ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଏବିପିଏସ୍‌ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ରାୟଗଡା, ୧୬/୪: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଦ୍ୱାରା ପରିଚାଳିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ (ଏବିପିଏସ୍‌), ରାୟଗଡା, ସିବିଏସଇ ଦ୍ଵାରା ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷା ୨୦୨୬ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ତଥା ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ପ୍ରଦାନ କରିଥିବାରୁ ବିଦ୍ୟାଳୟର ଶିକ୍ଷାର୍ଥୀ ଦଶମ ପରୀକ୍ଷାରେ ଉତ୍କୃଷ୍ଟ କୃତିତ୍ୱ ଅର୍ଜନ କରିଛନ୍ତି। ଏବିପିଏସ ପକ୍ଷରୁ ଗତ ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ମୋଟ […]

ପାର୍କିଂ ସୁବିଧା ନ ଥିଲେ ବେସରକାରୀ ଗାଡ଼ି କିଣିବାକୁ ଅନୁମତି ମିଳିବନି

ନିଜ ପାଇଁ ଗାଡି କିଣୁଥିଲେ ଏହି ଖବର ଉପରେ ଧ୍ୟାନ ଦିଅନ୍ତୁ । ପାର୍କିଂ ସୁବିଧା ନ ଥିଲେ ବେସରକାରୀ ଗାଡ଼ି କିଣିବାକୁ ଅନୁମତି ମିଳିବନି । ସରକାର ସବୁ ସହରାଞ୍ଚଳ ପାଇଁ ଜାରି କରିଥିବା ଚିଠା ପାର୍କିଂ ନୀତିରେ ଏଭଳି କଡ଼ା ବ୍ୟବସ୍ଥା ରଖିଛନ୍ତି ।ଆସନ୍ତା ୨୮ ତାରିଖ ଭିତରେ ଏହି ଚିଠା ନୀତି ଉପରେ ନିଜ ଅଭିଯୋଗ ବା ପ୍ରସ୍ତାବ ଦେବାକୁ କୁହାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ […]

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁକୁ ନୂଆ ଜୀବନ ଦେଲା ସମ୍ ନବଜାତ ଶିଶୁରୋଗ ବିଭାଗ

ଜନ୍ମ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬ ସପ୍ତାହରେ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁ କନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍ ।ଶିଶୁକନ୍ୟା ଜନ୍ମ ହେବା ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭିଷଣ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ନବଜାତ ଶିଶୁରୋଗ ବିଭାଗର ଆଇସିୟୁରେ ଭର୍ତି କରାଯାଇଥିଲା ।ଶିଶୁଟିକୁ ମେକାନିକାଲ୍ ଭେନ୍‌ଟିଲେସନ୍ ଏବଂ ଆଡଭାନ୍ସ ଲାଇଫ […]

ପୁଣି ଆସନ୍ତା୨୦ତାରିଖ ଯାଏ ଚାଲିବ ଗାଡ଼ି ଯାଞ୍ଚ୍‌

ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ପୁଣି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ । ଏହି ସମୟରେ ବ୍ୟାପକ ଭାବେ ଗାଡ଼ି ଯାଞ୍ଚ୍ କରାଯିବା ସହ ବିନା ଡ୍ରାଇଭିଂ ତଥା ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି । ଏହି ମର୍ମରେ ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ […]

ଡି ଲିମିଟେସନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଅରୁଣ 

ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୩୧ ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଚିଠିରେ ରାଜନୈତିକ ପ୍ରତିନିଧିତ୍ୱ ଓ ଅର୍ଥନୈତିକ ସ୍ୱାର୍ଥ କଥା ଉଠାଇଛନ୍ତି ନବୀନ ।ସେ କହିଛନ୍ତି ଯେ ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ […]

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ 

ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡ ବଡ ବୟାନ ଦେଇଛନ୍ତି ।ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ।ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ । ସେହି ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ […]

ନବୀନଙ୍କୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ

ଲୋକସଭା ସିଟ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନଥିବା ସେ କହିଛନ୍ତି।ପରୋକ୍ଷ ଭାବେ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡନ୍ତୁ । ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ ନୁହେଁ । ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ […]

ମେ’ ପହିଲାରୁ ଭିତରକନିକା ବନ୍ଦ, ବୁଲିପାରିବେନି ପର୍ଯ୍ୟଟକ

ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ’ ପହିଲାରୁ ବନ୍ଦ ରହିବ ।ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ (୩ ମାସ) ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ପ୍ରଜନନ ପାଇଁ ଏହି କଟକଣା ଲାଗୁ କରାଯାଏ |କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ପାଇଁ […]

ସେପ୍ଟେମ୍ବରରେ ଭାରତ ଆସିବେ ଋଷ ରାଷ୍ଟ୍ରପତି

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦୋବାକୁ ଭାରତ ଆସିବେ। ଏନେଇ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବରରେ ବ୍ରିକ୍ସ ସମ୍ମିଳନୀ ଆୟୋଜନା ହେବାର ଅଛି। ବୈଶ୍ବିକ ଭୂ- ରାଜନୈତିକ ସମୀକରଣ ବଦଳିବା ଏବଂ ତିକ୍ତତା ବୃଦ୍ଧି ଭିତରେ ଭାରତ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।ଉଲ୍ଲେଖଯୋଗ୍ୟ, ବ୍ରିକ୍ସରେ ବ୍ରାଜିଲ୍, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ସଦସ୍ୟ ରାଷ୍ଟ୍ର ରହିଛନ୍ତି।

ରାଜା ସାହାଣୀଙ୍କ ସରିଲା ରିମାଣ୍ଡ,ରିମାଣ୍ଡରେ ଖୋଲିଲା ଅନେକ ଗୁମର

ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲକୁ ଫେରିଲା ରାଜା ସାହାଣୀ। ଚୌଦ୍ବାର ମଣ୍ଡଳ କାରାଗାରରୁ ଚମ୍ପଟ ମାରି ପରେ ଗିରଫ ହୋଇଥିବା ରାଜା ସାହାଣୀକୁ କର୍ଣ୍ଣାଟକ ପୋଲିସ ରିମାଣ୍ଡରେ ନେଇଥିଲା । ୭ ଦିନିଆ ରିମାଣ୍ଡ ଅବଧି ସରି ଯାଇଥିବାରୁ ପୁଣି ଓଡ଼ିଶା ଜେଲକୁ ଫେରିଛି ରାଜା ସାହାଣୀ। ରାଜାକୁ ନିଜ ରାଜ୍ୟକୁ ନେଇ କର୍ଣ୍ଣାଟକ ପୋଲିସ ଜେରା କରିଛି । ଚୌଦ୍ବାର ଜେଲ୍‌ରୁ ଫେରାର ହେବା ପରେ ମହୀଶୂରରେ ଏକ ଗହଣା ସୋରୁମରୁ ୨୦ […]

ମହଙ୍ଗା ପଡିଲା ମାଟ୍ରିମୋନିରୁ ବିବାହ, ୪୦ ଲକ୍ଷ ଲୁଟିନେଲେ ସୁନ୍ଦରୀ ମାୟାବିନୀ

ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା କଲେ । ସାଦି ଡଟ୍ କମ୍‌ରେ ମିଳିଲେ ଦ୍ୱିତୀୟ ପତ୍ନୀ । ଭଲ ପ୍ରୋଫାଇଲ୍ ଦେଖି ସମ୍ପର୍କ ରଖିଲେ କିନ୍ତୁ ଫଶିଗଲେ I 40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ ,ଟଙ୍କା ମାଗିଲେ ମିଳୁଛି ହତ୍ୟା ଧମକ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଶିଶୁପାଳ ଗଡ଼ରେ । ନ୍ୟାୟ ପାଇଁ ଧଉଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାଲେଶ୍ୱରର ବିସ୍ମିତ ରଞ୍ଜନ […]

ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ

ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ । ଆସିବ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ।ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଲୋକସଭା ଆସନ ବୃଦ୍ଧି, ନିର୍ବାଚନମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତ୍ବରାନିତ କରିବା […]