ଓଡ଼ିଶାର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ ।କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି ସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଙ୍କ ଅନୁମତି ମଧ୍ୟ ମିଳିସାରିଥିଲା । ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘଦିନ ଧରି କଳାବାଘ ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା ।ପୂର୍ବରୁ ମଞ୍ଚାବେଡ଼ା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟରରେ ହେବ ବାଘଙ୍କ […]

ଏନ୍‌ଆଇଟି ରାଉରକେଲା ଦ୍ବାରା ଲ୍ୟାଣ୍ଡ ମ୍ୟାପିଂ ଡ୍ରୋନ୍ ସିଷ୍ଟମ୍ ଉଦ୍ଭାବନ

ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍‌ ମ୍ୟାପିଂ (ଭୂମାନଚିତ୍ର) କରିପାରିବ।କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ଗବେଷକ ଦଳରେ ଡ. ତନ୍ମୟ କୁମାର ବେହେରା, ଡ. ଦେବବ୍ରୋତୋ ପାଲ ଚୌଧୁରୀ ଏବଂ କାମେଲିଆ ରାୟ ଏହି ପେଟେଣ୍ଟ ସିଷ୍ଟମ୍ ଉଦ୍ଭାବନ କରିଛନ୍ତି । କୃଷିଭୂମି, ଜଙ୍ଗଲ, […]

କୋଲକାତାରେ ଭୂକମ୍ପ ଝଟକା

କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦ ମଧ୍ୟରେ କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ମାଲଦା, ନଦିଆ, କୁଚବିହାର ଏବଂ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) […]

ଲୁଣ ଭାବି ଖାଇଦେଲେ ଥିମେଟ୍, ୩ ଶିଶୁ ଗୁରୁତର

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗାଁରେ ଅଘଟଣ । ଅଜାଣତାରେ ଥିମେଟ୍‌ ଖାଇ ୩ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ତିନି ଜଣ ପିଲା ଗତକାଲି ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳ ଖେଳୁଥିଲେ । ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି, ତରକାରୀ କରିଥିଲେ । ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ […]

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୁଣି ୪ଜଣଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୀତବାସ ମର୍ଡର ରିମାଣ୍ଡରେ ପୁଣି ୪ ଅଭିଯୁକ୍ତ । ୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ ।କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ଏମ ଦୀର୍ଘ ସମୟ ଧରି ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ସୂଚନା ମିଳିଛି […]

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ, ଶପଥ ଗ୍ରହଣ ପରେ ଛାଡିବାକୁ ଗଲେ ଏୟାରପୋର୍ଟ

ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଦଶମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଭାଜପାର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏନଡିଏ ନିଜର ଶକ୍ତି ପ୍ରଦର୍ଶନ କରିଥିଲା।ଶପଥ ଗ୍ରହଣ ଉତ୍ସବ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବା ପାଇଁ ନଇଁ […]

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି। ଆସନ୍ତା ନଭେମ୍ବର ୨୮ ଯାଏ ହୋଇପାରିବ ଫର୍ମ ପୂରଣ। ଗୁରୁବାର ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । ପୂର୍ବ ଘୋଷଣା ଅନୁଯାୟୀ, ଫର୍ମ ପୂରଣର ଶେଷ ତାରିଖ, ଯାହା ନଭେମ୍ବର 8 ରୁ ଆରମ୍ଭ ହୋଇଥିଲା, ତାହା ନଭେମ୍ବର 22 ରାତି 11.45 ପର୍ଯ୍ୟନ୍ତ ଜାରି ରହିବ। “ବିଭିନ୍ନ ସ୍କୁଲରୁ ଫର୍ମ ପୂରଣ ଅବଧି ବୃଦ୍ଧି କରିବା ପାଇଁ କରାଯାଇଥିବା ଅନୁରୋଧକୁ ବିଚାର […]

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ।ଏହା ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ପାସ୍ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ। ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ସାତଟି ବିଭାଗର ପ୍ରାୟ ନଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଧ୍ୟାନ ଦିଆଯିବ। ଏହି ପ୍ରସ୍ତାବଗୁଡ଼ିକ ବର୍ତ୍ତମାନ ଚୂଡ଼ାନ୍ତ […]

ରଥଯାତ୍ରା ଦଳାଚକଟା: ଏସିଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ

ପୁରୀ ରଥଯାତ୍ରା ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏଏସଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିେର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁସାରେ ରଥଯାତ୍ରା ପରଦିନ ଯେତେବେଳେ ଶରଧାବାଲିରେ ଦଳାଚକଟା ହୋଇଥିଲା ସେହି ସମୟରେ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥିଲେ। ପୁରୀ ଏସିଏଫ୍‌ ଅଶୋକ ବେହେରା ଏହି ସମୟରେ କଣ୍ଟ୍ରୋଲ ରୁମ୍‌ର ଦାୟିତ୍ବରେ ଥିଲେ। ତାଙ୍କର […]

ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ । ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ । ଜାମିନକୁ ବିରୋଧ କରିଥିଲା ସିବିଆଇ । ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା। ଏହି ସମୟରେ କ୍ରାଇମବ୍ରାଞ୍ଚ ଡିଏସପି ଓ ସରକାରୀ ଜିଲ୍ଲା ଓକିଲ ମଧ୍ୟ ଉପସ୍ଥିତ ଥିଲେ।ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ଶଙ୍କର […]

ଆଖିରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର

ଆଖିରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର। ମିରଟରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଏହି ଘଟଣା ପରେ 3ଟି ଟିମ ଦ୍ୱାରା ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଜାଗୃତି ବିହାର ଏକ୍ସଟେନସନରେ ରୁହନ୍ତି ସର୍ଦ୍ଦାର ଜସପ୍ରିତର ସିଂହ । ଦୁଇଦିନ ତଳେ ତାଙ୍କର 2 ବର୍ଷର ପୁଅ ଘର ସାମ୍ନାରେ ଖେଳୁଥିବାବେଳେ ଆଖିରେ ଆଘାତ ଲାଗିଥିଲା। ପରିବାର ଲୋକେ ପୁଅକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ସେଠାରେ […]

ଭାରତକୁ ଆମେରିକା ଦେବ ଜାଭେଲିନ ମିସାଇଲ୍

ଭାରତକୁ ଜାଭେଲିନ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅନୁମୋଦନ । ୯୨ ଦଶମିକ ୮ ନିୟୁତ ଡଲାର ମୂଲ୍ୟର ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତକୁ ବିକ୍ରି ପାଇଁ ଆମେରିକା ଅନୁମୋଦନ କରିଥିବା ଆମେରିକା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି- ଡିଏସସିଏ ପକ୍ଷରୁ ବିବୃତି ଜାରି କରାଯାଇଛି ।ଜାଭେଲିନ୍ ଏକ ଉନ୍ନତ ଆଣ୍ଟି ଟ୍ୟାଙ୍କ ମିସାଇଲ୍। ଏହା ଭୂମିରୁ ନିକ୍ଷେପ କରାଯାଇପାରିବ। ଶତ୍ରୁର ଟ୍ୟାଙ୍କର ଓ ଠିକଣାକୁ ନଷ୍ଟଭ୍ରଷ୍ଟ କରିଦେବ। ଦୁଇ ଦେଶ ମଧ୍ୟରେ ପ୍ରଥମ […]