କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବାଘ ଆତଙ୍କ।CCTV କ୍ୟାମେରାରେ ବାଘର ଭିଡିଓ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଡିଓ। ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ କାବୁ […]
ମହାକାର୍ତ୍ତିକ ମାସର ସବୁଠାରୁ ବଡ଼ ପର୍ବ ବଡଓଷା। ଆଜି ମଧ୍ୟ ରାତ୍ରର ତ୍ରୟୋଦର୍ଶି ଓ ଚତୃଦର୍ଶି ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପୀଠ ରେ ପାଳିତ ହେବ ପ୍ରସିଦ୍ଧ ପର୍ବ ବଡଓଷା । ରାତ୍ର ଚାରିଟାରୁ ପହଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ଆଜି ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ପରମ୍ପରା ଅନୁଯାୟୀ ପୂଜକ ପରିବାରର ମହିଳା ମାନେ […]
ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ରାତିର ତାପମାତ୍ରା କମିବ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ। ରାଜ୍ୟକୁ ଉତ୍ତରା ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । […]
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା। ଶଙ୍ଖ ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିବେ ଅମର ପଟ୍ଟନାୟକ। ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ବିଜେଡି ତାଙ୍କୁ ଆଇଟି ସେଲ୍ର […]
ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ।ରୋଡ଼ ଶୋ ଜରିଆରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ଗସ୍ତକୁ ନେଇ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଦେଖିବାକୁ ମିଳିଛି ଉତ୍ସାହ। ଉପ ନିର୍ବାଚନରେ ପ୍ରଥମ ଥର ପାଇଁ ନୂଆପ଼ଡ଼ାରେ କରିବେ ପ୍ରଚାର। ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି […]
ରାୟଗଡ଼ :- ତା. ୨/୧୧/୨୫-ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଠକେଇର ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଗତ ଅକ୍ଟୋବର ୧୯ ତାରିଖରୁ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଥିଲା l ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ.ଏସ.କୁମାରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରଚାର ରଥ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତ୍ୟେକ ଥାନା ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ […]
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି । ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ । ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ […]
ଯୁଆଡ଼େ ଆଖି ବୁଲାଇଲେ, ପାଣି ଉପରେ ଭାସୁଛନ୍ତି ହଜାର ହଜାର ମଲା ମାଛ । ଅନୁଗୁଳ ଜିଲ୍ଲା ପରଙ୍ଗ ଡ୍ୟାମରେ ଆଜି ବି ପଡ଼ିଛି ମାଛ ମଡ଼କ ।। ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।ମାଛ ମଡକ ଦେଖି ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପରଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ଋଣ କରି ପରଙ୍ଗ ଡ୍ୟାମରେ ୬୦ […]
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ସେ ଆଜି କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ମୃତ ଯୁବତୀ । ତାଙ୍କ ସହ ଯାଇଥିବା ଆଉ ଜଣେ ମହିଳା ଦଳାଚକଟାରେ ଗୁରୁତର ଅଛନ୍ତି ।ଏକାଦଶୀ ଯୋଗୁଁ ଆଜି ସକାଳ ସମୟରେ ମନ୍ଦିରରକୁ ହଜାର […]
ପୁରୀ ଜିଲ୍ଲାର ଏକ ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗାଁରେ ଘଟିଛି। ଗତକାଲି କୁଣ୍ଢେଇ ଗ୍ରାମରୁ ନୃସିଂହ ପ୍ରଧାନଙ୍କ ସିଡ଼ି ଘର ପାଖରେ ଏକ ଫ୍ରିଜ ଥିଲା । ନୃସିଂହଙ୍କ ପତ୍ନୀ ଫ୍ରିଜ ଭିତରୁ ଜିନିଷ ଆଣିବାକୁ ଫ୍ରିଜର ଟ୍ରେ ଖୋଲିଲା ବେଳକୁ ଏକ ନାଗ ସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଆତଙ୍କିତ ହୋଇ ଭୟରେ ଚମକି ପଡିଲେ ସେ । […]
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଶନିବାର ଦିନ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ କକ୍ଷରେ ଆୟୋଜିତ ଏହି ସାଧାରଣ ସଭାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଶ୍ରୀଜଗନ୍ନାଥଙ୍କ ପାଦପଙ୍କଜରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ କରି ଶୁଭାରମ୍ଭ କରିଥିଲେ । ଅତୀତରେ ଭାରତୀୟଙ୍କ ନୀତି, ସଂସ୍କାର ଓ ମୂଲ୍ୟବୋଧର ଭୂୟଷୀ ପ୍ରଶଂସା କରିବା ସହ କାଳକ୍ରମେ ଲୋକଙ୍କ ଚାରିତ୍ରିକ ସ୍ଖଳନର […]
କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ ହେବ । ଏହାକୁ ଇସ୍ରୋର ଶକ୍ତିଶାଳୀ ରକେଟ୍, LVM3-M5 ଦ୍ୱାରା ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ପ୍ରେରଣ କରାଯିବ । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ […]
