ନୟାଗଡ଼,(ଓଡ଼ିଶା ଦର୍ପଣ): ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ପୂର୍ବବର୍ଷମାନଙ୍କ ପରି ‘ଘାରୁଛି କାଳିଆ ନିଶା’ ସଂଗୀତ ଅନୁଷ୍ଠାନ ତରଫରୁ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମ ମା’ ଦକ୍ଷିଣ କାଳୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି।ଏଥିରେ ଉଦଘାଟକ ରୂପେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ସଂଗୀତ ଗୁରୁ ପ୍ରଭାତ କୁମାର ଦାସ,କଣ୍ଠ ଶିଳ୍ପୀ ଜଗଦୀଶ ପ୍ରସାଦ ରଥ,ଆଶୁତୋଷ ମିଶ୍ର,ଲକ୍ଷ୍ମଣ କୁମାର ଖଟେଇ,ବିଷ୍ନୁପ୍ରିୟା ବେହେରା, ସୁଚିସ୍ମିତା ଦୋରା,ମାଧବ ଚନ୍ଦ୍ର ଡାକୁଆ,ଶ୍ଵେତପଦ୍ମା ସ୍ୱାଇଁ,ଚିନ୍ମୟ ବେହେରା,ପ୍ରତାପ ଆଚାର୍ଯ୍ୟ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ରଣଜିତ ରଥ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ସାହୁ ଏବଂ କୋଷାଧକ୍ଷ ଭାବେ ସୁରେନ୍ଦ୍ର କୁମାର ଶତପଥୀ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଦୁର୍ଗାମାଧବ ଦୋରା, ସାହ ସମ୍ପାଦକ ଭାବେ ଦୁଇଜଣ ତପନ କୁମାର ସେଠୀ ଏବଂ ଆଶିଷ କୁମାର ସାମଲ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିକୁ ଜୀବନଜ୍ୟୋତି ସେଠୀ,ବଳଭଦ୍ର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧୁକରଣଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତବର୍ଷ ୨୦୨୫ର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭୧ଟିରୁ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୩୦,୦୦୦/- ଟଙ୍କା ପ୍ରଦାନ କରିବାପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସେହିପରି ୬୬ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା। ଏନ୍.ଆଇ. ଆକ୍ଟ କେସ୍ ୬୧ଟିରୁ ୮ଟି ଫଇସଲା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱର ଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ଜଣେ ଶିକ୍ଷକ ଏବଂ ୩ ଜଣ ଶିକ୍ଷୟିତ୍ରୀ ପ୍ରାଣ ହରାଇଥିଲେ […]
ନୟାଗଡ଼,(ଓଡ଼ିଶା ଦର୍ପଣ)ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ପୌରୋହିତ୍ୟରେ ଜିଲ୍ଲା କୋର୍ଟ ପରିସରରେ ଶତାଧିକ ଗ୍ରାମୀଣ ଆଇନ ସଚେତନତା କର୍ମୀ, ସିଆରପି, ୱାନ୍ଷ୍ଟପ୍ ସେଣ୍ଟରର କର୍ମୀ ଏବଂ କୋର୍ଟ କର୍ମଚାରୀମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ସକାଳ ୯ଟା ସମୟରେ ନୟାଗଡ଼ ପୁରୁଣା କୋର୍ଟ ପରିସରରୁ ଏକ ଶୋଭଯାତ୍ରା ବାହାରି ଆନ୍ତର୍ଜାତୀୟ ମହିଳା ଦିବସର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂତନ ଜିଲ୍ଲା କୋର୍ଟକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଗତ ଛଅଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ହାସ୍ୟରସାତ୍ମକ ନାଟକ ‘ସୋମରସ’। ଆଜିକାଲି ଦୁନିଆରେ ସବୁକିଛି ପରିବର୍ତ୍ତନ ହେଇଛି । ମଣିଷର ଚାଲିଚଳନ, ଆଚାର ବ୍ୟବହାର, ସଂପର୍କ ସବୁକିଛି । ନିଜ ହାତରେ ନିଜେ ୨୨ ହାତେ । ଯେକୌଣସି କାମ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଖୋସାମତି କରିବାକୁ ପଡ଼ୁଛି । ଶୁଭ କାମ ହେଉ କିମ୍ବା ବିପଦବେଳେ,ବିନା ସୋମରସ ବା ବିନା ମଦରେ କିଛି ବି କାମ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ବର୍ଷ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ନୟାଗଡ଼ ଜିଲ୍ଲାରେ ଆଜି ସୁରୁଖୁରୁରେ ଶେଷ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ୭୫ଟି କେନ୍ଦ୍ରରେ ୧୧୪୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ସବୁ କେନ୍ଦ୍ର ଗୁଡ଼ିକରେ ୭୫ ଜଣ ନିରୀକ୍ଷକ ନିଯୁକ୍ତି ହୋଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୨ଟି ଫ୍ଲାଇଙ୍ଗ ସ୍କ୍ୱାଡ଼ ଏବଂ ବୋର୍ଡ଼ ଦ୍ୱାରା ୪ଟି ଫ୍ଲାଇଙ୍ଗ ସ୍କ୍ୱାଡ଼ ଜିଲ୍ଲାରେ ଚାଲିଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକ ତଦାରଖ କରିଥିଲେ। […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟସ୍ତରୀୟ ନାଟ୍ୟମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସ୍ବସ୍ତି ଝଙ୍କାର, ରାଉରକେଲା ପ୍ରଯୋଜିତ ନାଟକ ‘ବିଶ୍ୱାସର ଆତ୍ମଲିପି’ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍ଣ-କ୍ଷତାକ୍ତ । ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ମଧ୍ୟରେ କିପରି ସନ୍ଦେହ ଦୁଇଟି ଆତ୍ମାକୁ କ୍ଷତ ବିକ୍ଷତ କରେ ତାହାର ଏକ ସୁନ୍ଦର ପ୍ରତିଫଳନକୁ ନିଖୁଣ ଅଭିନୟ ମାଧ୍ୟମରେ ପରିପ୍ରକାଶ କରିଥିଲେ କଳାକାର ମାନେ।ସନ୍ଦେହ’ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟାମହୀୟସୀ । […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସମ୍ପୂର୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଦୁଇଦିନ ଧରି ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ପ୍ରଥମ ଦିନରେ ନୟାଗଡ଼,ଖଣ୍ଡପଡ଼ା, ଭାପୁର ବ୍ଲକ୍ର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାରପତ୍ର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା ୮ ତାରିଖ ଶନିବାର ଦିନ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି।ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରି ଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳସାମାଜିକ ସମାଲୋଚନାରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପ୍ରତାପ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିସ୍ଫୁଟନ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବାଦ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି […]