ଦେବୀପ୍ରସାଦ ହେଲେ ଭଏସ ଅଫ ନୟାଗଡ଼ ବିଜେତା

ନୟାଗଡ,(ଲକ୍ଷ୍ମୀଧର ସାହୁ): ନୟାଗଡର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ନୟାଗଡ଼ କ୍ଳବ ତରଫରୁ ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ଚତୁର୍ଥ ସିଜିନର ଫାଇନାଲ୍ ପ୍ରତିଯୋଗିତା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗତ ଏକମାସ ଧରି ନୟାଗଡ଼ର ବିଭିନ୍ନ ବ୍ଲକ ମଧ୍ୟରେ ସଂଗୀତ ପ୍ରତିଯୋଗିତା କରାଯାଇଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟକୁ ଚୟନ କରାଯାଇଥିଲା। ଚୂଡ଼ାନ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ନୟାଗଡର ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା […]

ନୟାଗଡ଼ରେ ମାର୍ଚ୍ଚ ୧ରୁ ୭ ଯାଏଁ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା’ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତିକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ […]

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ପାଳିତ

ନୟାଗଡ଼,( ଲକ୍ଷ୍ମୀଧର ସାହୁ) :ସଦାନନ୍ଦ ସାହିତ୍ୟ ପରିଷଦ ଶରଣକୁଳ ପକ୍ଷରୁ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ଭିକାରୀପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ରବିବାର ପାଳିତ ହୋଇଯାଇଛି।ଏହି ଅବସରରେ ଏକ ଜିଲ୍ଲା ସ୍ତରୀୟ କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି […]

କବିସୂର୍ଯ୍ୟ ସଦାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମଜସେବୀ ପ୍ରମୋଦ ପଟ୍ଟନାୟକ, […]

ଓଡ଼ଗାଁ କଲେଜରେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଚକ୍ର

ଓଡ଼ଗାଁ, ୨୪|୦୧ (ନି. ପ୍ର):ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସାମ୍ପ୍ରତିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତାକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିରୂପେ କୈଳାସ ଗାଣ୍ଡ ଓ ମୁଖ୍ୟବକ୍ତାରୂପେ ଗୋଦାବରୀଶ ମିଶ୍ର ଯୋଗ ଦେଇ ଆଧୁନିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତା,କାର୍ଯ୍ୟକାରିତା ଓ ବାସ୍ତବତା ସମ୍ପର୍କରେ ଆଲୋକପାତ କରିଥିଲେ।ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ […]

ଜାତୀୟ ଟାଏକୋଣ୍ଡୋରେ ନୟାଗଡକୁ ପୂମସି ଇଭେଣ୍ଟରେ ଗୋଟିଏ ସ୍ଵର୍ଣ ଓ ଗୋଟିଏ ରୌପ୍ୟ ପଦକ

ଚଳିତ ମାସ ଜାନୁଆରୀ 19 ରୁ 21 ତାରିଖରେ ରାଜସ୍ତାନ ରାଜ୍ୟର ସବାଇ ମାଧପୁର ଠାରେ 40ତମ ଜୁନିଅର ଓ 39ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ଓ 13ତମ ଜୁନିଅର ଓ 12ତମ ସିନିଅର ପୂମସି ପ୍ରତିଯୋଗିତା ହୋଇଯାଇଛି.ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା.ନୟାଗଡ ଜିଲ୍ଲାରୁ ଜଣେ ପ୍ରତିଯୋଗୀ ଏମ. ରିତିକ ରଞ୍ଜନ ମହାପାତ୍ର ଓଡିଶା ଟିମରେ ସ୍ଥାନ ପାଇଁ ଜାତୀୟ ପ୍ରତିଯୋଗିତାରେ […]

ନରସିଂହପୁରରେ ଯୁବ ସଂକଳ୍ପ ସମ୍ମିଳନୀ:ନେତାଜୀ ଜୟନ୍ତୀରୁ ବିଜୁ ଜୟନ୍ତୀ ଯାଏ ଅଭିଯାନ।

ଆଜି ନରସିଂହପୁର ର ୧୬ନମ୍ବର ଜୋନ ର ସରଧାପୁର ଠାରେ ନରସିଂହପୁର ବିଜୁଛାତ୍ର ଦଳ ଆହ୍ବାନରେ ନେତାଜୀ ସୁବାଷ ଜୟନ୍ତୀ ଓ ବିର୍ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସର ରେ ଯୁବ ଅଭିଯାନ ର ଆରମ୍ଭ କରାଯାଇଛି। ଏହି ଉପଲକ୍ଷେ ୮ଟି ପଞ୍ଚାୟତର ଆଗୁଆ ଯୁବ ସାଥୀ ମାନଙ୍କୁ ନେଇ କରାଯାଇଥିବା ସମ୍ମିଳନୀ ରେ ନେତାଜୀ ସୁବାଷ ବୋଷ, ବିର ସୁରେନ୍ଦ୍ର ସାଏ, ଅଗଷ୍ଟ ବିପ୍ଳବ ଯୋଦ୍ଧା ବିଜୁ ପଟ୍ଟନାୟକ ତଥା ସ୍ଵାଧୀନତା ସଂଗ୍ରାମ ର ପୂର୍ଣ୍ଣ […]

୨୩ରେ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ

ନୟାଗଡ଼,୨୨/୧: ୨୩ ତାରିଖରେ ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟ ନୟାଗଡ଼ ସାଗର ପୋଖରୀ କୂଳ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ମୋଟ ୩୩ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟର ଅନ୍ତିମ ପ୍ରତିଯୋଗିତା ରଣପୁର ବ୍ଲକରେ ଅନୁଷ୍ଠିତ ହୋଇଥିଲା। ରଣପୁର ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୭ ଜଣ ପ୍ରତିଯୋଗୀ ସେମିଫାଇନାଲ […]

ଇଟାମାଟି ପଞ୍ଚାୟତରେ ବିଜେପି ଛାଡି ବିଜେଡିରେ ଯୋଗଦେଲେ ୩୦ପରିବାର

ନୟାଗଡ଼: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି। ଆଜି ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ଏବଂ ନୟାଗଡ଼ ବିଧାୟକ […]

ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ,ଓଡ଼ଗାଁରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ।

ଓଡ଼ଗାଁ କଲେଜ ରୋଡରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ,ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଓଡ଼ଗାଁ କ୍ଲଷ୍ଟର ର ସି ଆର ସି ସି ନରେଶ ପାଣିଗ୍ରାହୀ , ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା […]

ନୂତନ ରୂପରେ ନୟାଗଡ଼ ଜିଲ୍ଲାର ଅତ୍ୟାଧୁନିକ ରଙ୍ଗମଞ୍ଚ ପଠାଣି ସାମନ୍ତ ସଂସ୍କୃତି ଭବନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ନୟାଗଡ଼ବାସୀଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥିବା ପଠାଣି ସାମନ୍ତ ସଂସ୍କୃତି ଭବନ (ଅଡିଟୋରିଅମ) ଏବେ ନୂତନ ରୂପରେଖ ପାଇବାକୁ ଯାଉଛି। ନୟାଗଡ଼ ବିକାଶର ଅନ୍ୟତମ ସ୍ମାରକୀ ଭାବେ ଠିଆ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ଅଡିଟୋରିଆମ। ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିଜସ୍ଵ ଉଦ୍ୟମ, ଆନ୍ତରିକ ପ୍ରଚେଷ୍ଟା ଏବଂ ନିଷ୍ଠା ବଳରେ ଏହା ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହେଉଥିବା ବେଳେ ମଞ୍ଚ ନାଟକ ପାଇଁ […]

ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ମଞ୍ଚସ୍ଥ ହେବ ନାଟକ ‘ପତିତପାବନ ବନା ଆଉ କେତେ ବେଳକୁ’

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ନାଟକ ‘ପତିତପାବନ ବନା ଆଉ କେତେ ବେଳକୁ’ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ଏହି ନାଟକକୁ ପରିବେଷଣ କରିବେ ନୟାଗଡ଼ର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ଚମତ୍କାର’ର କଳାକାର ମାନେ । ନାଟ୍ୟକାର ଗଦାଧର […]