ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ପଦ୍ମ ଧରିଲେ ଅମର ପଟ୍ଟନାୟକ । ବିଜେଡି ଛାଡି ବିଜେପିରେ ମିଶିଲେ ଅମର ପଟ୍ଟନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟାନ୍ୟ ବିଜେପି କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଟାଣୁଆ ନେତା ଅମର ପଟ୍ଟନାୟକ । […]

ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପହଞ୍ଚିଲେ ନବୀନ

ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପହଞ୍ଚିଲେ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ । କୋମନାରେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ ।ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଉଦବୋଧନ ଦେବା ପରେ ଭୁବନେଶ୍ୱର ଫେରି ଆସିବେ । ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି ଦଳ। ହେଲେ ଏଥର ସରକାରରେ ନଥାଇ ବିଜେଡି ଉପନିର୍ବାଚନ ଲଢ଼ୁଛି। ପ୍ରାୟ […]

କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବାଘ ଆତଙ୍କ

କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବାଘ ଆତଙ୍କ।CCTV କ୍ୟାମେରାରେ ବାଘର ଭିଡିଓ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଡିଓ। ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ କାବୁ […]

ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ବଡ଼ଓଷା

ମହାକାର୍ତ୍ତିକ ମାସର ସବୁଠାରୁ ବଡ଼ ପର୍ବ ବଡଓଷା। ଆଜି ମଧ୍ୟ ରାତ୍ରର ତ୍ରୟୋଦର୍ଶି ଓ ଚତୃଦର୍ଶି ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପୀଠ ରେ ପାଳିତ ହେବ ପ୍ରସିଦ୍ଧ ପର୍ବ ବଡଓଷା । ରାତ୍ର ଚାରିଟାରୁ ପହଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ଆଜି ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ପରମ୍ପରା ଅନୁଯାୟୀ ପୂଜକ ପରିବାରର ମହିଳା ମାନେ […]

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ରାତିର ତାପମାତ୍ରା କମିବ

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ରାତିର ତାପମାତ୍ରା କମିବ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ। ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । […]

ବିଜେଡ଼ି ଛାଡି ବିଜେପିରେ ସାମିଲ୍ ହୋଇପାରନ୍ତି ଅମର ପଟ୍ଟନାୟକ

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା। ଶଙ୍ଖ ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିବେ ଅମର ପଟ୍ଟନାୟକ। ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ବିଜେଡି ତାଙ୍କୁ ଆଇଟି ସେଲ୍‌ର […]

ସ୍ନେହାଙ୍ଗିନୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ।ରୋଡ଼ ଶୋ ଜରିଆରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ଗସ୍ତକୁ ନେଇ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଦେଖିବାକୁ ମିଳିଛି ଉତ୍ସାହ। ଉପ ନିର୍ବାଚନରେ ପ୍ରଥମ ଥର ପାଇଁ ନୂଆପ଼ଡ଼ାରେ କରିବେ ପ୍ରଚାର। ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି […]

ସାଇବର ସୁରକ୍ଷା ସଚେତନତା ନିମନ୍ତେ”ରୋଡ଼ ରନ ୫. କିମି ଓ ୱାକଥନ ୧. ୦୦କିମି ଅନୁଷ୍ଠିତ

ରାୟଗଡ଼ :- ତା. ୨/୧୧/୨୫-ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଠକେଇର ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଗତ ଅକ୍ଟୋବର ୧୯ ତାରିଖରୁ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଥିଲା l ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ.ଏସ.କୁମାରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରଚାର ରଥ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତ୍ୟେକ ଥାନା ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ […]

ପଞ୍ଚୁକରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି । ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ । ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ […]

ପରଙ୍ଗ ଡ୍ୟାମରେ ଆଜି ବି ଭାସୁଛି ହଜାର ହଜାର ମଲା ମାଛ

ଯୁଆଡ଼େ ଆଖି ବୁଲାଇଲେ, ପାଣି ଉପରେ ଭାସୁଛନ୍ତି ହଜାର ହଜାର ମଲା ମାଛ । ଅନୁଗୁଳ ଜିଲ୍ଲା ପରଙ୍ଗ ଡ୍ୟାମରେ ଆଜି ବି ପଡ଼ିଛି ମାଛ ମଡ଼କ ।। ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।ମାଛ ମଡକ ଦେଖି ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପରଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ଋଣ କରି ପରଙ୍ଗ ଡ୍ୟାମରେ ୬୦ […]

ଶ୍ରୀକାକୁଲମ ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ସେ ଆଜି କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ମୃତ ଯୁବତୀ । ତାଙ୍କ ସହ ଯାଇଥିବା ଆଉ ଜଣେ ମହିଳା ଦଳାଚକଟାରେ ଗୁରୁତର ଅଛନ୍ତି ।ଏକାଦଶୀ ଯୋଗୁଁ ଆଜି ସକାଳ ସମୟରେ ମନ୍ଦିରରକୁ ହଜାର […]

ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର

ପୁରୀ ଜିଲ୍ଲାର ଏକ ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗାଁରେ ଘଟିଛି। ଗତକାଲି କୁଣ୍ଢେଇ ଗ୍ରାମରୁ ନୃସିଂହ ପ୍ରଧାନଙ୍କ ସିଡ଼ି ଘର ପାଖରେ ଏକ ଫ୍ରିଜ ଥିଲା । ନୃସିଂହଙ୍କ ପତ୍ନୀ ଫ୍ରିଜ ଭିତରୁ ଜିନିଷ ଆଣିବାକୁ ଫ୍ରିଜର ଟ୍ରେ ଖୋଲିଲା ବେଳକୁ ଏକ ନାଗ ସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଆତଙ୍କିତ ହୋଇ ଭୟରେ ଚମକି ପଡିଲେ ସେ । […]