ଓଟିଇଟିକୁ ଶିକ୍ଷକ ସଂଘର ବିରୋଧ

ନୟାଗଡ଼,( ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ଓଟିଇଟି ନିୟମକୁ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ ଅନୁଯାୟୀ ପଦୋନ୍ନତି ବେଳେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ଶିକ୍ଷକ ମାରଣ ନୀତି ଛଡା ଅନ୍ୟ କିଛି ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ୨୦୦୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଏଭଳି ନିୟମ ନିଯୁକ୍ତି ବିଜ୍ଞାପନରେ ନଥିବା ବେଳେ ନୂଆ ନିର୍ଦ୍ଦେଶନାମା ଦେଇଛନ୍ତି ସରକାର। ଯଦି […]

ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଦୁଇଜଣ ଶିକ୍ଷକ ଆଜି ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ  ଏକ ଗର୍ଭବତୀ କୁଟୁରାକୁ  ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ  ପ୍ରତାପ କୁମାର ପରିଡ଼ା ସ୍ଥାନୀୟ ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସେଠାରେ ଥିବା ଜଳାଶୟ ମଧ୍ୟରେ ଏକ କୁଟୁରା ପଡିଯାଇଥିବା ଦେଖିବାକୁ ପାଇଥିଲେ। ଶିକ୍ଷକ […]

ନୟାଗଡ଼ରେ ଶ୍ରମିକ ବିକ୍ଷୋଭ

ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ନୟାଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶହଶହ ଶ୍ରମଜୀବୀ ପଟୁଆର ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଏହି ବିକ୍ଷୋଭରେ ଉଦବୋଧନ ଦେଇ ସିଆଇଟିୟୁ ନେତା ସୁରେଶ ଚନ୍ଦ୍ର ସ୍ବାଇଁ, ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ […]

ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ୧୨ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରି ଚେସ ଖେଳ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ […]

ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନ ପକ୍ଷରୁ ଆଜି ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୂର୍ଗା ପ୍ରସାଦ ମନ୍ଦିର ଠାରୁ ନୟାଗଡ଼ ପୁରୁଣା ସହର୍ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଅନୁଷ୍ଠିତ ଏକ ବାଇକ ରାଲିକୁ ସକାଳ ୮ଟାରେ ଉଦଘାଟନ କରିଥିଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଅପରେସନ ସିନ୍ଦୁରର ସଫଳତା ଓ ଵୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ଅବସରରେ ଏହି ବାଇକ ରାଲି ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ପରିଷଦ ଅଧ୍ୟକ୍ଷ […]

ଡହଡହ ଖରାରେ ରାସ୍ତାକଡ଼ରୁ ବୃଦ୍ଧା ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ) : ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶଙ୍କରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ନୟାଗଡ଼ ଖେଳପଡ଼ିଆର ମୁଖ୍ୟ ପ୍ରବେଶ ପଥର ପାଚେରୀ କଡ଼ରୁ ହରିପୁର ଗ୍ରାମର ବୃଦ୍ଧା ନୟନୀ ମହାରଣା(୬୨)ଙ୍କୁ ଉଦ୍ଧାର କରି ତ୍ରିନାଥ ଛକଠାରେ ଅବସ୍ଥିତ ଆଶ୍ରୟସ୍ଥଳିରେ ଆଶ୍ରସ୍ଥଳର ମ୍ୟାନେଜର ବର୍ଷାରାଣି ନେପାକ୍‌ଙ୍କ ହେପାଜତରେ ଛାଡିଛନ୍ତି। ପ୍ରକାଶଥାଉ କି କୌଣସି ସୂତ୍ରରୁ ଖବରପାଇ ସଚିବ, ଅଞ୍ଜଳି ମଛଖଣ୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ […]

ସ୍ବର୍ଗତ ଭବାନୀ ଦାଶଙ୍କ ଦ୍ଵାଦଶାହରେ ଶ୍ରଦ୍ଧା ନିବେଦନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ରାଜନୀତିର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ବରିଷ୍ଠ ସାମ୍ବାଦିକ,ସ୍ପଷ୍ଟବାଦୀ,ନିର୍ଭୀକ, କ୍ରାନ୍ତିକାରୀ ବ୍ୟକ୍ତିତ୍ଵ  ତଥା ନୟାଗଡ଼ ଏନଏସିର ତତ୍କାଳୀନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ଦ୍ଵାଦଶାହରେ ତାଙ୍କ ପୁରୁଣା ସହରସ୍ଥିତ ବାସଭବନ ଠାରେ ଏକ ଶ୍ରଦ୍ଧା ନିବେଦନ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଦାଶଙ୍କ ବଡପୁଅ ନାଗଭୂଷଣ ଦାଶ ଓ ସାନପୁଅ ନୀଳକଣ୍ଠ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍ମୃତିସଭା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ,ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ […]

ରଣପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁର ପରିସରରେ  ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଯାଇଛି।ଏଥିରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସଭାପତି ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସଭାପତି ଭାବେ ବିଶ୍ୱଜିତ ମହାପାତ୍ର,ଉପ ସଭାପତି କୁଳମଣି ପ୍ରଧାନ ଏବଂ ରିତାଞ୍ଜଳି ମହାରଣା,ସମ୍ପାଦକ,ଅଶୋକ କୁମାର ବେହେରା,ସହ ସଂପାଦକ ଭାବେ କିଶୋର ଚନ୍ଦ୍ର ମିଶ୍ର […]

ନୟାଗଡରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ଵବଧାନ ରେଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୪୧୩୯ ମାମଲ। ଫଏସଲା ହୋଇଯାଇଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତ ଗୁଡିକରେ ମୋଟ ୯ ଟି ମୋଟର ଦୁର୍ଘଟଣା ଜନିତ […]

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପ୍ରସ୍ତାବିତ ବିକ୍ଷୋଭ ତଥା ଗଣଧାରଣା ସ୍ଥଗିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ  ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା,  ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ(ନଂ ୧୮୪୨୩/୧୮୪୨୪)କୁ […]

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

ଓଡ଼ଗାଁ, (ଓଡିଶା ଦର୍ପଣ): ସେବା ତଥା ଶୃଙ୍ଖଳା ର ପ୍ରତୀକ ସମଗ୍ର ବିଶ୍ୱର ବୃହତ୍ତମ ଅନୁଷ୍ଠାନ ହେଉଛି ସ୍କାଉଟ ଗାଇଡ । ଦୀର୍ଘ 3 ବର୍ଷ ଧରି ନିଜର ସେବା ଓ ଶୃଙ୍ଖଳାର ଗୋଟିଏ ପରେ ଗୋଟିଏ ବ୍ୟେଚ ଧାରଣ କରିସାରିଲା ପରେ ଶେଷରେ ଦିଅନ୍ତି ରଜ୍ୟ ପୁରସ୍କର ପରୀକ୍ଷା। ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟପାଳ ଦିଅନ୍ତି ସାର୍ଟିଫିକେଟ। ଆଜି ଥିଲା ଓଡ଼ିଶା ଭାରତ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର ଉତ୍ସବ […]

ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ରାଷ୍ଟ୍ରୀୟ ଆଇନ୍‌ସେବା ପ୍ରାଧ‌ିକରଣ ଓ ଓଡ଼ିଶା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୧୦ ତାରିଖରେଆୟୋଜିତ ହେବାପାଇଁ ଜିଲା ଦୌରାଜଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାର ସମସ୍ତ ବ୍ଲକ, ସହର, ବଜାର ଏବଂଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଅଧିକାର ମିତ୍ରମାନଙ୍କୁ ନେଇ ପ୍ରଚାରପ୍ରସାର କାର୍ଯ୍ୟକ୍ରମ […]

Odisha Darpan Digital