ଆଦର୍ଶ ଶିକ୍ଷକଙ୍କ ଅବସର ଗ୍ରହଣ

ନୟାଗଡ଼, (ଓଡ଼ିଶା ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ଶିକ୍ଷକତା ପରି ଏକ ପବିତ୍ର ବୃତ୍ତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ସାରା ଜୀବନ ଆତ୍ମସନ୍ତୋଷ ଲାଭ କରିଥାଏ ବୋଲି ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଭୂଗୋଳ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଆଲୁମିନି କମିଟି […]

ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ):ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ନୟାଗଡ଼ ଏନଏସି ହାଇସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରଥମେ ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଅଭିଭାବକମାନଙ୍କୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ “ଆସ ସ୍କୁଲ ଯିବା” ଅଭିଯାନ,ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ […]

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ଓଡ଼ିଶା ଦର୍ପଣ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି  ଭବନ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ,ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା […]

ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିରନ୍ତର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ” ନୂଆ ସ୍ୱର ନିଆରା କଥା” ପରି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବାମୁଳକ କାର୍ଯ୍ୟ କରିଆସୁଥିବା ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଉତ୍କଳ ସମ୍ମିଳନୀ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ […]

ଶିକ୍ଷକଙ୍କ ଏକାଦଶାହରେ ବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ହାଡିବନ୍ଧୁ ବେହେରା(ଟୁକୁ ସାର) ଗତ ୧୫ ତାରିଖରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଆଜି ତାଙ୍କର ଏକାଦଶାହ ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଉଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶଙ୍କ ଅଧ୍ୟକ୍ଷତା ତଥା  ଶିକ୍ଷକ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି […]

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଲେଜଲେନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

ନୟାଗଡ଼,(ଓଡ଼ିଶା ଦର୍ପଣ):  ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ଵନକ୍ଷତ୍ର ଦିବସ ଉତ୍ସବରେ ନୟାଗଡ଼ କଲେଜଲେନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଆଲିସା ପ୍ରିୟଦର୍ଶିନୀ ସାହୁ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।ଭୁବନେଶ୍ୱର ଠାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ତାର ୬୮ତମ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷ୍ୟେ ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ  ବିଦ୍ୟାଳୟସ୍ତରରୁ ଆରମ୍ଭ କରି କ୍ଲଷ୍ଟର, ମଣ୍ଡଳ […]

ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୌମ୍ୟାଶ୍ରୀଙ୍କ ଏକାଦଶାହ ରେ ନିରବ ପାର୍ଥନା ଓ ଦୀପଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟରେ ବିଜେପି ଦଳ କ୍ଷମତାସୀନ ହେବାପରେ ନାରୀ ଦୁଷ୍କର୍ମ, ବାଳିକା ଅପହରଣ ଓ ଅତ୍ୟାଚାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ଏହି ଧାରା ଏବେବି ଜାରି ରହିଛି । କଂଗ୍ରେସ ଦଳ ସର୍ବଦା ନାରୀନ୍ୟାୟ ପାଇଁ ତା’ର ଉଦ୍ୟମ ଅବ୍ୟାହତ ରଖିଛି । ଏଥିପାଇଁ ସଂସଦରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଆସୁଅଛି । ସବୁଠାରୁ ସ୍ପର୍ଶକାତର ଏବଂ ନିନ୍ଦନୀୟ ଘଟଣା ହେଉଛି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ । ନ୍ୟାୟ ପାଇବାରେ […]

ରାସ୍ତା କଡ଼ରୁ ମାନସିକ ବିକାର ଗ୍ରସ୍ତ ମହିଳା ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାସ୍ତା କଡ଼ରୁ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ସେବା ଅନୁଷ୍ଠାନରେ ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ସଚିବ, ଅଞ୍ଜଳି ମଚ୍ଚଖଣ୍ଡ କୈାଣସି ଏକ କାର୍ଯ୍ୟରେ ନିଜ କାର୍ଯ୍ୟାଳୟ ଠାରୁ ଓଡ଼ଗାଁ ରାସ୍ତାରେ ଯାଉଥିଲେ। ଓଡ଼ଗାଁ ଛକରେ ଅବସ୍ଥିତ ଏକମଲ୍ ନିକଟ ରାସ୍ତା କଡ଼ରେ ମାନସିକ ବିକାର ଗ୍ରସ୍ତ ମହିଳା ଜଣକ […]

ୱାନ ଷ୍ଟପ୍ ସେଣ୍ଟର୍ ଥିବା ଅସହାୟ ମହିଳାଙ୍କ ଘର ବାହୁଡା଼

ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ରରେ ମହିପୁର ଅଞ୍ଚଳର ୱାନ୍ ଷ୍ଟପ ସେଣ୍ଟରରେ ଥିବା ଅସହାୟ ମହିଳାଙ୍କର ଆଜି ଘର ବାହୁଡା଼ ହୋଇଛି । ପ୍ରକାଶ ଥାଉ କି , ଆଠ ଦିନ ତଳେ ଅସହାୟ ଅବସ୍ଥାରେ ମହିଳା ଜଣଙ୍କ ରାତ୍ରି ୯ ଟା ରେ ଜଗନ୍ନାଥ ପରିସରରେ ଥିଲେ । ସଚିବଙ୍କ ନିର୍ଦ୍ଦେଶାନୁସାରେ ଅଧିକାର ମିତ୍ର ପ୍ରଫୁଲ୍ଲ ବେହେରା […]

ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ରାଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି । ପ୍ରାୟ କୋଡିଏ ଜଣ ଅବସର ପ୍ରାପ୍ତ ଶିକ୍ଷକ ଏକତ୍ରିତ ହୋଇ ଚାଳିଶରୁ ଉର୍ଦ୍ଧ୍ୱ ବଉଳ, ଅଶୋକ, ଆମ୍ବ ଓ ଗଙ୍ଗଶିଉଳି ଆଦି ଗଛ ଲଗାଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ସାଥୁଆ , ପ୍ରସନ୍ନ କୁମାର ଦାଶ, ରବି ନାରାୟଣ ପାତ୍ର, […]

‘ ସେଇ ଝିଅ ଶିବାନୀ ‘ ଉପନ୍ୟାସର ପାଠକୀୟ ଚର୍ଚ୍ଚା

ନୟାଗଡ଼,(ଓଡ଼ିଶା ଦର୍ପଣ): ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରିଦେଇ ପାରେ। କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବୋଚ୍ଛ୍ଵାସକୁ ନେଇ ପରିପୁଷ୍ଟ। ‘ସେଇ ଝିଅ ଶିବାନୀ ‘ ଉପନ୍ୟାସ ନାରୀ ସଶକ୍ତିକରଣ, ଶୋଷଣବାଦୀ ସମାଜ ବ୍ୟବସ୍ଥାର ବିଭତ୍ସ ‌ବିରୂପ, ସମ୍ବେଦନଶୀଳ ନାରୀ ମନର କଥା ଓ ଗାଥା, ତତ୍ ସହିତ କାଳକ୍ରମେ ହଜି ଯାଉଥିବା ଶବ୍ଦ ମାନଙ୍କୁ ପ୍ରୟୋଗ କରି ପାଠକୀୟ […]

ହଜାରି ବରାଡ ମରି ବି ଅମର

ନୟାଗଡ଼,(ଓଡ଼ିଶା ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ! ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ […]