ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ୨୯୨ ରନ୍ରେ ଅଲ୍ ଆଉଟ୍ ହୋଇଛି ଇଂଲଣ୍ଡ। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧ରେ ସମାନ କରିଛି। ଭାରତ ପାଇଁ ଜସପ୍ରୀତ ବୁମରା ଏବଂ ଆର ଅଶ୍ୱିନ ସର୍ବାଧିକ ୩-୩ ୱିକେଟ ନେଇଥିଲେ। ଯେଉଁଠାରେ ମୁକେଶ […]
ରେକର୍ଡ କଲେ ଯଶସ୍ୱୀ ଜୟସ୍ବାଲ। ଟେଷ୍ଟ କ୍ରିକେଟରେ ପ୍ରଥମ ଡବଲ୍ ଶତକ କରିଛନ୍ତି ଜୟସ୍ବାଲ।ସେ ଏକୁଟିଆ ଇଂଲଣ୍ଡର ପ୍ରତ୍ୟେକ ବୋଲରଙ୍କୁ ସାମନା କରି ଦ୍ୱିଶତକ ହାସଲ କରିଥିଲେ । ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୨୨ ବର୍ଷୀୟ ଜୟସ୍ବାଲ ହେଉଛନ୍ତି ତୃତୀୟ କନିଷ୍ଠ ଭାରତୀୟ। ତେବେ ଦ୍ଵିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି। ଯଶସ୍ଵୀ ଜୟସ୍ଵାଲଙ୍କ ଦମଦାର ଦ୍ଵିଶତକ ପରେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଦ୍ଵିତୀୟ ଦିନର ଖେଳ ଭାରତ ନାଁରେ ରହିଛି। […]
ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ଯାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ଯାଚ ଜିତି ୧-୦ ରେ ଆଗୁଆ ରହିଛି ।ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍ […]
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି | ବଜେଟ ଅଭିଭାଷଣରେ ସୀତାରମଣ ଭାରତର ଯୁବ ଚେସ ଖେଳାଳୀ ଆର୍ ପ୍ରଜ୍ଞାନାନନ୍ଦଙ୍କ ପ୍ରଶଂସା କରିଛନ୍ତି।ବଜେଟ୍ ଅଭିଭାଷଣବେଳେ ନିର୍ମଳା ଚେସ୍ ଉଫରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୮୦ଟି ଚେସ ଗ୍ରାଣ୍ଡମାଷ୍ଟର ଥିବାବେଳେ ୨୦୧୦ରେ ମାତ୍ର ୨୦ଜଣ ଥିଲେ । ଗତ ବର୍ଷ ଏସିଆନ […]
ଏସୀୟ କ୍ରିକେଟ୍ ପରିଷଦର ବାର୍ଷି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହ ପୁଣି ଥରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ହୋଇଛନ୍ତି। ଏହାକୁ ମିଶାଇ ଶାହ ଲଗାତାର ତୃତୀୟ ଥର ଏସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏହା ଉପରେ ମୋହର ଲଗାଯାଇଛି।ଜୟ ଶାହଙ୍କ କାର୍ଯ୍ୟକାଳ ବଢାଇବା ପ୍ରସ୍ତାବ ଶ୍ରୀଲଙ୍କା କ୍ରିକେଟ୍ର ଅଧ୍ୟକ୍ଷ ଶାମ୍ମି ସିଲଭା ରଖିଥିଲେ। ଏହା ପୂର୍ବରୁ ମଧ୍ୟ ଶାମ୍ମି ଜୟ ଶାହଙ୍କ ନାମକୁ […]
ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କଠାରୁ ତଲାକ୍ ନେଇ ସେ ତୃତୀୟ ଥର ବିବାହ କରିବା ପରେ ଲାଇମଲାଇଟକୁ ଆସିଥିଲେ। ଏହି ଷ୍ଟାର ଦମ୍ପତ୍ତିଙ୍କ ବିଚ୍ଛେଦ ହେବା ପରେ କୁହାଯାଉଛି କି, ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଦେବେ ସୋଏବ । ସୋଏବ ତୃତୀୟ ବିବାହ କରିଥିବାବେଳେ ପ୍ରଥମ ପତ୍ନୀଙ୍କୁ ୧୫ କୋଟି ଟଙ୍କାର ଭରଣ ପୋଷଣ […]
ଭାରତରର ଷ୍ଟାର ବକ୍ସର ମେରି କମ୍ ଏବେ ସନ୍ୟାସ ନେଇଛନ୍ତି । ମେରି କୋମଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛି। ତାଙ୍କର ସନ୍ୟାସର କାରଣ ହେଉଛି ବୟସ । ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦେଇଥାଏ। ମେରିଙ୍କୁ ବର୍ତମାନ ୪୧ ବର୍ଷ ହୋଇଥିବାରୁ ସେ ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିପାରିବେ […]
ରାୟଗଡ:-ତା.୯/୦୧-ରାୟଗଡ଼ା ପୌରପରିଷଡ଼ ଅଧୀନରେ ଗତ ୬ ତାରିଖରୁ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଆରମ୍ଭ ହୋଇ ୪ଦିନ ଚାଲିବା ପରେ ଆଜି ଉଜାପାନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର, ଛାତ୍ରୀ,ଯୁବକ ଯୁବତୀ ବର୍ଗର କବାଡି ,ଭଳିବଲ,ଖକ,କ୍ରିକେଟ ଭଳି ଅନେକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଦଳ ମାନଙ୍କୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ୪ […]
ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ୧୪ ମାସ ପରେ ଟି-୨୦ ଅନ୍ତର୍ଜାତୀୟ ଦଳକୁ ଫେରିଛନ୍ତି। ରୋହିତ ପୁଣି ଥରେ ଟି-୨୦ ଦଳର ନେତୃତ୍ଵ ସମ୍ଭାଳିବେ। ଏହି ଦୁଇ ଖେଳାଳି ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।ତେବେ ଆହତ ଜନିତ କାରଣରୁ ହାର୍ଦ୍ଦିକ […]
ଦିନେ କ୍ରିକେଟରେ ଚକ୍କା ଚଉକା ମାରୁଥିବା କ୍ରିକେଟରେ ଶେଷରେ ରାଜନୀତିରେ ହୋଇଗଲେ କ୍ଲିନ୍ ବୋଲ୍ଡ । ୯ ଦିନ ପରେ ପଲିଟିକ୍ସ ଛାଡିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ୱାତି ରାୟୁଡୁ । ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନେଇ ରାୟୁଡ଼ୁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି, ‘ମୁଁ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କିଛି ଦିନ ଯାଏ ରାଜନୀତିରୁ ଦୂରରେ ରହିବାକୁ ଚାହୁଁଛି। ଆଗାମୀ ଦିନରେ […]
ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ୧୫ କୋଟି ଟଙ୍କାର କ୍ଷତି ସହିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ। ଠକାମୀର ଶିକାର ହେବା ପରେ ଧୋନୀ ତାଙ୍କ ବନ୍ଧୁ ଓ ବିଜ୍ନେସ୍ ପାର୍ଟନର୍ ମିହିର ଦିବାକର ଓ ସୌମ୍ୟ ବିଶ୍ୱାସଙ୍କ ବିରୋଧରେ ରାଞ୍ଚି କୋର୍ଟରେ ମାମଲା ଦାୟର କରିଛନ୍ତି। ଅର୍କା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜ୍ମେଣ୍ଟ ଲିମିଟେଡ୍ର ଏହି ଦୁଇ ଜଣଙ୍କ ବିରୋଧରେ ମାମଲା ହୋଇଛି।କୁହାଯାଉଛି […]
ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ମହିଳା ଟିମ୍ ଭାରତକୁ ୩-୦ରେ ହରାଇଛି । ଅଷ୍ଟ୍ରେଲିଆ ଟିମ୍ ମଙ୍ଗଳବାର ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ତୃତୀୟ ଦିନିକିଆରେ ୧୯୦ ରନ୍ରେ ବିଜୟ ହାସଲ କରିଛି ।ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇଥିଲା ।୩୩୯ ରନ୍ ଜବାବରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୪୮ […]
