ଦମ୍ପତ୍ତିଙ୍କୁ ଆଶ୍ରୟ ଦେବାକୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ 

ଦମ୍ପତ୍ତିଙ୍କୁ ଆଶ୍ରୟ ଦେବାକୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଅଭିଯୋଗ ହେବା ପରେ ପୁଲିସ ତନାଘନା କରିବା ସହ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।ଗତକାଲି କୋରାପୁଟ ଜିଲ୍ଲାର ଦାଦନ ଦମ୍ପତି ନିଜ ଅଞ୍ଚଳକୁ ଫେରିବା ପାଇଁ ରାୟଗଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । କୌଣସି ବସ ନମିଳିବାରୁ ଦୀପକ ନାଏକ ନାମକ ଜଣେ ଯୁବକ ଦାଦନ ଦମ୍ପତିଙ୍କୁ ରାତ୍ରିଯାପନ ପାଇଁ ସହାୟତା ଦେବାକୁ କହିଥିଲା । ପ୍ରଥମେ […]

ନୀତିଶ କୁମାର ହେଲେ ଜେଡିୟୁ ବିଧାୟକ ଦଳ ନେତା, ଆସନ୍ତାକାଲି ଗାନ୍ଧୀ ମଇଦାନରେ ଶପଥ ସମାରୋହ

ନୀତୀଶ କୁମାର ବୁଧବାର (୧୯ ନଭେମ୍ବର) ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି ନୀତୀଶ । ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।ଏପଟେ ବିଜେପି ବିଧାୟକ ଦଳ ନେତା ହୋଇଛନ୍ତି ସମ୍ରାଟ ଚୌଧୁରୀ । ତାଙ୍କୁ ବିଜେପି […]

ଏବେ ପୁଣି ବଦଳିବ ଆପଣଙ୍କ ଆଧାର, ରହିବ କେବଳ ଫଟୋ ଓ QR

ଆଜିକାଲି ଆଧାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିଥିବେ। ପରି ଏକ ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟର ଅପବ୍ୟବହାର ହେବାର ବିପଦ ଥାଏ। ଏହି ବିପଦକୁ ଆଶଙ୍କା କରି, ସରକାର ପୁଣି ଥରେ ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ ପରିବର୍ତ୍ତନ ଘୋଷଣା କରିଛନ୍ତି। ଆସିବାକୁ ଥିବା ନୂଆ ଆଧାର କାର୍ଡରେ କେବଳ ଆପଣଙ୍କ ଫଟୋ ଓ ଏକ କ୍ୟୁଆର ରହିବ।ଥିରେ ପୂର୍ବ ଭଳି ଲିଖିତ ଆପଣଙ୍କ ନାମ, ଠିକଣା ଓ ଆଧାରକାର୍ଡ ନମ୍ବର ହଟାଇ ଦିଆଯିବ। ୟୁନିକ୍ ଆଇଡେଣ୍ଟିଫିକେସନ […]

ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସ୍ୱର୍ଗତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ , ଶିକ୍ଷା ଏବଂ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ୧୦୦ ଟଙ୍କାର ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ସେଚ ଉନ୍ମୋଚନ କରିଛନ୍ତି । ଶ୍ରୀ ସତ୍ୟସାଇଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ମୋଦି ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କେ ରାମ […]

ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା । ବନ୍ଧା ହେଲେ ଏୟାର ଫୋର୍ସର ଯବାନ । ଗୋଲକ ବିହାରୀ ଦିକ୍ଷିତଙ୍କୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କଲା ବଡଗଡ ଥାନା ପୋଲିସ । ସେ ଲଦାଖରେ କାର୍ଯ୍ୟରତ ଥିଲେ। ବଡଗଡ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ଗୋଲକଙ୍କର ପ୍ରେମ ସମ୍ପର୍କଗଢି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ […]

ରାଜ୍ୟରେ ବଢ଼ିବ ତହସିଲ ସଂଖ୍ୟା, ସୂଚନା ଦେଇ ରାଜସ୍ବ ମନ୍ତ୍ରୀ

ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୭ ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବଢ଼ିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜନ କରାଯାଇ ଛୋଟ ତହସିଲ କରାଯିବ। ପ୍ରଥମ ପର୍ଯାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ ଆର୍‌ଆଇ ସର୍କଲ କରାଯିବ। ପରେ ସବୁ ପଞ୍ଚାୟତରେ ଆର୍‌ଆଇ […]

ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା

ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକଙ୍କ ଚିଠି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା।ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଥିବା ବେଳେ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଏଭଳି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଲୋକେ ସଚେତନ ହେବେ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିବ ବୋଲି ଆଶା ରହିଛି ।ଭୁବନେଶ୍ୱର ଏଜି ଛକରୁ ହଟିବ […]

ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ

ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି । ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ |ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ OBCCକୁ ଟେଣ୍ଡର ଦିଆଯାଇଛି […]

ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀ ଗିରଫ

ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର ।ସେପଟେ ଦେଶରେ ଟପ୍ ମାଓନେତା ମାଡ୍‌ଭି ହିଡମାର ମୃତ୍ୟୁ ପରେ ଛତିଶଗଡ଼ରେ ଶେଷ ହେବ ଦୀର୍ଘ ଛଅ ଦଶନ୍ଧିର ନକ୍ସଲବାଦ । ମେରଡମାଲ୍ଲି ଏନକାଉଣ୍ଟର ପରେ ଏମିତି କିଛି ଆକଳନ କରିଛି ଛତିଶଗଡ ସରକାର ଓ ବସ୍ତର […]

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ବୁଲୁଛି କଳାବାଘ ‘କାଳିଆ’

କଳାବାଘ କାଳିଆକୁ ନେଇ ଚର୍ଚ୍ଚା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବୁଲୁଥିବା ନଜରକୁ ଆସିଛି । ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୁଶାନ୍ତ ନନ୍ଦ ଏହି ମହାବଳ ବାଘକୁ କଳା ସୁନ୍ଦରୀ ବୋଲି ଉଲ୍ଲେଖ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଏହି କାଳିଆ ର ମହତ୍ବ ବିଷୟରେ ମଧ୍ୟ ସମ୍ୟକ୍ ସୂଚନା ଦେଇଛନ୍ତି। ସୁଶାନ୍ତ ନନ୍ଦଙ୍କ ମତରେ ଏହି କାଳିଆ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ […]

ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ: ଆଜି ଦିନକ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସମସ୍ତ ପର୍ଯ୍ୟଟକ ମାନଙ୍କୁ ଆଜି ଦିନକ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏନେଇ ଏଏସ୍‌ଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି Iସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଆଜି ଦିନକ ପାଇଁ ବିନା ଅର୍ଥରେ ଦେଖିବେ ପର୍ଯ୍ୟଟକ । ଏ ନେଇ କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ସୂଚନା ଦେଇଛନ୍ତି । ଏଥିପାଇଁ ବୁଧବାର ସୂର୍ଯ୍ୟ ମନ୍ଦିର ପରିସରରେ […]

 ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ 

ଖେଳନା ନେଲା ଜୀବନ । ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ । ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ପ୍ରଧାନ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ପୁଅ ପ୍ଲାଷ୍ଟିକ୍ ଖେଳନାରେ ଖେଳୁଥିଲେ । ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନାର ଗୁଳିଟି ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ […]