ଭାରତକୁ ଭେନେଜୁଏଲାର ତେଲ ବିକ୍ରୟ କରିବାକୁ ଆମେରିକା ପ୍ରସ୍ତୁତ କିନ୍ତୁ ..

ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶର ତେଲ ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ଭାରତକୁ ଭେନେଜୁଏଲାର ଅଶୋଧିତ ତେଲ ମଧ୍ୟ ବିକ୍ରୟ କରିବ। ହେଲେ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ତେବେ ଫକ୍ସ ବିଜନେସ ସହିତ ଏକ ସାକ୍ଷାତକାରରେ, ରାଇଟ୍ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲକୁ ବିଶ୍ୱ ବଜାରକୁ ଫେରିବାକୁ ଅନୁମତି ଦେଉଛି । କିନ୍ତୁ […]

ଘୋଡ଼ାହାଡ଼ ଡ୍ୟାମ୍‌ରେ ୯୫ କୁମ୍ଭୀର

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ୍ୟାମରେ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି।ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି […]

ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ଫ୍ୟାନ୍ସମାନେ କରୁଥିଲେ ଆଳତି ! ସିନେମା ହଲ୍‌ରେ ହଠାତ୍ ଲାଗିଗଲା ନିଆଁ

ସିନେମା ହଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଶତାଧିକ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ‘ରେବେଲ ଷ୍ଟାର’ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ସିନେ […]

ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ଵ ଆଦି ବିଭାଗର ପ୍ରସ୍ତାବ ଆଗତ ହୋଇଥିଲା ।ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, […]

ପ୍ରଶାସନିକ ସ୍ତରରେ ହେବ ବଡ଼ ସଂସ୍କାର: ପ୍ରତି ମାସରେ କରିବେ ସରକାରୀ କାମର ସମୀକ୍ଷା

ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ।ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର […]

ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ମଝି ରାସ୍ତାରେ ଜଳିଗଲା ଆମ ବସ୍ 

ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଘଟଣା ସର୍ମ୍ପକରେ ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍‌‌ରୁ ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି।

୬୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଓମୁକ୍ତ ଦେଶ ଗଠନ ଦିଗରେ ଆଉ ଏକ ବଡ଼ ଖବର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ଏସପିଙ୍କ ପାଖରେ ୬୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ୪୫ ଜଣ ପୁରୁଷ ମାଓବାଦୀ ଅଛନ୍ତି । ସମସ୍ତ ଆତ୍ମସମର୍ପଣ ମାଓବାଦୀ ଦକ୍ଷିଣ, ପଶ୍ଚିମ ବସ୍ତର ମାଓ ସଙ୍ଗଠନର ଥିବା ସୂଚନା । ଏମାନଙ୍କ ମଧ୍ୟରୁ କିଛି ଦକ୍ଷଣି ଓଡ଼ିଶାରେ ମଧ୍ୟ ସକ୍ରିୟ ଥିଲେ ।ଏମାନଙ୍କ ମୁଣ୍ଡ ଉପରେ […]

ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ

ଜଷ୍ଟିସ ଡି ପି ଚୌଧରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି । ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ଜଷ୍ଟିସ ଡି ପି ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ପ୍ରସ୍ତୁତ କରିଛି ରିପୋର୍ଟ । ଏହି ରିପୋର୍ଟକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗ୍ରହଣ କରିବା ଅବସରରେ କହିଲେ ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ସାରା ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ […]

ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସ୍ନାତକୋତ୍ତର (ପିଜି) ସିଟ୍ ବୃଦ୍ଧି କରିବା ପାଇଁ ଯୋଜନା କରୁଛନ୍ତି।ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜରେ ୫୦୨ଟି ଅତିରିକ୍ତ ପିଜି ସିଟ୍ ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜଗୁଡ଼ିକୁ ଏକ […]

ଫ୍ଲାଇ ଓଭର ବ୍ରିଜ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଯାତାୟାତ ନିଷେଧ

ରାୟଗଡ଼ ତା ୦୯/୦୧ (ନିପ୍ର) ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଫ୍ଲାଇ ଓଭର ବ୍ରିଜ ଉପରେ ବନ୍ଦ ରହିବ ଯାନବାହାନ ଚଳାଚଳ। ରାୟଗଡ଼ା ଜନସାଧାରଣଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି । ଯାହାକି ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଫ୍ଲାଈ ଓଭର ବ୍ରିଜ ଠାରେ ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ କରାଯିବା ନିମନ୍ତେ ଜାନୁଆରୀ ୧୦ ତାରିଖ ଠାରୁ ଆରମ୍ଭ ହୋଇ କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ଏହି ସେତୁ […]

ଦକ୍ଷତାର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ […]

୧୭ରେ ରତ୍ନଭଣ୍ଡାର ବୈଠକ

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ ।ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା […]