ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ  ପ୍ରାୟୋଜିତ  ବାଳିକାମାନଙ୍କ  ଆତ୍ମରକ୍ଷା  କୌଶଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ଭାଷଣ ଦେଇ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଉପସ୍ଥିତ ହୋଇ ଛାତ୍ରୀମାନଙ୍କୁ ପ୍ରମାଣପତ୍ର […]

ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ସାକ୍ଷାତ କଲା ନୟାଗଡ଼ ନାଗରିକ ମଞ୍ଚ

ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦେଲେ ନିର୍ଭର ପ୍ରତିଶୃତି ନୟାଗଡ଼,(ଓଡ଼ିଶା ଦର୍ପଣ): ଆଜି ପୂର୍ବାହ୍ନରେ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଠାରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି ନୟାଗଡ଼ ନାଗରିକ ମଞ୍ଚ। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଂକୱାଲ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ  ଭୁବନେଶ୍ୱରରୁ ଦଶପଲ୍ଲା ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆଜି ସକାଳ ୯ ଟାରେ […]

୩୨ତମ ବିଷୁବ ମିଳନ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ  ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ   ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ  ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ମନୋଜ […]

ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସେଚ୍ଛାସେବୀ ଅମିତା ପ୍ରଧାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସାହିର ସ୍ଵଚ୍ଛାସେବୀ ଅମିତା ପ୍ରଧାନ ସମ୍ବାଦ ଏବଂ ସମ୍ବାଦ ଡିଜିଟାଲ ତରଫରୁ ମହିଳାଙ୍କୁ ନେଇ ‘ସି ହିରୋଜ୍’ ସର୍ବେକ୍ଷଣରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ହିସାବରେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଓଡ଼ିଶାର ୩୦ଗୋଟି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁନେଇ ଏକ ସର୍ଭେକ୍ଷଣ ହୋଇଥିଲା । ସେଥ‌ିରେ ଆମ ଗୟାଗଡ଼ ଜିଲ୍ଲାରୁ ଅମିତା ପ୍ରଧାନ ମନୋନୀତହୋଇଥିଲେ […]

ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୪୧ତମ ଜୟନ୍ତୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା […]

ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରର ଭାୟାବହତା ପ୍ରତି ସଚେତନତା

ନୟାଗଡ଼, (ଓଡ଼ିଶା ଦର୍ପଣ):ଦିନକୁ ଦିନ ପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ଯର ବ୍ୟବହାର ଏ ମଣିଷ ଏତେ ମାତ୍ରାରେ ବୃଦ୍ଧି କରି ଚାଲିଛି ଯେ ନିଜର ଓ ନିଜର ପରବର୍ତ୍ତୀ ପିଢ଼ିର କ୍ଷତିର ଭୟାବହତା ନିଜେ ଜାଣି ମଧ୍ୟ ଭୁଲ ପରେ ଭୁଲ କରିଚାଲିଛି। ଏ ପଲିଥିନ ଓ ପ୍ଲାଷ୍ଟିକ କ୍ୟାନ୍ସର ରୋଗ ବୃଦ୍ଧି ସହିତ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି ସେଥିପ୍ରତି ତିଳେ ମାତ୍ର ମନୁଷ୍ୟ ଦୃଷ୍ଟି ନିକ୍ଷେପ କରିପାରୁନାହିଁ। ଖାଲି ସେତିକି ନୁହେଁ […]

ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାକୁ ବିରୋଧ, ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାକୁ ବିରୋଧ କରି ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ଶିକ୍ଷମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ  ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା),ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଶିକ୍ଷକ ମାନେ ଜିଲ୍ଲା […]

ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ସେମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଅନୁରୂପ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରକାଶଥାଉ କି କେନ୍ଦ୍ରାପଡ଼ା ବ୍ଲକ  ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ, ଟାଙ୍ଗୀ ବ୍ଲକ ଶିକ୍ଷାଧିକାରିଣୀ  ବନଲତା ବେହେରା ଏବଂ ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରିଣୀ ସନ୍ଧ୍ୟାରାଣୀ ରାଉତ […]

ଓଡଗାଁରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ନୟାଗଡ଼,(ଓଡ଼ିଶା ଦର୍ପଣ):ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବାର ଦଫା ଦାବି ନେଇ ଓଡଗାଁ ବ୍ଲକର ଶତାଧିକ ବିଦ୍ୟାଳୟ ପାଚିକା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଡାକରାରେ ୧୧ଏପ୍ରିଲରେ ଏକ ଶୋଭାଯାତ୍ରାରେ ବାହାରି ସି.ଆଇ.ଟି.ୟୁ.ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ୟୁନିଅନର ସଦସ୍ୟା ମାନେ ଓଡଗାଁ ବଜାର ପରିକ୍ରମା କରି ଶ୍ରମିକ ନେତା ଗୋଲକବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବି.ଇ.ଓ.ଅଫିସ୍ ସମ୍ମୁଖରେ ସଭା କରି ସରକାରୀ କର୍ମଚାରୀର […]

ଜିଲ୍ଲା ଆଇସେବା ପ୍ରାଧିକରଣ ତରଫରୁ ତାଲିମ୍ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଚଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ନୟାଗଡ଼ର ଅନ୍ତେବାସୀଙ୍କ ମଧ୍ୟରୁ ନବନିଯୁକ୍ତ ପାରାଲିଗାଲ ଭଲେଣ୍ଟିଅର ଦୁଇଜଣଙ୍କୁ ନେଇ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଆଇନ୍ ସଚେତନତା କର୍ମୀ (ଅଧିକାର ମିତ୍ର) ପ୍ରଫୁଲ୍ଲ କୁମାର ବେହେରା ତାଲିମ୍ ପ୍ରଦାନ କଲାବେଳେ କହିଥିଲେ ପାରାଲିଗାଲ ଭଲେଣ୍ଟିଅର କାହାକୁ କହନ୍ତି, ଏମାନଙ୍କର ଭୁମିକା ଓ କର୍ତ୍ତବ୍ୟ କ’ଣ, ଏମାନେ କିପରି ସମାଜର ଅବହେଳିତ ଜନସାଧାରଣ ଏବଂ ଆଇନ୍ ସେବା ପ୍ରାଧିକରଣ ସହିତ […]

ଅନଲାଇନ ଉପସ୍ଥାନକୁ ଜିଲ୍ଲା ମିଳିତ ଶିକ୍ଷକ ସଂଘର ବିରୋଧ

ନୟାଗଡ଼,(ଓଡ଼ିଶା ଦର୍ପଣ): ଏପ୍ରିଲ ୧୦ ତାରିଖରୁ ସମଗ୍ର ରାଜ୍ୟରେ ସରକାରଙ୍କ ପକ୍ଷରୁ ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ମିଳିତ ବୈଠକ ଜିଲ୍ଲା ପ୍ରାଥମିକ […]

ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସର ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତଭଣ୍ଡାର ଠାରେ ଜିଲ୍ଲା ରେଡକ୍ରସ, ରେଡକ୍ରସ ଭଲ୍ୟୁଣ୍ଟିୟରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ରକ୍ତ ଦାନ ଦିବସ ‘ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଦିବସ ଅଭିଯାନରେ ଉପସ୍ଥିତ ରହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ,ଏ ଡିଏମ ଡ଼ ଅଜୟ କୁମାର […]

Odisha Darpan Digital