ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା

ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଦିନ ପାଖେଇବା ସହ ବଢୁଛି ଉତ୍କଣ୍ଠା । ତେବେ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା । ଦର୍ଶକମାନେ ପାଣି ବୋତଲ ନେଇ ଷ୍ଟାଡିୟମକୁ ଯାଇପାରିବେ ନାହିଁ । ଷ୍ଟାଡିୟମକୁ ଫିଙ୍ଗିବା ଆଦି ସାମଗ୍ରୀ ଉପରେ କଟକଣା ରହିଛି । ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । […]

ଆଜି ଓଡିଶା ଆସିବେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

ବାରବାଟୀ ଦିନିକିଆକୁ ଆଉ ମାତ୍ର ଗୋଟିଏ ଦିନ। ସୁପର ସଣ୍ଡେରେ ହେବ ସୁପର ଲଢ଼େଇ । ଆଜି ଭୁବନେଶ୍ବରରେ ପହଞ୍ଚିବେ ରୋହିତ ଓ ବଟଲର ବାହିନୀ । ଭୁବନେଶ୍ବର ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ଆସିବେ ହୋଟେଲ ମେ ଫେୟାର । ଦୁଇ ଟିମକୁ ଭବ୍ୟ ସ୍ୱାଗତ କରାଯିବ। ମେ ଫାୟାର ଆଗରେ ଲାଗିଛି ବଡ଼ ସ୍ବାଗତ ହୋର୍ଡିଂ । ହୋଟେଲ ବାହାରେ ସଜା ହୋଇଛି ଫୁଲ କୁଣ୍ଡ । ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ବାଗତ […]

ରଣଜୀରେ ମାତ୍ର ୬ ରନ କରି ବୋଲ୍ଡ ହେଲେ ବିରାଟ କୋହଲି

ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିଥିଲେ । ତାଙ୍କ ବ୍ୟାଟିଂ ଦେଖିବା ଲାଗି ଅରୁଣ ଜେଟଲୀ ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ସମସ୍ତଙ୍କୁ ଆଶା ଥିଲା ଯେ, ଇଣ୍ଟରନେସନାଲ କ୍ରିକେଟରେ ସଂଘର୍ଷ କରୁଥିବା କୋହଲି ରେଲୱେଜ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ, କିନ୍ତୁ ଏହା ହୋଇପାରିଲା ନାହିଁ ।ଏହି ଷ୍ଟାର ବ୍ୟାଟ୍ସମ୍ୟାନ ମାତ୍ର ୬ ରନ କରି ପାଭିଲିୟନ ଫେରିଯାଇଛନ୍ତି । ବିରାଟ ଆଉଟ ହେବା […]

ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ତାଙ୍କୁ ଦେଖିବାକୁ ଅଗଣତି ଲୋକଭିଡ଼ ।

ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫି ୨୦୨୪-୨୫ । ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ଟିମ୍ ଏବଂ ରେଳବାଇ ଟିମ୍ ମଧ୍ୟରେ ମୁକାବିଲା ହେବ ।ଦିଲ୍ଲୀ କ୍ରିକେଟ ଟିମରେ କେହଲିଙ୍କ ଉପସ୍ଥିତିି ଉତ୍ସାହର ମାହୋଲ ସୃଷ୍ଟି କରିଛି । ବିଶେଷ କରି ଯୁବ ଖେଳାଳିମାନେ ତାଙ୍କ ସହ ଖେଳି ପ୍ରେରିତ ହେବେ ବୋଲି ଆଶା ରହିଛିାନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ବିରାଟଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି […]

ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌।

ଫେବୃଆରୀ ୨ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ । ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ ।ଫେବୃଆରୀ ୬,୭.୮ରେ ହେବ ଅଫଲାଇନ୍ ଟିକେଟ ବିକ୍ରି ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଏକ ଗ୍ୟାଲେରି ଟିକେଟ କିଣିଛନ୍ତି। ଟିକେଟର ମୂଲ୍ୟ ସେ ଡିଜିଟାଲ ମୋଡ୍‌ରେ ପ୍ରଦାନ କରିଛନ୍ତି। ଏହି ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।ସେହିଭଳି […]

ଚର୍ଚ୍ଚାରେ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ:ଛାଡ଼ପତ୍ର ନେଇ ପ୍ରଶ୍ନ

ପୁଣି କ୍ରିକେଟ୍‌ ଜଗତରୁ ଆସିଲା ନିରାଶର ଖବର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଦେଇଛନ୍ତି। ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର ସହ ସେ ଫଟୋ […]

ଭାରତ-ଇଂଲଣ୍ଡ ମ୍ୟାଚ୍: ଖୁବଶୀଘ୍ର ଟିକେଟ ବିକ୍ରି

ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ […]

ମନୁ ଭାକର ଏବଂ ଡି ଗୁକେଶଙ୍କୁ ମିଳିଲା ଖେଳରତ୍ନ ଆଓ୍ବାର୍ଡ

ଜାତୀୟ ଖେଳ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି । ସମାରୋହରେ ପ୍ରମୁଖ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଅଲମ୍ପିକ୍ସ ପଦକ ବିଜେତାକୁ ପ୍ରଦାନ କରିଛନ୍ତି । ପ୍ୟାରିସ୍ ଅଲମ୍ପିକ୍ସରେ ୨ଟି ପଦକ ଜିତିଥିବା ସୁଟର୍ ମନୁ ଭାକର, କିଶୋର ବର୍ଗରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିବା ଡି. ଗୁକେଶଙ୍କୁ ମିଳିଛି ପୁରସ୍କାର ।ଅନ୍ୟପକ୍ଷେ ୩୨ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ […]

ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଜଗନ୍ନାଥ ପ୍ରସାଦ କୁ ହରାଇ ଫାଇନାଲ ରେ ଢୋଲମରା

ନୂଆଗାଁ: ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଅନୁଷ୍ଠିତ ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ରେ ଢୋଲମରା କ୍ରିକେଟ୍ ଟିମ୍ ବିଜୟୀ ହୋଇ ଫାଇନାଲ ପ୍ରବେଶ କରିଛି।ପ୍ରଥମେ ଟସ୍ ଜିତି ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ୧୫ ଓଭରରେ ୧୦ ଉଇକେଟ୍ ହରାଇ ୪୯ ରନ କରିଥିବା ବେଳେ ଜବାବରେ ଢୋଲମରା କ୍ରିକେଟ୍ ଟିମ୍ ୯ ଓଭରରେ ୫ ଉଇକେଟ୍ ହରାଇ […]

ପରାଜୟ ପରେ ରୋହିତ ଶର୍ମା ଅବସର ନେବେ କି ?

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ଟେଷ୍ଟରେ ବିଫଳତା ଦେଖୁଛି। କ୍ୟାପ୍ଟେନ୍ସିରେ ତାଙ୍କର ଆଉ ସେହି ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ୍ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ବି ଫେଲ୍ । ଫଳରେ ତାଙ୍କର […]

ହରଭଜନଙ୍କ ସହିତ କାହିଁକି କଥା ହୁଅନ୍ତିନି ଧୋନି?

ଭାରତୀୟ କ୍ରିକେଟରେ ଏକଦା ମ୍ୟାଚ ଜିତିଥିବା ଯୋଡି ହରଭଜନ ସିଂ ଏବଂ ଏମଏସ ଧୋନି ଅଲଗା ହୋଇଯାଇଛନ୍ତି। ଉଭୟେ ୨୦୦୭ ରେ (ଟି -୨୦ ବିଶ୍ୱକପ) ଏବଂ ୨୦୧୧ (ODI ବିଶ୍ୱକପ) ରେ ଦେଶ ପାଇଁ ବିଶ୍ୱକପ ଜିତିଛନ୍ତି । ପୂର୍ବତନ ଭାରତୀୟ ସ୍ପିନର ତାଙ୍କ ସହ ଧୋନିଙ୍କ ମଧ୍ୟରେ ଥିବା ମତଭେଦ ବିଷୟରେ ବର୍ଣ୍ଣନା କରିନାହାଁନ୍ତି, କିନ୍ତୁ ତାଙ୍କର ଶେଷ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଉଭୟଙ୍କ ମଧ୍ୟରେ କିଛି ଘଟିଛି। ୨ ଏପ୍ରିଲ […]

କଟକ- ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ସମୟରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ନଜର ଆସିବ।

ଭାରତୀୟ କ୍ରିକେଟ୍ ଦଳ ପାଇଁ ଲଞ୍ଚ୍ ହୋଇଛି ନୂଆ ଜର୍ସି। ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବିସିସିଆଇ ସଚିବ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଉନ୍ମୋଚନ କରିଛନ୍ତି। ବିସିସିଆଇ ଏହାର ସୋଶିଆଲ ମିଡିଆରେ ଏହି ସମୟର ଭିଡିଓ ଶେୟାର କରିଛି । ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ ଏହି ଜର୍ସି ପ୍ରସ୍ତୁତ ହୋଇଛି। […]