପି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୭୦୦ରୁ ଊର୍ଦ୍ଧ୍ୱ ବିଜୁ ଜନତା ଦଳର କର୍ମୀ, ପଦାଧିକାରୀ, ୱାର୍ଡ ସଦସ୍ୟ ଓ ସମର୍ଥକ ବିଜେଡି ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ। ଯୋଗଦାନକାରୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ଫଗୁରେ ଫଗୁରେ ଫାଲଗୁନି ‘ ର ପାଠକୀୟ ଚର୍ଚ୍ଚା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ଗହଣରେ ଉତ୍ସାହ ଉଦ୍ଦୀପନା ସହିତ ସମାହିତ ହୋଇଯାଇଛି। ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପୁସ୍ତକର ସମୀକ୍ଷା କରି ପାଠକୀୟ ଉତ୍କଣ୍ଠା ଉଜ୍ଜୀବିତ କରୁଥିବା ଏହି ସଫଳ ଉପନ୍ୟାସର ବଳିଷ୍ଠ କାହାଣୀ, ଲୋକକଥିତ ଭାଷା ଚାତୁରୀ, ଶ୍ରେଣୀ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଦଶପଲ୍ଲାରୁ ପୁରୀ ଏବଂ ପୁରୀରୁ ଦଶପଲ୍ଲା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍:ଟ୍ରେନ୍ ନଂ ୦୮୪୩୧: ଏହି ଟ୍ରେନ୍ ୧୫.୦୭.୨୬ ରୁ ୨୫.୦୭.୨୬ ପର୍ଯ୍ୟନ୍ତ ଚାଲିବ। ଏହା ଦଶପଲ୍ଲାରୁ ରାତି ୧୧:୩୦ ରେ ଛାଡ଼ି ପୁରୀରେ ଭୋର ୦୩:୩୦ ରେ ପହଞ୍ଚିବ।ଟ୍ରେନ୍ ନଂ ୦୮୪୩୩: ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପଦୋନ୍ନତି ପାଇ ଯୋଗ ଦେଇଥିବା ନୂତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କୁ ବିଦ୍ୟାଳୟ ପରିବାର ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେହିପରି, ଏହି ବିଦ୍ୟାଳୟରୁ ପଦୋନ୍ନତି ପାଇ ଅନ୍ୟତ୍ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦୁଇ ଶିକ୍ଷୟିତ୍ରୀ ରସିଦା ଖାତୁନ ଏବଂ ପୂର୍ଣ୍ଣିମା ତ୍ରିପାଠୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ନୂତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଅବସ୍ଥିତ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ଭବନରେ ପରିଷଦର ପ୍ରତିଷ୍ଠା ଦିବସ ତଥା ନୟାଗଡ଼ ଶାଖାର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର […]
ନୟାଗଡ଼(ଓଡ଼ିଶା ଦର୍ପଣ):ସ୍ଥାନୀୟ ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ମାନଧାତାପୁର ପରିସରରେ ବନମହୋତ୍ସବ ସପ୍ତାହ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଇକୋ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିବ ଶଙ୍କର ଦାଶ ଓ ନରହରି ସାମନ୍ତସିଂହାର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ନୟାଗଡ଼ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥି ଭାବେ ଯୋଗଦାନ କରି ବୃକ୍ଷ ରୋପଣ କରିବା ଦ୍ୱାରା ପ୍ରକୃତିର ଭାରସାମ୍ୟ ବଜାୟ ରହିବା ସହିତ ଆମେ ବିଶୁଦ୍ଧ ଅମ୍ଳଜାନ ପାଇ ପରିବା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାର ସୁରକ୍ଷା ଦାବିରେ ‘ଶ୍ରୀଜଗନ୍ନାଥ ପରମ୍ପରା ସୁରକ୍ଷା ମଞ୍ଚ’ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରମ୍ପରା ସୁରକ୍ଷା ପାଇଁ ଦାବିରାଜରାଜୁଡ଼ା ଅମଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ସମ୍ପାଦିତ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର -ଗୋପାଳପୁର ରେଳ ଲାଇନ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡ଼ାକୁ ନୟାଗଡ଼ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ଉକ୍ତ ୧୨୦ କିଲୋମିଟର ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଡର ପର୍ଯ୍ୟନ୍ତ ଏକ କର୍ଡ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଉତ୍ତର ରଖିଥିଲେ। ଏଥିନିମନ୍ତେ ଆବଶ୍ୟକ ଲୋକେସନ ସର୍ଭେ […]
